ପୁରୀ/ନିମାପଡ଼ା/୧୫/୧୨/୨୫/(ଆଧାର ମିଡ଼ିଆ )-ଭୁବନେଶ୍ବରର ଅଗ୍ରଣୀ ଚିକିତ୍ସାଳୟ ସୁଶୃତ୍ ହସ୍ପିଟାଲ ଓ ଟ୍ରମା କେୟାରର ସହଯୋଗରେ ନିମାପଡ଼ା ମହାବିଦ୍ୟାଳୟର ଆଇକିଉସି ସେଲ ଓ ପୁରାତନ ଛାତ୍ରସଂସଦର ମିଳିତ ଭାବେ ଏକ ବୃହତ୍ ସ୍ବାସ୍ଥ୍ୟପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା , ପ୍ରାୟ ଏକ ଶହରୁ ଉର୍ଦ୍ଧ୍ ଶିକ୍ଷକ ଅଣ ଶିକ୍ଷକ କର୍ମଚାରୀ ଓ ଦୁଇଶହ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପୁରାତନ ଛାତ୍ରଛାତ୍ରୀ ଏହି ଶିବିରରେ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇବା ସହ ଡ ଅମରେଶ ପ୍ରହଲ୍ଲାଦ, ଡ ବିଭାସ ରାଜ,ଡ ପଲ୍ଲୀଶ୍ରୀ ଦଳେଇଙ୍କ ଭଳି ତିନିଜଣ ଅଭିଜ୍ଞ ଡାକ୍ତରଙ୍କ ଦ୍ଵାରା ବିଭିନ୍ନ ପ୍ରକାରର ରୋଗର ପରୀକ୍ଷା କରି ମାଗଣା ଔଷଧ ବଣ୍ଟନ କରାଯାଇଥିଲା।
ପୁରାତନ ଛାତ୍ର ତଥା ସୁଶୃତ ହସ୍ପିଟାଲର ପ୍ରଶାସନିକ ଅଧିକାରୀ ତ୍ରିଲୋଚନ ସାହୁଙ୍କ ତତ୍ତ୍ଵାବଧାନରେ ତିନିଜଣ ଡାକ୍ତର ଓ ୬ ଜଣ ଷ୍ଟାଫ୍ ଯୋଗ ଦେଇଥିଲେ ।ଅଧ୍ୟକ୍ଷା ଶ୍ରୀମତୀ ଅମିତା ମହାନାୟକ, ପୁରାତନ ଛାତ୍ର ସଂସଦର ସମ୍ପାଦକ ବସନ୍ତ କୁମାର ପାତ୍ର, ପ୍ରଶାସନିକ ଅଧିକାରୀ ଡ ରବୀନ୍ଦ୍ର ନାଥ ପାଢ଼ୀ, ପ୍ରଦୀପ ଦାଶ, ଆଇକିଉସିର ସହ ସଂଯୋଜିକା ସ୍ବପ୍ନାରାଣୀ ମିଶ୍ର, ବିଷ୍ଣୁ ପ୍ରସାଦ ସାହୁ, ଦେବିଦତ୍ତ ବେହେରା, ପ୍ରବୀର କୁମାର ବେହେରା, ପ୍ରେମରାଜ ଗହୀର କାର୍ଯ୍ୟକ୍ରମରେ ସହଯୋଗ କରି ଥିଲେ। ଏହି କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନା, ସମର ଶିକ୍ଷାର୍ଥୀ ବାହିନୀ, ଯୁବ ରେଡ୍ କ୍ରସର ୨୦ ଜଣ ସ୍ବେଚ୍ଛାସେବୀ ସହଯୋଗ କରିଥିଲେ।
Recent Comments