logo
add image
ବିଜେପି ଦଳର ପ୍ରମୁଖ ଭାବେ ଲକ୍ଷ୍ମୀଧର ମନୋନୟନ  

ବିଜେପି ଦଳର ପ୍ରମୁଖ ଭାବେ ଲକ୍ଷ୍ମୀଧର ମନୋନୟନ  

କାକଟପୁର/୨୮/୧/୨୦୨୬/(ଆଧାର ମିଡ଼ିଆ-ତୁଷାର ଦୀକ୍ଷିତ)-ପୁରୀଜିଲ୍ଲା କାକଟପୁର ବ୍ଳକ ଲତାହରଣ ଗ୍ରାମପଞ୍ଚାୟତ ବିଜେପି ଦଳର ପ୍ରମୁଖ ଭାବେ ଲକ୍ଷ୍ମୀଧର ସ୍ୱାଇଁଙ୍କୁ ମନୋନିତ କରାଯାଇଛି l କାକଟପୁର ନିର୍ବାଚନ ମଣ୍ଡଳୀର ୬ ନମ୍ବର ଜୋନର ମଣ୍ଡଳ ସଭାପତି ରାକେଶ କୁମାର ବିଶ୍ୱାଳଙ୍କ ସମେତ ଦଳର ବହୁ ବରିଷ୍ଠନେତା ଏହି ମନୋନୟନ ପ୍ରକ୍ରିୟାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ l ଲକ୍ଷ୍ମୀଧର ବିଜେପି ଦଳର ଜଣେ ଯୁବସଂଗଠକ ତଥା ସମାଜସେବୀ ଭାବେ ସମଗ୍ର ବ୍ଳକ ଅଞ୍ଚଳରେ ବେଶ ଜଣାଶୁଣା l ଲତାହରଣ ଗ୍ରାମପଞ୍ଚାୟତ ପ୍ରମୁଖ ଭାବେ ଶ୍ରୀ  ସ୍ୱାଇଁଙ୍କୁ ଦାୟିତ୍ୱ ମିଳିବା ପରେ ଏନେଇ ସେଠାକାର ବିଜେପି କର୍ମୀ ମହଲରେ ଖୁସିର ଲହରୀ ଖେଳିଯାଇଛି l ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେପି ଏକାକୀ ସଂଖ୍ୟା ଗରିଷ୍ଠତା ହାସଲ କରିବାକୁ ହେଲେ ଦଳୀୟ ସଂଗଠନକୁ ମଜଭୁତ କରିବା ପାଇଁ ସମସ୍ତ ଦଳୀୟ କର୍ମୀଙ୍କ ସହଯୋଗ ଦଳର ପ୍ରମୁଖ ଶ୍ରୀ ସ୍ୱାଇଁ ଦଳୀୟ ବୈଠକରେ କର୍ମୀଙ୍କୁ  ଆହ୍ୱାନ ଦେଇଛନ୍ତି l

Recent Comments

Leave Comments

Top