logo
add image
ଜିଲ୍ଲା ସ୍ତରୀୟ

ଜିଲ୍ଲା ସ୍ତରୀୟ "ଶିଶୁ ପାଇଁ ଦିନଟିଏ" କାର୍ଯ୍ୟକ୍ରମ ଅନୁଷ୍ଠିତ

ପୁରୀ୨୩/୧୨/୨୦୨୫/(ଆଧାର ମିଡ଼ିଆ)- ଆଜି ସ୍ଥାନୀୟ ସ୍ୱତନ୍ତ୍ର ପ୍ରଦକ୍ଷିଣ ଗୃହଠାରେ "ଶିଶୁ ପାଇଁ ଦିନଟିଏ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲା ଶିଶୁ ମଙ୍ଗଳ ଓ ସୁରକ୍ଷା କମିଟି,ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ ନିଷେଧ ଜିଲ୍ଲାସ୍ତରୀୟ ଟାକ୍ସଫୋର୍ସ, ଚାଇଲଡ ହେଲ୍ପଲାଇନ ବୋର୍ଡ଼ର ସମସ୍ତ ସଦସ୍ୟ,ସଦସ୍ୟା ଓ  ସମସ୍ତ ବିଭାଗର ନିମନ୍ତ୍ରିତ ପଦାଧିକାରୀ ଯୋଗଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନଙ୍କ ମାର୍ଗଦର୍ଶନରେ ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଓ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଡ ଅଜିତକୁମାର ମହାପାତ୍ରଙ୍କ ତତ୍ତ୍ଵାବଧାନରେ କରିଥିଲେ।
ଶିକ୍ଷା ବିଭାଗ ଦ୍ୱାରା ଅନୁଷ୍ଠିତ "ଆସ ସ୍କୁଲଯିବା" କାର୍ଯ୍ୟକ୍ରମରେ ଡ୍ରପଆଉଟ ଥିବା ସମସ୍ତ ପିଲାମାନଙ୍କୁ ବିଦ୍ୟାଳୟକୁ ଅଣାଯିବା ଉପରେ ପ୍ରାଧାନ୍ୟ ଦିଆଯାଇଥିଲା। ଜିଲ୍ଳାରେ ଥିବା ଡ୍ରପଆଉଟ ଶିଶୁଙ୍କୁ ବିଦ୍ୟାଳୟରେ ଭର୍ତ୍ତି କରାଯାଉଛି l ଅଦ୍ୟାବଧି ୧୦୦୦ ରୁ ଉର୍ଦ୍ଧ୍ବ ଶିଶୁମାନଙ୍କୁ ବିଦ୍ୟାଳୟ ପାଠପଢା ସହିତ ଯୋଡ଼ାଯାଇଛି ବୋଲି ଶିକ୍ଷାବିଭାଗ ଅଧିକାରୀ ମତବ୍ୟକ୍ତ କରିଥିଲେ l ସେମାନଙ୍କ ମଧ୍ୟରୁ ଯେଉଁମାନେ ପିତୃମାତୃହୀନ ଓ ଏକକ ପିତାମାତା ବା ଅଭିଭାବକଙ୍କର ଶିଶୁ ହୋଇଥିବେ ତାର ତାଲିକା ଦେବେ l ସେହିପରି ଜିଲ୍ଲାରେ ଥିବା ଔଷଧ ଦୋକାନ ଗୁଡିକରେ ଥିବା ରେଜିଷ୍ଟରକୁ ଡିଜିଟାଇଜେସନ କରିବା ଓ ସିସି ଟିଭି ଲଗାଇବା ସହିତ ଏଚ, ଏଚୱାନ ,ଏକ୍ସ ଡ୍ରଗଗୁଡିକର ବିକ୍ରିବଟା ମନିଟରିଙ୍ଗ କରାଯିବାକୁ ଯାଇ ସମ୍ପୃକ୍ତବିଭାଗ ୨୯ ଟି କାରଣ ଦର୍ଶଅ ନୋଟିସ ଜାରିକରିଛନ୍ତି l ସେହିପରି ଜିଲ୍ଲାରେ ଥିବା ପ୍ରତି ବିଦ୍ୟାଳୟର ୧୦୦ ଗଜ ମଧ୍ୟରେ ମାଦକ ଦ୍ରବ୍ୟ ନିଷେଧ ବିଦ୍ୟାଳୟ ଠାରେ ଏକ ସର୍ବସାଧାରଣ ସୂଚନା ଫଳକ ଲଗାଇବାକୁ ନିଷ୍ପତ୍ତି ହୋଇଥିଲା l 
ସେହିପରି ଶିଶୁ ଶ୍ରମିକରେ ନିୟୋଜିତ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ଓ ଜରିମାନା ନିମନ୍ତେ ଜିଲ୍ଲା ଶ୍ରମ ଅଧିକାରୀ ପଦକ୍ଷେପ ନେବେ। ତୃଣମୂଳ ସ୍ତରରେ ଅଙ୍ଗନବାଡି କର୍ମୀ,ବିଦ୍ୟାଳୟର ପ୍ରଧାନଶିକ୍ଷକ,ପଂଚାୟତ ସମ୍ପ୍ରସାରଣ ଅଧିକାରୀ ବାଲ୍ୟବିବାହ ନିଷେଧ ତଥା ଶିଶୁଅଧିକାର କ୍ଷୁର୍ଣ୍ଣହେଲେ ରିପୋର୍ଟ କରିବେ। ଏହା ସହିତ ନିଶାଯୁକ୍ତ ଶିଶୁମାନଙ୍କ ଥଇଥାନ ଓ ଶିଶୁଯତ୍ନ ଅନୁଷ୍ଠାନରେ ଥିବା ଦିବ୍ୟାଙ୍ଗ ଶିଶୁମାନଙ୍କ ପେନସନ, ଦିବ୍ୟାଙ୍ଗ ପ୍ରମାଣପତ୍ର ନିଶ୍ଚିତ କରିବାକୁ ସମ୍ପୃକ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଙ୍କୁ ଦାୟିତ୍ୱ ଦିଆଗଲା। ଏହି ବୈଠକରେ ଡାଃ ନାରାୟଣ ପ୍ରସାଦ ନନ୍ଦ ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ, ମମତା ବେହେରା ଯୋଜନା ଅଧିକାରୀ,ଡ୍ରଗ ଇନ୍ସପେକ୍ଟର ହିତେଶ୍ କୁମାର ବେହେରା,ମହାବୀର ରୁଦ୍ର ନାରାୟଣ ସାହୁ ଜେ ଜେ ବି ମେମ୍ବର, ସଦସ୍ୟ ଉପେନ୍ଦ୍ର ବିଶ୍ୱାଳ,ଉମେଶ ଚନ୍ଦ୍ର ପାତ୍ର ଜିଆରପି ଇନ୍ସପେକ୍ଟର,ବିନୟ କିଶୋର ପ୍ରଧାନ ସହକାରୀ ଶ୍ରମ ଅଧିକାରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣକରିଥିଲେ। ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ସୁରକ୍ଷା ଅଧିକାରୀ ଶୁଭନାରାୟଣ ଶତପଥୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଆଇନ ପରିବୀକ୍ଷ ଅଧିକାରୀ ସନ୍ତୋଷ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଚାଇଲଡ ହେଲ୍ପଲାଇନର ସମସ୍ତ କର୍ମକର୍ତ୍ତା ଏଥିରେ ସହଯୋଗ କରିଥିଲେ।

Recent Comments

Leave Comments

Top