ସୁବର୍ଣ୍ଣପୁର/୨୬/୦୧/୨୦୨୬/(ଆଧାର ମିଡ଼ିଆ)-ଆଜି ସନ୍ଧ୍ୟା ୭.୦୦ ଘଟିକା ସମୟରେ ସୁବର୍ଣ୍ଣପୁର ଜିଲ୍ଲାର ଟାଉନ ହଲରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ସମାରୋହ ୨୦୨୬ର ପୁରସ୍କାର ବିତରଣ ଓ ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ସୁବର୍ଣ୍ଣପୁର ର ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଏବଂ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ବ୍ୟକ୍ତି ବିଶେଷ ଏବଂ ସଂସ୍ଥା, ତଥା ବିଦ୍ୟାଳୟ ଓ ମହାବିଦ୍ୟାଳୟର ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବଣ୍ଟନ କରିଥିଲେ ।
ଜିଲ୍ଲାପାଳ ଏହି ସାଂସ୍କୃତିକ ସନ୍ଧ୍ୟାରେ ସାଧାରଣତନ୍ତ୍ର ଦିବସର ଆଉ ଥରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ ଏବଂ କାର୍ଯକ୍ରମ କୁ ଉପଭୋଗ କରିବା ପାଇଁ ସମସ୍ତଙ୍କୁ କହିଥିଲେ ।ଏଥିରେ ଅନ୍ୟତମ ଅତିଥି ଭାବେ ଯୋଗ ଦାନ କରିଥିଲେ ଅତିରିକ୍ତ ଜିଲ୍ଲାପାଳ, ସୁବର୍ଣ୍ଣପୁର (ସାଧାରଣ), ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ, ଅତିରକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ରାଜେନ୍ଦ୍ର ମାଝୀ । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀମତୀ ଉଷାରଣୀ ଦାସ ଓ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗଦାନ କରି ପୁରସ୍କାର ପ୍ରଦାନ କରିଥିଲେ । ସାଧାରଣତନ୍ତ୍ର ଦିବସର ସନ୍ଧ୍ୟାରେ ୧୧ ଟି ବିଭିନ୍ନ ପ୍ରତିଯୋଗିତାରେ ବିଜେତା ହେଇଥିବା ୩୯ ଜଣ ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହା ଛଡା ୧୦ ଜଣ ବ୍ୟକ୍ତି ଏବଂ ସଂସ୍ଥାଙ୍କୁ ମଧ୍ୟ ତାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନୀ ପାଇଁ ସମ୍ମାନିତ କରାଯାଇଥିଲା ।ସନ୍ଧ୍ୟାରେ ୧୩ଟି ସାଂସ୍କୃତିକ ଦଳ ତାଙ୍କ ଦେଶଭକ୍ତି ସମ୍ବଳିତ ସାଂସ୍କୃତିକ କାର୍ଯକ୍ରମ ପ୍ରଦର୍ଶନ କରିଥିଲେ । ଏହି ଦଳ ମାନଙ୍କ ଭିତରେ ଥିବା କୁନି କୁନି ପିଲା ମାନେ ତାଙ୍କ ପ୍ରତିଭା ପ୍ରଦର୍ଶନ କରିଥିଲେ ଏବଂ ତାଙ୍କ ସାଂସ୍କୃତିକ କାର୍ଯକ୍ରମ ପ୍ରଦର୍ଶନୀ ପରେ ତାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।ଏହି କାର୍ଯକ୍ରମରେ ଯୋଗ ଦେଇଥିଲେ ଛାତ୍ରଛାତ୍ରୀ ମାନଙ୍କର ଅଭିଭାବକ, ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ବିଭିନ୍ନ ସମ୍ବାଦପତ୍ର ଏବଂ ବୈଦ୍ୟୁତିକ ଗଣମାଧ୍ୟମ ର ସାମ୍ବାଦିକ ମାନେ ।
Recent Comments