logo
add image
 ବାଲିଗୁଡାରେ ସଡକ ସୁରକ୍ଷା ସଚେତନତା ପକ୍ଷ ପାଳିତ

ବାଲିଗୁଡାରେ ସଡକ ସୁରକ୍ଷା ସଚେତନତା ପକ୍ଷ ପାଳିତ

ବାଲିଗୁଡା/୧୫/୦୧/୨୦୨୬/(ସଞ୍ଜୟ କୁମାର ପାଣିଗ୍ରାହୀ)-କନ୍ଧମାଳ ଜିଲ୍ଲା ପରିବହନ ପ୍ରାଧିକରଣ ଓ ବାଲିଗୁଡା ଘରୋଇ ବସ୍ ମାଲିକ ସଂଘର ମିଳିତ ଉଦ୍ୟମରେ ସଡକ ସୁରକ୍ଷା ପକ୍ଷ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି l ଏଥିରେ କନ୍ଧମାଳ ଜିଲ୍ଲା ମୋଟର ଯାନ ଇନ୍ସପେକ୍ଟର ପ୍ରଶାନ୍ତ କୁମାର ଦାସ, ସହକାରୀ ମୋଟର ଯାନ ଇନ୍ସପେକ୍ଟର ବଟକୃଷ୍ଣ ବିଶ୍ଵାଳ ଆଦିବାସୀ ମହାବିଦ୍ୟାଳୟ ନିକଟରେ ଉପସ୍ଥିତ ରହି ସବୁଜ ପତାକା ଦେଖାଇ ରାଲିର ଶୁଭାରମ୍ଭ କରିଥିଲେ l ମହାବିଦ୍ଯାଳୟ ପରିସରରୁ ଛାତ୍ରଛାତ୍ରୀ ମାନେ ଏକ ଶୋଭାଯାତ୍ରାରେ ବାହାରି ସରସ୍ୱତୀ ଶିଶୁ ବିଦ୍ଯା ମନ୍ଦିରର ଘୋଷ ବାହିନୀ ଦଳ ବାଦ୍ଯବଜାଇ ପ୍ଲାକାର୍ଡ ଧରି ଟିସାର୍ଟ ଓ ଟୋପି ପିନ୍ଧି ସଡ଼କ ସୁରକ୍ଷା ଜୀବନ ରକ୍ଷା, ଗାଡି ଚଳାଇବା ବେଳେ ମୋବାଇଲ ବ୍ୟବହାର କରିବା ନାହିଁ, ଦ୍ରୁତଗତି ମହାବିପତ୍ତି, ସଡ଼କ ସୁରକ୍ଷା ପରିବାର ରକ୍ଷାଭଳି ବିଭିନ୍ନ ସଚେତନତା ସ୍ଳୋଗାନ ମାନଦେଇ ବସଷ୍ଟାଣ୍ଡ ପର୍ଯ୍ଯନ୍ତ ଯାଇଥିଲେ l ଏହି ଶୋଭାଯାତ୍ରାରେ ମହାବିଦ୍ୟାଳୟର ରକ୍ଷକ ମାଷ୍ଟର ଟ୍ରେନର ଡ.ବିଭୂତି ଭୂଷଣ ଆଚାର୍ଯ୍ଯ, ଘରୋଇ ବସ୍ ମାଲିକ ସଂଘର ଲୋକନାଥ ପାଢୀ ସଚ୍ଚିଦାନନ୍ଦ ସାହୁ, ରବିଚନ୍ଦ୍ର ପାତ୍ର, କିଶୋର କୁମାର ପାଳ,ସନ୍ନ୍ଯାସୀ ସାହୁ, ସୂର୍ଯ୍ଯ ନାରାୟଣ ସାହୁ, ନିଶାକର ସାହୁ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l    

Recent Comments

Leave Comments

Top