logo
add image
ତହସିଲଦାର ଓ କିରାଣୀଙ୍କ ମଧୁଚନ୍ଦ୍ରିକାରେ-ଡିମାରକେସନ କେଶ ପିଟିସନ ଅନ୍ୟ ରେକର୍ଡ ଗାଏବ.

ତହସିଲଦାର ଓ କିରାଣୀଙ୍କ ମଧୁଚନ୍ଦ୍ରିକାରେ-ଡିମାରକେସନ କେଶ ପିଟିସନ ଅନ୍ୟ ରେକର୍ଡ ଗାଏବ.

ପିପିଲି/୨୯/୧/୨୦୨୬/(ଆଧାର ମିଡ଼ିଆ)-ରେଭେନ୍ୟୁ ତହସିଲଦାର ଅଫିସ ହେଉଛି ଜନସାଧାରଣମାନଙ୍କର କାର୍ଯ୍ୟାଳୟ.ଏହି କାର୍ଯ୍ୟାଳୟକୁ ବିଭିନ୍ନ କାର୍ଯ୍ୟ ଜନସାଧାରଣ ସମେତ ପ୍ରମାଣ ପତ୍ର ପାଇବା ନିମନ୍ତେ ଛାତ୍ରଛାତ୍ରୀ ମାନେ ଆସିଥାନ୍ତି.ସେମାନଙ୍କୁ କାର୍ଯ୍ୟ ଓ ପ୍ରମାଣପତ୍ର ଯୋଗାଇ ଦେବା ହେଉଛି ତହସିଲଦାରଙ୍କର ଓ କର୍ମଚାରୀମାନଙ୍କର. ଏମିତି କି ଜନସାଧାରଣ ମାନଙ୍କର ଟିକସରେ ବାବୁମାନେ ମାସିକ ସରକାରୀ ଦରମା ନେଇଥାନ୍ତି.
ବାବୁମାନେ ସରକାରୀ ନିୟମକୁ ଉଲଂଘନ କରି ଆସୁଥିବା ଜନସାଧାରଣ ମାନଙ୍କୁ ହାରସମେଣ୍ଟ କରି ଶେଷରେ କାର୍ଯ୍ୟ ହେବ କହି ପୁଳା ପୁଳା ଉପୁରି ଅର୍ଥନେଇ ମାଲେ ମାଲ ହେଉଛନ୍ତି.ପୁଳା ପୁଳା ଟଙ୍କା ନେଇ ବିଭିନ୍ନ ଜିଲ୍ଲାରେ ରାଜ ଉଆସ  ନିର୍ମାଣ କରି ନାମିଦାମୀ ଗାଡିକରି ପିପିଲି ଅଞ୍ଚଳରୁ ଅନ୍ୟ ଅଂଚଳକୁ ଚରୁରତାର ସହିତ ଖସି ଯିବାରେ ସକ୍ଷମ ହେଉଛନ୍ତି.ସେହି ପୁଳା ପୁଳା ଅର୍ଥନେଇ ଅନ୍ୟ ତହସିଲରେ ଭିଜିଲାନ୍ସ ହାତରେ ଧରାପଡି ଟଙ୍କା.ସୁନା ଏବଂ ବଡ଼ ବଡ଼ କୋଠା ଜବତ କରା ଯାଉଛି. ଯାହା ଏବେ ବାରଙ୍ଗ ତହସିଲରୁ ଦେଖିବାକୁ ମିଳିଥିଲା.
ଏବେ ପିପିଲି ତହସିଲଦାର ଅଫିସରେ ଜନସାଧାରଣ ମାନେ କାର୍ଯ୍ୟନିମନ୍ତେ ଆସି କେଶନିମନ୍ତେ ଦରଖାସ୍ତ. ଅନ୍ୟାନ୍ୟ ପିଟିସନ ଦାଖଲ କରୁ ଥିବାବେଳେ ସେହି ପିଟିସନ ଓ କେଶ ରେକର୍ଡଜୁ ତହସିଲଦାର ଏବଂ କର୍ମଚାରୀ ଅପରପକ୍ଷକୁ ଭିତିରି ବାର୍ତ୍ତା ଦେଇ ଅନୁର୍ଯ୍ୟାପ୍ତ ଅର୍ଥ ନେଇ ଆସୁଥିବା ଅଭିଯୋଗକାରୀଙ୍କୁ କିଛି କାର୍ଯ୍ୟ ହେବନାହିଁ ଧମକ ଦେବାସହ ଦୁର୍ବ୍ୟବହାର କରି ତହସିଲ କାର୍ଯ୍ୟାଳୟରୁ ଫେରାଇ ଦେଇଥିବା ଭଳି ସଂଗୀନ ଅଭିଯୋଗ ହେଉଛି.
