ଗୁଣୁପୁର/୩୦/୧/୨୬/(ଆଧାର ମିଡ଼ିଆ)-ଆଜି ସ୍ଥାନୀୟ ଜିଆଇଇଟି ବିଶ୍ୱବିଦ୍ୟାଳୟ ପରିସର ମେଗା ଅଡିଟୋରିୟରେ ସ୍କୁଲ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ଜୈବ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ବାଇରାକ୍ କେନ୍ଦ୍ର ମିଳିତ ସହଯୋଗ ରେ "ଅନୁବାଦାତ୍ମକ ଗବେଷଣା, ନବସୃଜନ ଏବଂ ଜୈବ ଉଦ୍ୟୋଗ " ସମ୍ପର୍କରେ ଦୁଇ ଦିନିଆ ଅର୍ନ୍ତଜାତୀୟ ସମ୍ମିଳନୀ ଉଦ୍ଘାଟିତ ହୋଇଯାଇଛି।ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ଵର ସ୍ଥିତ ଆଇ ଏମ୍ ଏମ୍ ଟି ର ବରିଷ୍ଠ ମୁଖ୍ୟ ବୈଜ୍ଞାନିକ ଡ ନବୀନ କୁମାର ଧଳ ଯୋଗଦେଇ ଉଦ୍ଭିଦଙ୍କ ସହାୟତାରେ କିପରି ପରିବେଶ ପ୍ରଦ୍ୟୁଷଣ ମୁକ୍ତ ହୋଇ ପାରିବ ସେହି ବିଷୟରେ କହିଥିଲେ।
ସମ୍ମାନୀୟ ଅତିଥି ଭାବେ ଏନ୍ ଆଇ ଟି ରାଉଲକେଲାର ଜୀବ ବିଜ୍ଞାନ ବିଭାଗର ଡ ସୁରଜିତ ଦାସ, ବିଶାଖାପାଟଣା ସ୍ଥିତ ଟି ସି ଏ ବି ଏସ୍ - ଇ ଲେବର ପ୍ରତିଷ୍ଠାତା ତଥା ମୁଖ୍ୟ ବୈଜ୍ଞାନିକ ଡ ରବିକିରଣ.ଏସ୍.ୟିଡିଡି ଏବଂ ନୂଆଦିଲ୍ଲୀ ସ୍ଥିତ ଜବାହରଲାଲ ନେହୁରୁ ବିଶ୍ୱବିଦ୍ୟାଳୟର ଜୈବ ପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରଫେସର କାଶ୍ୟପ କୁମାର ଦୁବେ ଯୋଗ ଦେଇ ଉତ୍ପାଦନ ଭିତ୍ତିକ ଗବେଷଣା ଓ ଜୈବ ଉଦ୍ୟୋଗ ବିଷୟରେ ଆଲୋକପାତ କରିଥିଲେ। ଅନ୍ୟତମ ସ୍ବତନ୍ତ୍ର ଅତିଥି ଭାବେ ନୂଆଦିଲ୍ଲୀ ସ୍ଥିତ ବାଇରାକର ଇନକ୍ୟୁବେସନ ଅଧିକାରୀ ଡ ଛାୟା ଚୌହାନ ଆଭାସି ମାଧ୍ୟମରେ ଯୋଗ ଦେଇଥିଲେ।ସମ୍ମିଳନୀର ଆବାହକ ଡ ମନୋଜ ଦାସ ସ୍ବାଗତ ଭାଷଣ ଦେଇଥବା ବେଳେ ସହ ଆବାହକ ଡ ଦିପ୍ତିକାନ୍ତ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଦୁଇ ଦିନଆ ସମ୍ମୀଳନୀରେ ଦେଶ ତଥା ବିଦେଶର ବିଭିନ୍ନ ଅନୁଷ୍ଠାନରେ ଗବେଷକ, ପ୍ରାଧ୍ୟାପକ ମାନେ ଯୋଗ ଦେଇ ନିଜର ସନ୍ଧର୍ଭ ପାଠ କରିବେ। ସଂଧ୍ୟାରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।
Recent Comments