logo
add image
ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପ ସଭାପତିଙ୍କ ଦେହାନ୍ତ :ସମଗ୍ର ଅଞ୍ଚଳରେ ଶୋକର ଛାୟା

ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପ ସଭାପତିଙ୍କ ଦେହାନ୍ତ :ସମଗ୍ର ଅଞ୍ଚଳରେ ଶୋକର ଛାୟା

ବାଲିଗୁଡା/୨୮/୧୨/୨୦୨୫/(ଆଧାର ମିଡ଼ିଆ-ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷ ଦିଗାଲଙ୍କ (୫୦) ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ସନ୍ତୋଷ ଗତ କିଛିଦିନ ପୁର୍ବରୁ ଥଣ୍ଡାଜନିତ ରୋଗରେ ଆକ୍ରାନ୍ତି ଧୂରେଧୂରେ ନିଶ୍ବାସ ପ୍ରଶ୍ବାସ ନେବା ରେ ସମସ୍ୟା ଦେଖାଦେବାରୁ ଶନିବାର ଅପରାହ୍ନରେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କ ଶ୍ବାସକ୍ରିୟା ସମସ୍ୟା ଗୁରୁତର ସୃଷ୍ଟିହେବାରୁ ଅଧୂକ ଚିକିତ୍ସା ପାଇଁ ଅନ୍ୟତ୍ର ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ତାଙ୍କୁ ପରିବାର ଲୋକେ ବ୍ରହ୍ମପୁର ମେଡିକାଲ ନେବାବେଳେ ସେ ସୋରଡ଼ା ନିକଟରେ ଆହୁରି ଗୁରୁତର ହୋଇପଡ଼ି ଥିଲେ। ପରେ ସୋରଡ଼ା ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ମୃତଘୋଷଣା କରିଥିଲେ। ରବିବାର ସକାଳୁ ଏହି ଘଟଣା ପ୍ରକାଶ ହେବାପରେ ସନ୍ତୋଷଙ୍କ ଗ୍ରାମ ସୁଲୁମାହାରେ ଆତ୍ମୀୟ ସ୍ବଜନ ସହିତ ବିଭିନ୍ନ ଅନୁଷ୍ଠାନ,ବୁଦ୍ଧିଜୀବୀ, ଜନନେତା ତାଙ୍କ ମରଶରୀରକୁ ଶେଷଦର୍ଶନ କରିବାପାଇଁ ଲୋକ ଭିଡ଼ ଜମାଇଥିଲେ। ସନ୍ତୋଷ ଓରଫ ବାବୁଲା ଅଞ୍ଚଳରେ ଜଣେ ଲୋକପ୍ରିୟ ବ୍ୟକ୍ତି ହୋଇଥିବା ବେଳେ ଓଡ଼ିଶା ଡ୍ରାଇଭର ମହାସଂଘ ଦାରିଙ୍ଗବାଡ଼ି ଶାଖାର ଉପସଭାପତି ଭାବେ ଦାୟିତ୍ବ ତୁଲାଇବା ସହ ସେ ପୁର୍ବରୁ ବିଭିନ୍ନ ରାଜନୈତିକ ଦଳରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ରହିଥିଲେ। ଏବେ ସେ କଂଗ୍ରେସ ଦଳରେ ଜଣେ ଶୃଙ୍ଖଳିତ କର୍ମୀଭାବେ କାର୍ଯ୍ୟକରୁଥିଲେ । ତାଙ୍କ ବିୟୋଗରେ କଂଗ୍ରେସ ଦଳ ସହିତ ଅଞ୍ଚଳର ଅପୂରଣୀୟ କ୍ଷତି ହୋଇଥିବା ଆଲୋଚନା ହେଉଛି। ସୂଚନାଯୋଗ୍ୟ ସନ୍ତୋଷଙ୍କ ସ୍ତ୍ରୀ ଚନ୍ଦ୍ରିକାଙ୍କ ସମେତ ତାଙ୍କର ୨ ଝିଅ ଓ ୨ ପୁଅ ରହିଛନ୍ତି। ଏଥିସହ ଭଉଣୀ ଓ ମା' ସନ୍ତୋଷଙ୍କ ଉପରେ ନିର୍ଭର କରୁଥିଲେ। ତାଙ୍କ ଦେହାନ୍ତପରେ ପୁରା ପରିବାର ଭାଙ୍ଗିପଡ଼ିଛନ୍ତି।

Recent Comments

Leave Comments

Top