ସୂଚନା ଅନୁଯାୟୀ ପିପିଲି ଅଞ୍ଚଳର ଜଣେବ୍ୟକ୍ତି ନିଜଜମି ସରକାରୀ ଅମିନଙ୍କ ଦ୍ୱାରା ମାପଚୁପ କରିବା ନିମନ୍ତେ ପିପିଲି ତହସିଲ କାର୍ଯ୍ୟଳୟରେ ଜାନୁଆରୀ ୭ ତାରିଖରେ ଦରଖାସ୍ତ ଆଗତ ପାଇଁ ପିପିଲି ତହସିଲଦାରଙ୍କୁ ଦେଇଥିଲେ. ପିପିଲି ତହସିଲଦାର ଉକ୍ତ ମାପଚୁପ କେଶ ପିଟିସନକୁ ରଖିଥିଲେ.ପରବର୍ତ୍ତୀ ସମୟରେ ତହସିଲଦାରଙ୍କ ଠାରୁ ବୁଝିବା ପାଇଁ ଯାଇଥିବା ବେଳେ ତହସିଲଦାର ମୋକଦ୍ଦମା ସମ୍ପର୍କରେ କାର୍ଯ୍ୟ କରିବା ବଦଳରେ ପାଲଟା ଦୁର୍ବ୍ୟବହାର କରି କୌଣସି କେଶ ରେକର୍ଡ ପତ୍ର ନାହିଁ ବୋଲି କହିଥିଲେ. ଯାହାକି ତହସିଲଦାରଙ୍କ ଏଭଳି ବ୍ୟବହାର ଏବଂ ରେକର୍ଡ ଗାଏବ ନେଇ ଅନେକ ଜନସାଧାରଣ ରାଜସ୍ବ ମନ୍ତ୍ରୀ ଏବଂ ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଜଣାଇବେ ବୋଲି ସୂଚନା ମିଳିଛି.ସେହିଭଳି ପିପିଲି ତହସିଲଦାର କାର୍ଯ୍ୟାଳୟରେ ଅନେକ କେଶ ରେକଡ଼ ଏବଂ ବେଆଇନ କିସମ ପରିବର୍ତ୍ତନ ହୋଇଥିବା ଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ଜନସାଧାରଣ.
ଏଭଳି ସଂଗୀନ ଅଭିଯୋଗ ଆସିବା ପରେ ପିପିଲି ତହସିଲଦାର ହୃଷିକେଶ ତ୍ରିପାଠୀଙ୍କ ମତାମତ ଲୋଡିଥିବା ବେଳେ ସେ କୌଣସି ଉତ୍ତର ଦେବେନାହିଁ ଏବଂ ଆମ ସରକାରରେ କିଛି ହେବନାହିଁ ବୋଲି ରୋକଠୋକ ମନାକରି ଦେଇ ଥିଲେ.ତେଣୁ ଏଦିଗରେ ପୁରୀ ଜିଲ୍ଲାପାଳ ଏବଂ ରାଜସ୍ୱ ମନ୍ତ୍ରୀ ନଜର ଦେଇ ଜୈନିକ ତହସିଲଦାର ଏବଂ ଡିମାର କେସନ କିରାଣି ଓ ମୁନାଫା ଖୋର ଅଫସରଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀହେଉଛି.
 

Recent Comments

Leave Comments

Top