ବୌଦ୍ଧ/୧୨/୧୨/୨୦୨୫/(ଆଧାର ମିଡ଼ିଆ)-ଡିସେମ୍ବର ୧୨ ତାରିଖରୁ ଆରମ୍ଭ ହେଲା ଦାବିହୀନ ଜମାରାଶି ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ବୌଦ୍ଧ ଜ଼ିଲ୍ଲାସ୍ଥିତ ଅଗ୍ରଣୀ ବ୍ୟାଙ୍କପକ୍ଷରୁ ଆଜି ଠାରୁ ସ୍ଥାନୀୟ ଟାଉନହଲ ଠାରେ ଦାବିହୀନ ଜମାରାଶି ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଶିବିରରେ ଦାବିହୀନ ଖାତା ସମ୍ବଦ୍ଧିୟ ସବିଶେଷ ସୂଚନା ପ୍ରଦାନ କରlଯାଇଛି l ସମସ୍ତ ଜନ ସାଧାରଣ ନିଜ ପୁଞ୍ଜିଉପରେ ପୂର୍ଣ୍ଣ ଅଧିକାର ସାବ୍ୟସ୍ତକୁ ସଫଳ କରିବାପାଇଁ ବୌଦ୍ଧ ଜ଼ିଲ୍ଲାର ସମସ୍ତ ବ୍ୟାଙ୍କ ଏବଂ ଜୀବନ ବୀମା ସଂସ୍ଥାପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜ଼ିଲ୍ଲାପାଳ ବିଭୁତି ଭୂଷଣ ନାୟକ, ଯୋଗ ଦେଇଥିଲେ l ଜ଼ିଲ୍ଲା ଅଗ୍ରଣୀବ୍ୟାଙ୍କ ପ୍ରବନ୍ଧକ ଶ୍ରୀଯୁକ୍ତ ଡନ ବସ୍କୋଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା l ସମ୍ମାନିତ ଅତିଥି ଭାବେ ଡି ଜି ଏମ, ଫିଡ଼, ଆର. ବି. ଆଇ, ଭୁବନେଶ୍ୱର ମଧୁକର ଆନନ୍ଦ, ଆଞ୍ଚଳିକ ମ୍ୟାନେଜର, ଭାରତୀୟ ଷ୍ଟେଟ ବ୍ୟାଙ୍କ, ଫୁଲବାଣୀ ପ୍ରକାଶ ଗ୍ରହାଚlର୍ଯ୍ୟ, ଏ ଜି ଏମ ଏବଂ ଡେପୁଟି ଜୋନାଲ ମୁଖ୍ୟ, ସମ୍ବଲପୁର ସୁନୀଲ ପାତ୍ର, ଏଲ ଡି ଓ, ଫିଡ଼, ଆର ବି ଆଇ, ଭୁବନେଶ୍ୱର ପ୍ରମୁଖ ଯୋଗ ଦେଇଥିଲେ l
Recent Comments