ବିନିକା/୨୮/୧୨/୨୦୨୫/(ଆଧାର ମିଡ଼ିଆ-ଅକ୍ଷୟ କୁମାର ପୁଜାହାରୀ)- ଅଜି ରାଜ୍ୟସ୍ତରୀୟ ଅଭିଜିତ ପୂଜାହାରୀ ସ୍ମୃତି କମିଟିପକ୍ଷରୁ ରାଜ୍ୟସ୍ତରୀୟ ଅଭିଜିତ ପୂଜାହାରୀ ସ୍ମୃତି କମିଟି କାର୍ଯ୍ୟଳୟ ପରିସରରେ ବିନିକା ରାଜ୍ୟସ୍ତରୀୟ ସ୍ମୃତି କମିଟି ଏବଂ ସମ୍ବଲପୁର ତ୍ରିଲୋଚନ ନେତ୍ରାଳୟ ମିଲିତ ସହଯୋଗରେ ମାଗଣା କମ୍ପ୍ୟୁଟର ଦ୍ବାରା ମେଗାଚକ୍ଷୁ ପରିକ୍ଷା ଓ ପରାମର୍ଶ ଶିବର ଅନୁଷ୍ଟିତ ହୋଇଯାଇଛି. ଏହି ଶିବିରରେ ୮୩ ଜଣଙ୍କୁ ମାଗଣା କମ୍ପ୍ୟୁଟର ଦ୍ବାରା ଚକ୍ଷୁପରିକ୍ଷା ଓ ପରାମର୍ଶ ଶିବରରେ ୬୦ ଜଣଙ୍କୁ ମାଗଣା ଚଷମା ପ୍ରଦାନ କରାଯାଥିଲା । ଆଖି ଅପରେଶନ ପାଇଁ ୧୩ ସମ୍ବଲପୁର ଯାଇଥିବା କମିଟି ପ୍ରକାଶ କରିଛନ୍ତି.ଏହି ଶିବିରରେ ସମ୍ବଲପୁର ତ୍ରିଲୋଚନ ନେତ୍ରାଳୟ ଡ଼ ବରୁଣ ପୋଲ,ପ୍ରିୟଙ୍କା ସାହୁ, ରୋହିନୀ ରାଣୀ ଦାଶ, ସମିର ସାହୁ ପ୍ରମୁଖ ରୋଗୀ ମାନଙ୍କର ଚକ୍ଷୁ ପରୀକ୍ଷାକରି ମାଗଣା ଚଷମା ପ୍ରଦାନ କରିଥିଲେ। ପ୍ରଥମେ କମିଟି ପରାମର୍ଶ ଦାତା ବୃନ୍ଦାବନ ମିଶ୍ର ଗତକାଲି ବିନିକା କୋଟପାଇଁ ସରକାରି ଓକିଲଭାବେ ଯୋଗଦାନ କରିଥିବାରୁ ରାଜ୍ୟସ୍ତରୀୟ ଅଭିଜିତ ସୃତିକମିଟି ପକ୍ଷରୁ ସ୍ମୃତି କମିଟି କାର୍ଯ୍ୟଳୟରେ ଓପଢ଼ୋକନ ଓ ଫୁଲତୋଡ଼ା ଦେଇ ସମ୍ମାନିତ କରାଯାଇଥିଲା.କମିଟି ସଭାପତି ଅର୍ଚ୍ଚନା ପୂଜାହାରୀ ,ସମ୍ପାଦକ ପ୍ରୀୟରଞ୍ଜନ ହୋତା, କମିଟି ଉପଦେଷ୍ଟା ସୂର୍ଯ୍ୟନାରାୟଣ,ଅଶୋକ ପାଣ୍ଡେ,ସୈାମିତ୍ରୀ ପତି, ନିଳମଣୀ ସାହୁ, କୈଲାସ ଗଣ୍ଡ,ସାମ୍ବାଦିକ ଦିଲ୍ଲିପ ସାହୁ, ମୁକେଶ ବଗର୍ତ୍ତି,ସମ୍ବିତ ନେପାକ , ରାମ ଗୋପାଳ ବାଘ, ବିନିକା ମଁ ଦ୍ବାରୀଦେବି ଯୁବକ ସଂଘ, କୈଳାଶ ମାହାର, ଉମାକାନ୍ତ ଦୀପ,ଗଣ୍ଡାରାମ ମାହାଣା, ସିତାରାମ ଦାସ, ଶେଷଦେବ ମଣ୍ଡଳ ,ରାଜ୍ୟସ୍ତରୀୟ ଅଭିଜିତ ପୂଜାହାରୀ ସାହିତ୍ୟ ସଂସଦ ସଭାପତି ଗୀତାଞ୍ଜଳି ପୂଜାହାରୀ ସମେତ ସୃତି କମିଟି ସମସ୍ତ କର୍ମକର୍ତ୍ତା ସମେତ ଅଞ୍ଚଳର ମାନ୍ୟଗନ୍ୟ ବ୍ୟକ୍ତି ସହଯୋଗ କରିଥିଲେ.
Recent Comments