logo
add image
ରେଳବିଭାଗ ପକ୍ଷରୁ ଉଛେଦ୍ଦପ୍ରକ୍ରିୟା ଆରମ୍ଭ l ଦୁଇଟି ଘର ଉପରେ ଚାଲିଲା ବୁଲଡୋଜର l

ରେଳବିଭାଗ ପକ୍ଷରୁ ଉଛେଦ୍ଦପ୍ରକ୍ରିୟା ଆରମ୍ଭ l ଦୁଇଟି ଘର ଉପରେ ଚାଲିଲା ବୁଲଡୋଜର l

ବଡ଼ବିଲ/ ୧୧/୧୨/୨୫(ଆଧାର ମିଡ଼ିଆ) କେନ୍ଦୁଝର ଜିଲ୍ଲା ସୀମାନ୍ତ ଖଣି ଅଞ୍ଚଳ ବଲାଣିରେ ରେଳବାଇ ପ୍ରଶାସନ ପକ୍ଷରୁ ଉଚ୍ଛେଦପ୍ରକ୍ରିୟା ଆରମ୍ଭ ହୋଇଯାଇଛି l ଦକ୍ଷିଣ ପୂର୍ବ ରେଳପଥ ଅନ୍ତର୍ଗତ ଚକ୍ରଧରପୁର ମଣ୍ଡଳ ଅଧିନସ୍ଥ ବଲାଣି ଖାଦାନ ଷ୍ଟେସନରୁ ପ୍ରାୟ ୫୦୦ ମିଟର ଦୂରତାରେ ଥିବା କୁଟନ ଛକରୁ ସଂଯୋଗ କରୁଥିବା ଗୁରୁଦ୍ୱାରା ଛକ ରାସ୍ତା ପାର୍ଶ୍ବରେ ରେଳବାଇ ଜମିରେ ଗଢ଼ିଉଠିଥିବା ଆବାସିକ କ୍ଷେତ୍ରରେ ରେଳବିଭାଗ ପକ୍ଷରୁ ଗୁରୁବାର ଦିନ ଦୁଇଟି ପରିବାରର ଘରଉପରେ ବୁଲଡୋଜର ଚଳାଇ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିବାର ଦେଖିବାକୁ ମିଳିଛି l ରେଳବାଇ ପ୍ରଶାସନର ଏପରି ଆକ୍ସନ ମୁଡ଼କୁ ଦେଖି ଶତାଧିକ ପାରିବାର ଏବେ ଆତଙ୍କିତ ଏଵଂ ଭୟଭୀତ ଅବସ୍ଥାରେ ଅଛନ୍ତି l 
ସୂଚନା ଯୋଗ୍ୟ କିଛିମାସ ପୂର୍ବେ ରେଳବିଭାଗ ପକ୍ଷରୁ ରେଳବାଇ ଜମିରେ ଗଢ଼ିଉଠିଥିବା ଆବାସିକ କ୍ଷେତ୍ରରେ ଶତାଧିକ ପାରିବାରକୁ ଘରଖାଲି କରିବା ବିଜ୍ଞପ୍ତି ଜାରି କରିଥିଲା l ଏହି ବିଜ୍ଞପ୍ତି ପତ୍ରରେ ୧୫ ଦିନ ମଧ୍ୟରେ ଘର ଖାଲି କରିବାପାଇଁ ନିର୍ଦ୍ଦେଶ ଦିଆଯାଇଥିଲା l ହେଲେ ଆବାସିକ କ୍ଷେତ୍ରରେ ଏହାର କିଛି ପ୍ରଭାବ ପଡ଼ି ନଥିବା ବେଳେ ବର୍ତମାନ ଦୁଇଟି ପରିବାରର ଘରଉପରେ ବୁଲଡୋଜର ଚଳାଇ ଘରର କିଛି ଅଂଶ ଭାଙ୍ଗି ରେଳବାଇ ବିଭାଗର ଅଧିକାରୀ ମାନଙ୍କ ସହ ଆସିଥିବା ରେଳ ପ୍ରଶାସନ ରେଳବାଇ ଲାଇନ ପଥରୁ ପ୍ରାୟ ୨୫ ଫୁଟ ପର୍ଯ୍ୟନ୍ତ ଏକ ଚିହ୍ନଟ କରି ରେଳବାଇ ଜମି ଉପରେ ଘରକରି ରହି ଆସୁଥିବା ଲୋକମାନଙ୍କୁ ୧୫ ଦିନ ମଧ୍ୟରେ ଘର ଖାଲି କରିବାପାଇଁ ନିର୍ଦ୍ଦେଶ ଜାରି କରିଥିବାର ଜଣାପଡିଛି l ଅନ୍ୟ ପକ୍ଷରେ ଶତାଧିକ ପାରିବାର ହତାଶ ଏଵଂ ଭୟଭୀତ ହୋଇ ପଡିଛନ୍ତି l   (ଆଧାର ମିଡ଼ିଆ-ବଡ଼ବିଲ) 

Recent Comments

Leave Comments

Top