logo
add image
୨ଘଣ୍ଟିଆ ବନ୍ଦଡାକରା ଦେଲା ଓଡିଶା ମେଡିକାଲ ସେବାସଂଘ

୨ଘଣ୍ଟିଆ ବନ୍ଦଡାକରା ଦେଲା ଓଡିଶା ମେଡିକାଲ ସେବାସଂଘ

ବାଲିଗୁଡା/୦୫/୦୧/୨୦୨୬/:(ଆଧାର ମିଡ଼ିଆ-ସଞ୍ଜୟ କୁମାର ପାଣିଗ୍ରାହୀ):ଓଡ଼ିଶା ମେଡିକାଲ୍ ସର୍ଭିସେସ୍ ଆସୋସିଏସନ୍(ଓଏମସା)ର ଡାକରାରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡରେ ଥିବା ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର,ଉପ ସ୍ୱାସ୍ଥ୍ୟ ଜେନ୍ଦ୍ରରେ କାର୍ଯ୍ୟରତ ଡାକ୍ତରମାନଙ୍କର ଦାବିପୂରଣ ନହେବାରୁ ସରକାରୀ ହସ୍ପିଟାଲଗୁଡ଼ିକରେ ସୋମବାର ଠାରୁ ପ୍ରତିଦିନ ଦୁଇଘଣ୍ଟା ଅର୍ଥାତ ସକାଳ ୯ ଟାରୁ ୧୧ଟା ପର୍ଯ୍ୟନ୍ତ ବାହାର ରୋଗୀ ବିଭାଗ (ଓପିଡି) ବନ୍ଦ ରଖିଛନ୍ତି l ଯାହା ଫଳରେ ରୋଗୀ ସେବା ଏବଂ ଅନ୍ୟାନ୍ୟ ସେବାକୁ ପ୍ରଭାବିତ କରିଛି। ପ୍ରକାଶ ଯେ ରାଜ୍ୟ ସରକାର ଡାକ୍ତରଙ୍କ ପଦୋନ୍ନତି, ଦରମା ବୃଦ୍ଧି ଏବଂ କର୍ମକ୍ଷେତ୍ରରେ ସୁରକ୍ଷା ସମେତ ଡାକ୍ତରଙ୍କ ଦାବିପୂରଣ କରିବାରେ ବିଫଳ ହେବାପରେ ଓମସା ଏହି ନିଷ୍ପତ୍ତି ନେଇଛି। ଏହି ସମୟରେ,ଜୁନିଅର ଡାକ୍ତର ସଂଘ ଓମସାର ନିଷ୍ପତ୍ତିକୁ ସମର୍ଥନ ଜଣାଇଛି,ଯଦି ସେମାନଙ୍କ ଦାବି ପୂରଣ ନହୁଏ ତେବେ ଆହୁରି ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି। ଏହା ଉଲ୍ଲେଖ କରିବା ପ୍ରାସଙ୍ଗିକ ଯେ ଓମସା ୧୦ଦଫା ଦାବିନେଇ ଆନ୍ଦୋଳନ କରିଆସୁଛି,ଯେଉଁଥିରେ ପଦୋନ୍ନତି,ଦରମା ବୃଦ୍ଧି ଏବଂ କର୍ମକ୍ଷେତ୍ରରେ ସୁରକ୍ଷା ଅନ୍ତର୍ଭୁକ୍ତ। ଡିସେମ୍ବର ୨୬ ତାରିଖରୁ ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଏକ ଘଣ୍ଟା ଓପିଡି ବନ୍ଦ ପାଳନ କରୁଛି। କିନ୍ତୁ, ସରକାର ସେମାନଙ୍କ ଦାବିଉପରେ କୌଣସି ନିଷ୍ପତ୍ତି ନେଇନଥିଲେ। ଅନ୍ୟ କୌଣସି ଉପାୟ ନପାଇ,ଓମସାର କେନ୍ଦ୍ରୀୟ କାର୍ଯ୍ୟନିର୍ବାହୀ କମିଟି ବୈଠକରେ ଓପିଡି ବନ୍ଦସମୟକୁ ୧ ଘଣ୍ଟାରୁ ୨ ଘଣ୍ଟାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି ଯାହା ଫଳରେ ରୋଗୀମାନେ ପୂର୍ବରୁ ଚିକିତ୍ସା ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏ ସମ୍ପର୍କରେ ବାରଖମା ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରଙ୍କୁ ପଚାରିବାରୁ ସେ କହିଥିଲେ ଯେ,ଆମେ ଆମର ଦାବି ବିଷୟରେ ସରକାରଙ୍କୁ ଜଣାଇଛୁ,ଏବଂ ଜନସାଧାରଣ ମଧ୍ୟ ଓପିଡି ବନ୍ଦ ବିଷୟରେ ଅବଗତ ଅଛନ୍ତି। ଆମର ଉଦ୍ଦେଶ୍ୟ ରୋଗୀମାନଙ୍କୁ ଅସୁବିଧାରେ ପକାଇବା ନୁହେଁ,ଏବଂ ଯେକୌଣସି ଅପ୍ରୀତିକର ଘଟଣାପାଇଁ ସରକାର ଦାୟୀରହିବେ। ”

Recent Comments

Leave Comments

Top