logo
add image
ବୌଦ୍ଧଜ଼ିଲ୍ଲାରେ ୭୭ ତମ ଜ଼ିଲ୍ଲାସ୍ଥରୀୟ ସାଧାରଣତନ୍ତ୍ର ଦିବସ ମହା ପାଳିତ . 

ବୌଦ୍ଧଜ଼ିଲ୍ଲାରେ ୭୭ ତମ ଜ଼ିଲ୍ଲାସ୍ଥରୀୟ ସାଧାରଣତନ୍ତ୍ର ଦିବସ ମହା ପାଳିତ . 

ବୌଦ୍ଧ/୨୬/୦୧/୨୦୨୬/(ଆଧାର ମିଡ଼ିଆ)- ବୌଦ୍ଧ ଜ଼ିଲ୍ଲା ଷ୍ଟାଡିୟମ ପଡିଆ ଠାରେ ୭୭ ତମ ଜ଼ିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଶ୍ରୀଯୁକ୍ତ ସମ୍ପଦଚନ୍ଦ୍ର ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ଅନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ଜନତାଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ l ଏଥିସହ ସ୍ୱାଧୀନତା ସଂଗ୍ରାମରେ ପ୍ରlଣବଳୀ ଦେଇଥିବା ସ୍ୱାଧୀନତା ସଂଗ୍ରାମୀଙ୍କୁ ସମସ୍ତେ ଆଜିର ଦିନରେ ମନେପକାଇବା ସହ ବୌଦ୍ଧର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ l
ପ୍ୟାରେଡରେ ସର୍ବମୋଟ ୩୪ ଟି ଦଳ ଅଂଶଗ୍ରହଣ କରିଥିଲେ l ଜୁନିଅର ସିଭିଲିଆନରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପ୍ରଥମ, ପି ଏମ ଶ୍ରୀ ବାବା ବୈଦ୍ୟନାଥ ନୋଡାଲ ହାଇ ସ୍କୁଲ - ଦ୍ଵିତୀୟ, ସିନିଅର ସିଭିଲିଆନରେ ଓଡିଶା ଆଦର୍ଶ ବିଦ୍ୟାଳୟ,ତେତେଲେଙ୍ଗା ( ବାଳିକା )- ପ୍ରଥମ, ଅଭ୍ୟଦୟ ଇନ୍ଷ୍ଟିଟ୍ୟୁଟ ଅଫ ବେସିକ ସାଇନ୍ସ - ଦ୍ଵିତୀୟ, ନନ ସିଭିଲିଆନ ରେ ପି. ଏମ. ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ଏନ ସି ସି, ବୌଦ୍ଧ- ପ୍ରଥମ, ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ଏନ ସି ସି-ଦ୍ଵିତୀୟ,ସେହିପରି ଶାରୀରିକ କ୍ରୀଡା ରେ  ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର - ପ୍ରଥମ, ଆଇ ସ୍କୁଲ-ଦ୍ଵିତୀୟ, ପି ଏମ ଶ୍ରୀ ବାବା ବୈଦ୍ୟନାଥ ନୋଡାଲ ଉଚ୍ଚ ବିଦ୍ୟାଳୟ, ସରସରା-ତୃତୀୟ ସ୍ଥାନ ଅଧିକାର କରି ମୁଖ୍ୟ ଅତିଥି ଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ l ଏହି ଅବସରରେ  ପ୍ୟାରେଡ କୁ ଶ୍ରୀଯୁକ୍ତ ପ୍ରଦୀପ ଓରାମ, ରିଜର୍ଭ ଇନ୍ସପେକ୍ଟର ପରିଚାଳନା କରିଥିବା ବେଳେ ସରଜେଣ୍ଟ ଖଗେଶ୍ୱର ବିଶ୍ୱାଳ, ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର କ୍ୟାଡ଼େଟ ଭରତଲାଲ ପଣ୍ଡା ଏବଂ ନିରାକାର ଲୌରିଆ ଅନୁଷ୍ଠାନିକ ପ୍ୟାରେଡରେ ଉପସ୍ଥିତ ରହି ସହଯୋଗ କରିଥିଲେ l ପ୍ୟାରେଡ ତଥା ପିଇଟି ଡ଼ିସପ୍ଲେ, ପ୍ରଜ୍ଞାପନ ମେଢ଼ରେ ସହକାରୀ କମାଣ୍ଡେଣ୍ଟ, ୫ମ ଆଉ ଆର ବି, ବଲାସିଂଘl ଆର. ଏନ.ଜୈନ,ଇନ୍ସପେକ୍ଟର ଆର୍ମ ସତ୍ୟ ନାରାୟଣ ବିନ୍ଧାଣି,ଏୟାର ଭେଟେରାନ ତଥା ଜୁନିଅର ୱାରେଣ୍ଟ ଅଫିସର ସୂର୍ଯ୍ୟ ନାରାୟଣ ପଣ୍ଡା ଯୋଗ ଦେଇ ବିଚାର କାର୍ଯ୍ୟ ତୁଲାଇ ଥିଲେ ।
ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାର ପ୍ରଥମ ପୁରସ୍କାର ମୁଖ୍ୟ ଅତିଥିଙ୍କ ଦ୍ଵାରା ପ୍ରଦାନ କରା ଯାଇଥିଲା।   ପ୍ରଜ୍ଞାପନ ମେଢ଼ ପ୍ରତିଯୋଗିତାରେ ବିକଶିତ ଭାରତ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି- ପ୍ରଥମ, ଜଳ ଓ ପରିମଳ ବିଭାଗ - ଦ୍ଵିତୀୟ ଓ ଅନ୍ତୋର୍ଦୟ ଗୃହ ଯୋଜନା - ତୃତୀୟ ସ୍ଥାନ ଗ୍ରହଣ କରିଥିଲେ। ଅନ୍ୟାନ୍ୟ ବିଭାଗର ବହୁ ପ୍ରଜ୍ଞlପନ ମେଢ଼  ଅନୁଷ୍ଠାନିକ ପ୍ୟାରେଡରେ ସାମିଲ ହୋଇ କାର୍ଯ୍ୟକ୍ରମ ଶେଷରେ କ୍ରମlନ୍ୱୟରେ ବୌଦ୍ଧ ସହର ପରିକ୍ରମା କରିଥିଲେ l ପ୍ରାତଃ ୪.୩୦ ରେ ରାମଧୁନ, ୬ ଟାରେ ପ୍ରଭାତ ଫେରି,୭ ଟାରେ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ,୭.୩୦ରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ୮.୩୦ ରେ ଅନୁଷ୍ଠାନିକ ପ୍ୟାରେଡ ଉତ୍ସବ ଅନୁଷ୍ଠିତ ହୋଇଥିଲା l ସକାଳ ଘ. ୧୦.୩୦ ମାନ୍ୟବର ମନ୍ତ୍ରୀଙ୍କ ଦ୍ୱାରା ସାଇକେଲ ରାଲିର ଶୁଭାରମ୍ଭ,ଦିବା ୧୧ଘଟିକା ସମୟରେ ରକ୍ତଦାତା ପ୍ରବର୍ତ୍ତକ ସଂଘର ସହଯୋଗରେ ରକ୍ତଭଣ୍ଡାରରେ ରକ୍ତଦାନ, ପରେ ପରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମାନଙ୍କୁ ଫଳ ବଣ୍ଟନରେ ମାନ୍ୟବର ମନ୍ତୀ ଉପସ୍ଥିତ ରହି ରୋଗୀମାନଙ୍କୁ ଫଳବଣ୍ଟନ କରିଥିଲେ ଜ଼ିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ,ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡଷନା, ଉପ ଜ଼ିଲ୍ଲାପାଳ ବିନୟ କୁମାର ଭୋଇ  ଏବଂ ଡେପୁଟି କଲେକ୍ଟର ମାନଙ୍କ ଦ୍ୱାରା ସମାଜସେବୀ ଓମ ପ୍ରକାଶ ଅଗ୍ରୱାଲଙ୍କ ସହଯୋଗ କ୍ରମେ ଜ଼ିଲ୍ଲା ଶିଶୁସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନଙ୍କ ତତ୍ୱାବଧାନରେ କୁଷ୍ଠlଶ୍ରମରେ ଫଳ, ଶାଢ଼ୀ, ଧୋତି, ଗାମୁଛା, ଛତା,  ବାସନ, ମିଷ୍ଟାନ୍ନ ଆଦି ବଣ୍ଟନ ଓ ପରେ ପରେ ଜ଼ିଲ୍ଲା ଜେଲରେ ସମାଜ ସେବୀ ସଂଜୀବ କୁମାର ଅଗ୍ରୱାଲର ସହଯୋଗ ରେ ଫଳବଣ୍ଟନ କରିଥିଲେ l
