ବାଲିଗୁଡା/୧୫/୧୨/୨୦୨୫/(ଆଧାର ମିଡ଼ିଆ-ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡରେ ନୂତନଭାବେ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ଶିବ ଶଙ୍କର ସମରଥ ନିଯୁକ୍ତି ପାଇ କାର୍ଯ୍ୟରେ ଯୋଗ ଦେଇଛନ୍ତି l ରାଜ୍ୟ ସରକାର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପଦବୀ ଗୁଡିକ ନୂତନଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ସେଥି ମଧ୍ୟରେ ବାଲିଗୁଡା ଉପଖଣ୍ଡରେ ଏହି ପଦବୀ ଦୀର୍ଘଦିନ ହେଲା ଖାଲିଥିବା ପଦବୀ ପୂରଣ ହୋଇପାରିଛି । ଏଥି ପୂର୍ବରୁ ଉପଖଣ୍ଡ ସୂଚନା ଲୋକସମ୍ପର୍କ ଅଧିକାରୀ ଭାବରେ ବାଲିଗୁଡା ବ୍ଲକର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ବାଗ ଦାୟିତ୍ଵ ତୁଲାଉଥିଲେ। ଶ୍ରୀ ସମରଥ ନିଜର ଦାୟିତ୍ଵ ଭାର ଗ୍ରହଣ କରିବା ପରେ ସେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସମସ୍ତ ନୀତି ନିୟମ ଅନୁସାରେ କାର୍ଯ୍ୟ ତୁଲାଇବା ସହିତ ଉପଖଣ୍ଡର ସାମ୍ବାଦିକ ମାନଙ୍କ ସହଯୋଗ କାମନା କରିଛନ୍ତି।
Recent Comments