ଗୁଣୁପୁର/୬/୦୬/୨୦୨୬/(ଆଧାର ମିଡ଼ିଆ)-ରବିବାରରେ ଭୁବନେଶ୍ୱରସ୍ଥିତ ବୁଦ୍ଧବିହାରରେ ଏକ ଜାତୀୟସ୍ତରୀୟ ଜ୍ୟୋତିଷ ସମିଳନୀ ଆୟୋଜିତ ହୋଇଥିଲା.ଓଡିଶା ତଥା ଭାରତର ବିଭିନ୍ନରାଜ୍ୟରୁ ବିଶିଷ୍ଟ ଜ୍ୟୋତିର୍ବିଦ ମାନେ ଯୋଗଦେଇ ବର୍ତମାନ ଜ୍ୟୋତିଷର ମହତ୍ୱ ଉପରେ ଆଲୋଚନା କରିଥିଲେ lଅନ୍ତର୍ଜାତୀୟ ବିଶିଷ୍ଟ ଜ୍ୟୋତିର୍ବିଦ ଆଚାର୍ଯ୍ୟ ଶ୍ରୀ ଶିବାନନ୍ଦ ଯେକି ଉତ୍ତର ପ୍ରଦେଶରୁ ଆସିଥିଲେ ସେ ମୁଖ୍ୟଅତିଥି ଥିଲେ ଓ ବିଭିନ୍ନ ବିନ୍ଦୁ ଆଲୋକପାତ କରିଥିଲେ lଇତ୍ୟବସରରେ ଗୁଣପୁରର ଜ୍ୟୋତିର୍ବିଦ ଡ଼ ଗଣେଶ ମାଳି ମଧ୍ୟ ଆଲୋଚନାରେ ଭାଗନେଇ ଜ୍ୟୋତିଷର ମହତ୍ୱ ଉପରେ ପ୍ରତିପାଦନ କରିଥିଲେ lତାଙ୍କୁ ଏଠାରେ ଜ୍ୟୋତିଷ ବଶିଷ୍ଟ ସମ୍ମାନ ପ୍ରଦାନ କରାଯାଇଥିଲା ପ୍ରକାଶ ଥାଉକି ଶ୍ରୀ ମାଳିଙ୍କୁ ଏଥିପୂର୍ବରୁ ଡାକ୍ତରେଟ,ଜ୍ୟୋତିଷ ଶିରମଣି,ଜ୍ୟୋତିଷ ସମ୍ରାଟ,ସ୍ଵର୍ଣପଦକ ପ୍ରାପ୍ତ ହୋଇଥିଲା l
ଗୁଣପୁରର ଏହି ଯୁବ ଜ୍ୟୋତିର୍ବିଦଙ୍କ ସଫଳତାରେ ପରିବାର,ବନ୍ଧୁ ବାନ୍ଧବ ଓ ଶୁଭେଛୁଙ୍କ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି lଶ୍ରୀ ଗଣେଶମାଳି ଏହିଉପାଧି ନିଜ ଆଧ୍ୟାତ୍ମିକ ତଥା ଜ୍ୟୋତିଷ ଗୁରୁପୂଜ୍ୟ ୧୦୮ବ୍ରହ୍ମଲୀନ ସ୍ୱାମୀ ବିଦ୍ୟାନନ୍ଦ ସାଗର ମହାରାଜଙ୍କୁ ସମର୍ପିତ କରିବାସହ ସମସ୍ତ ଶ୍ରେୟ ତାଙ୍କଗୁରୁଙ୍କୁ ଦେଇଛନ୍ତି l
Recent Comments