ପରେ ପରେ ଟାଉନହଲ ପରିସରରେ ସାହିତ୍ୟିକ ଏବଂ କବି ମାନଙ୍କ ସ୍ୱ ରଚିତ ଦେଶାତ୍ମବୋଧକ କବିତା ପାଠ କାର୍ଯ୍ୟକ୍ରମ ସହକାରୀ ଶିକ୍ଷକ ସନ୍ତୋଷ କୁମାର କର୍ଣ୍ଣଙ୍କ ସଭାପତିତ୍ବରେ ଏବଂ ନବକିଶୋର ଦୀପଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା l ଅପରାହ୍ନରେ ଉଦ୍ୟାନ ବିଭାଗ ଓ ପ୍ଲାଣ୍ଟ ଲାଭର୍ସ ଆସୋସିଏସନଙ୍କ ସହଯୋଗରେ ଟାଉନହଲ ପରିସରରେ ପୁଷ୍ପ ପ୍ରଦର୍ଶନୀ,ପରେ ପରେ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ ବୌଦ୍ଧ ଭେଟେରାନ ଏକାଦଶ ଏବଂ ଜ଼ିଲ୍ଲାପାଳ ଏକାଦଶଙ୍କ ମଧ୍ୟରେ ଅନୁଷ୍ଠିତ ହୋଇ ଏଥିରେ ଜ଼ିଲ୍ଲାପାଳ ଏକାଦଶ ବିଜୟ ଲାଭ କରିଥିଲେ l ସନ୍ଧ୍ୟା ୫.୩୦ମି ସମୟରେ ସହକାରୀ ଶିକ୍ଷକ ନବ କିଶୋର ଦୀପଙ୍କ ସଂଯୋଜନାରେ ମୁକ୍ତ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ପୁରସ୍କାର ବିତରଣୀ ସଭା ଅନୁଷ୍ଠିତ ହୋଇଥିଲା। ଆର୍ଯ୍ୟନ ଏକାଡେମୀ, କୁମୁରସିଂଘା,ଗୌରୀଶଙ୍କର ପବ୍ଲିକ ସ୍କୁଲ, ପି ଏମ ଶ୍ରୀ ବାବା ବୈଦ୍ୟନାଥ ନୋଡାଲ ହାଇସ୍କୁଲ,ସରସରା, ବ୍ରାଇଟ ମାଇଣ୍ଡ ଡାଇମେନସନ ସ୍କୁଲ,ସାଇ ପ୍ରଭୁଜି ଗ୍ଲୋବାଲ ସ୍କୁଲ,ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ଆଇ ସ୍କୁଲ,ଚନ୍ଦ୍ରଚୂଡ଼ ଉ ପ୍ରା ବିଦ୍ୟାଳୟ,ବାପୁଜୀ ନଗର, ଉ ପ୍ରା ବିଦ୍ୟାଳୟ, ସେଣ୍ଟ ଜୋନ ଇଂଲିଶ ମିଡିୟମ ସ୍କୁଲର ସାଂସ୍କୃତିକ (ଡ୍ୟାନ୍ସ) କାର୍ଯ୍ୟକ୍ରମ,ପ୍ରିୟମ ପଟ୍ଟନାୟକ ଦେଶlତ୍ମବୋଧକ ସଂଗୀତ ପରିବେଷଣ କରି ପୁରସ୍କୃତ ହୋଇଥିଲେ l ସନ୍ଧ୍ୟା କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଅନିରୁଦ୍ଧ ପଧାନ,ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ପ୍ରଭାସ ଚନ୍ଦ୍ର ଦଣ୍ଡସନl ଯୋଗଦେଇ ସମସ୍ତ ପ୍ରତିଯୋଗିତା,ସଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବ୍ୟକ୍ତି ବିଶେଷଙ୍କୁ ଉତ୍ତରୀୟ, ମେମେଣ୍ଟ, ପୁଷ୍ପଗୁଛ ଦେଇ ପୁରସ୍କତ କରିଥିଲେ l ଏହି ସମସ୍ତ କାର୍ଯ୍ୟକ୍ରମ କୁ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ସି ଆର ସି ସି ସତ୍ୟ ନାରାୟଣ ସାହୁ, ନବ କିଶୋର ଦୀପ, ଅନ୍ଵେଷା ମିଶ୍ର,ଶ୍ରଦ୍ଧାଞ୍ଜଳି ସାହୁ,ତୃପ୍ତିମୟୀ ଭଞ୍ଜ,ବର୍ଷାରାଣୀ ମେହେର,ପ୍ରେମଜିତ ଝlଙ୍କର ପରିଚାଳନା କରିଥିଲେ l ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟl ଳୟର ଅକ୍ଷୟ କୁମାର ମହାକୁଡ଼, ଜିତେନ୍ଦ୍ର କୁମାର ମହାନ୍ତି,ବୀର କିଶୋର କର୍ମୀ, ସୋମନାଥ ବାରିକ,ପିଙ୍କି ବେହେରା ପ୍ରମୁଖ ସହଯୋଗ କରିଥିଲେ l

Recent Comments

Leave Comments

Top