logo
add image
ବେଗୁନିଆ ନିର୍ବାଚନ ମଣ୍ଡଳୀରେ ବିଜେଡିର ପ୍ରତିଷ୍ଠା ଦିବସରେ ବିଜେପିର ମିର୍ଶଣପର୍ବ ।

ବେଗୁନିଆ ନିର୍ବାଚନ ମଣ୍ଡଳୀରେ ବିଜେଡିର ପ୍ରତିଷ୍ଠା ଦିବସରେ ବିଜେପିର ମିର୍ଶଣପର୍ବ ।

ବେଗୁନିଆ/ଖୋର୍ଦ୍ଧା/୨୬/୧୧-ଗୋଟିଏ ପଟେ ଶୁକ୍ରବାର ଦିନ ବିଜେଡିର ପ୍ରତିଷ୍ଠା ଦିବସ ବୋଲଗଡ଼ ସଦର ମହକୁମାସ୍ଥ ନନ୍ଦିଘୋଷ ଭବନରେ ଅପରାହ୍ନରେ ଚାଲିଥିବାବେଳେ ଅନ୍ୟପଟେ ୫କି.ମି. ଦୂର ବଡକୁମାରୀ ପଞ୍ଚାୟତର ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ବିଜେପିର ମିଶ୍ରଣ ପର୍ବ ଚାଲିଥିଲା । ଏହାକୁ ନେଇ ଅଞ୍ଚଳରେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ବୋଲଗଡ ନନ୍ଦିଘୋଷ ଭବନରେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁଙ୍କ ସଭାପତିତ୍ୱରେ ବିଜେଡିର ପ୍ରତିଷ୍ଠାଦିବସ ପାଳନ ଅବସରରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ହୁଲ୍ଲାସପ୍ରଧାନ,ଜିଲ୍ଲାପରିଷଦ ସୁବାସ ରାୟଗୁରୁ,ପ୍ରଦୀପ କୁମାର ଚ୍ଛୋଟରାୟ,ଶୁଭେନ୍ଦ୍ର ସାହୁ,ସରପଞ୍ଚ ପ୍ରଫୁଲ୍ଲ ପ୍ରଧାନ, ଚନ୍ଦନ ପ୍ରଧାନଙ୍କ ସମେତ ବୋଲଗଡ-ବେଗୁନିଆ ଅଞ୍ଚଳର ୪୦ଗୋଟି ପଞ୍ଚାୟତରୁ ବହୁ ସରପଞ୍ଚ,ସମିତିସଭ୍ୟ,ପଞ୍ଚାୟତ ସଭାପତି,ସେବାସମବାୟ ସଭାପତି ଓ ଆଗଧାଡିର ବିଜେଡି କର୍ମିମାନେ ଯୋଗଦେଇଥିଲେ । ଅପର ପକ୍ଷରେ ବଡକୁମାରୀସ୍ଥ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ଅପରାହ୍ନରେ ଭାରତୀୟ ଜନତାପାର୍ଟିର ରାଜ୍ୟ ଉପ-ସଭାପତି ଡଃ ଯତୀନ ମହାନ୍ତିଙ୍କ ନେତୃତ୍ୱରେ ବୋଲଗଡ଼ ବ୍ଲକର ସାଗରଗୁଆଁ, ବାଙ୍କୋଇଦେଶ, ବଡକୁମାରୀ, ଅସରଳା ଦଳ ଓ ବେଗୁନିଆ ବ୍ଲକର ବେଗୁନିଆ ଗ୍ରାମପଞ୍ଚାତର ଶତାଧିକ ବିଜେଡିକର୍ମୀ ବିଦ୍ଧିବଦ୍ଧଭାବେ ଭାରତୀୟ ଜନତା ପାର୍ଟିରେ ବିଜେପିର ଗେରୁଆ ଟୋପି ଓ ଉତ୍ତରୀୟ ପିନ୍ଧି ଦଳରେ ସାମିଲହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅସରଳା ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ଓ ବିଭିନ୍ନ ପଞ୍ଚାୟତର ୧୪ରୁ ଉର୍ଦ୍ଧ ୱାର୍ଡ଼ ମେମ୍ବର ଓ ଶତାଧିକ ବିଜେଡି କର୍ମି ଏହି ମିଶ୍ରଣ ପର୍ବରେ ସାମିଲ ହୋଇଥିଲେ । ଆସନ୍ତା ୨୦୨୭ମସିହା ଗ୍ରାମପଞ୍ଚାୟତ ନିର୍ବାଚନରେ ବୋଲଗଡ଼ ବେଗୁନିଆରେ ବିଜେପି ଦଳ ସଂଖ୍ୟାଧିକ ପଞ୍ଚାୟତରେ ସରପଞ୍ଚ, ସମିତିସଭ୍ୟ,ୱାର୍ଡ଼ ମେମ୍ବର ଜିତାଇ ଦୁଇ ବ୍ଲକକୁ ଦଖଲ କରିବା ସହିତ ବିଜେପିର ଟ୍ରିପଲ ଇଂଜିନ୍ ସରକାର ଗଢିବା ପାଇଁ ଡଃ ମହାନ୍ତି ଉପସ୍ଥିତ ସମସ୍ତ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ପାଞ୍ଚଗଡ ମଣ୍ଡଳର ପୂର୍ବତନ ସଭାପତି ସୈାମ୍ୟରଞ୍ଜନ ବଳିୟାରସିଂହଙ୍କ ଆବାହକତ୍ୱରେ ଏହି ମିଶ୍ରଣ ପର୍ବରେ ସାନପଦର ପଞ୍ଚାୟତର ସମିତିସଭ୍ୟ ଦିଲ୍ଲୀପ କୁମାର ମହାପାତ୍ର, ଦଳାଇସାହି ପଞ୍ଚାୟତ ସମିତିସଭ୍ୟ ପ୍ରହଲ୍ଲାଦ ଦଳାଇ,ସରପଞ୍ଚ ସୁଶାନ୍ତ କୁମାର ପରିଡ଼ା, ବେଗୁନିଆ ବ୍ଲକର ପୂର୍ବତନ ବ୍ଲକ ସଭାପତି  ଅଜୟ କୁମାର ମାର୍ଥା, ଅସରଳା ପଞ୍ଚାୟତର ଯୁବନେତା ପ୍ରଦୀପ କୁମାର ମହାପାତ୍ର ଏହିକାର୍ଯ୍ୟକ୍ରମରେ ସାମିଲ ଥିଲେ । ପରିଶେଷରେ ବୋଲଗଡ଼ ବ୍ଲକର ପୂର୍ବତନ ବିଜେପି ସଭାପତି ରୁଦ୍ରନାରାୟଣ ବାହିନୀପତି ଧନ୍ୟବାଦ ଅର୍ପଣ କରିଥିଲେ ।

Recent Comments

Leave Comments

Top