logo
add image
ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ଲାଇବ୍ରେରିଆନଙ୍କ ଦେହାନ୍ତରେ ଶୋକସଭା

ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ଲାଇବ୍ରେରିଆନଙ୍କ ଦେହାନ୍ତରେ ଶୋକସଭା

ବୌଦ୍ଧ/୨୧/୧୨/୨୦୨୫/(ଆଧାର ମିଡ଼ିଆ)- ଜ଼ିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ଲାଇବ୍ରେରୀଆନ ଶ୍ରୀ ଯୁଧିଷ୍ଠିର ପ୍ରଧାନୀ ବୁର୍ଲା ମେଡିକାଲ୍ରେ ବ୍ରେନଷ୍ଟ୍ରୋକ୍ ଯୋଗୁଁ ଗତ ତିନିଦିନ ହେବ ପ୍ରଥମେ ଟିଟିଲାଗଡ଼,ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲ ଏବଂ ଶେଷରେ ବୁର୍ଲା ମେଡିକାଲରେ ଚିକିତ୍ସିତ ହେବା ଅବସ୍ଥାରେ ଆଜି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଏହି ଉଦ୍ଦେଶ୍ୟରେ ଜିଲ୍ଲା ପାଠାଗାର, ବୌଦ୍ଧ ଠାରେ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ସହ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ୍ ନୀରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା । ଏହି ଶୋକ ସଭାରେ ଜ଼ିଲ୍ଲା ପlଠାଗାରର ଗ୍ରନ୍ଥାଗାରିକ ଅକ୍ଷୟ କୁମାର ମହାକୁଡ଼, ଜିତେନ୍ଦ୍ର କୁମାର ମହାନ୍ତି,ବୀର କିଶୋର କର୍ମୀ,ସମସ୍ତ ପାଠକ,ପାଠିକା ଉପସ୍ଥିତ ଥିଲେ l
 ସୂଚନା ଓ ଲୋକ ସମ୍ପର୍କ ବିଭାଗରେ ସୁବର୍ଣ୍ଣପୁର,ବୀରମହାରାଜପୁର,ବୌଦ୍ଧ, ଟିଟିଲାଗଡ଼, ବଲାଙ୍ଗୀର ରେ ଦୀର୍ଘ ଦିନ ଧରି ନିଷ୍ଠା ର ସହ ନିଜର କର୍ତ୍ତବ୍ୟ ସମ୍ପାଦନ କରି ଆସୁଥିବା ସ୍ବର୍ଗତ ପ୍ରଧାନୀ ଜଣେମିଷ୍ଟଭାଷୀ, ମେଳାପୀ, ସାମ୍ବାଦିକ ଏବଂ ଜନ ସାଧାରଣଙ୍କ ସହ ସୁସମ୍ପର୍କ ରଖୁଥିବା ମଣିଷଟି ସମସ୍ତଙ୍କର ଅତି ପ୍ରିୟଥିଲେ l ତାଙ୍କର ଅକାଳ ମୃତ୍ୟୁରେ ବୌଦ୍ଧ, ସୁବର୍ଣ୍ଣପୁର,ବଲାଙ୍ଗୀର ସହ ଦେଓଗାଁର ସମସ୍ତ ଅଂଚଳରେ କାର୍ଯ୍ୟାଳୟର କର୍ମଚାରୀ,ପାଠକ,ପାଠିକା, ଗଣମାଧ୍ୟମ ପ୍ରତିନିଧି, ଅଂଚଳ ବାସୀ  ଗଭୀର ଶୋକବ୍ୟକ୍ତ କରିଛନ୍ତି l ଏହି ଦୁଃଖଦ ଖବରପାଇ ଜ଼ିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ସ୍ବର୍ଗତ ପ୍ରଧାନୀଙ୍କ ଶବ ନିକଟରେ ପହଂଚି  ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଶୋକ ସନ୍ତପ୍ତ ପରିବାରଙ୍କୁ ସାନ୍ତ୍ୱନା ଦେବାସହ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଭାଙ୍ଗି ନପଡି ଧର୍ଯ୍ୟ ଓ ସାହାସର ସହ ତାଙ୍କର ସମସ୍ତ କ୍ରିୟାକର୍ମ କରିବାପାଇଁ କହିଥିଲେ l

Recent Comments

Leave Comments

Top