ବାଲିଗୁଡା/୧୬/୧୨/୨୦୨୫/:(ଆଧାର ମିଡ଼ିଆ-ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କାରାଗାରରେ ଥିବା ଜୈନକ ବିଚାରାଧୀନ କଏଦୀଙ୍କ ଚିକିତ୍ସାଧିନ ଅବସ୍ଥାରେ ବାଲିଗୁଡା ମେଡିକାଲରେ ମଙ୍ଗଳବାର ମୃତ୍ୟୁ ବରଣ କରିଥିବା ଜଣାପଡିଛି l ଘଟଣରୁ ପ୍ରକାଶ ଯେ, କିଛିଦିନ ତଳେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ବଡ଼ିମୁଣ୍ଡା ଅଞ୍ଚଳର ହେରଦ ଦିଗାଳ ଏକ ହତ୍ୟା ମାମଲାରେ ଜି.ଉଦୟଗିରି ସ୍ଥିତ ଉପ କାରାଗାରରେ ବିଚାରାଧୀନ କଏଦୀ ଭାବେ ଥିଲେ l ସେଠାରେ ତାଙ୍କର ଦେହ ଅସୁସ୍ଥ ହେବାରୁ ସଙ୍ଗେ ସଙ୍ଗେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ,ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ଅଧିକ ଚିକିତ୍ସା ପାଇଁ ନେଇଥିଲେ l ସେଠାରୁ ସେ ୨୦୨୫ ମସିହା ଅକ୍ଟୋବର ମାସ ୧୪ ତାରିଖରେ ସୁସ୍ଥହୋଇ ବାଲିଗୁଡ଼ା ଉପ କାରାଗାରକୁ ଆସିଥିଲେ । ପୁଣି ହଠାତ ମଙ୍ଗଳବାର ଦିନ ବିଚାରାଧୀନ କଏଦୀ ହେରଦଙ୍କର ଛାତିରେ ଯନ୍ତ୍ରଣା ହେବାରୁ ଜେଲ୍ କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ଜଣାପଡ଼ିଛି । ଖବରପାଇ ବାଲିଗୁଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତକରି ବ୍ୟବଛେଦ ପାଇଁ ପଠାଇବା ସହ ତଦନ୍ତ ଅବ୍ୟାହତ ରଖିଛି l
Recent Comments