ଖୋର୍ଦ୍ଧା/୦୩/୦୨/୨୦୨୬/(ଆଧାର ମିଡ଼ିଆ)-ଖୋର୍ଦ୍ଧା ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ କୁସୁମ କୁମାରୀ ପ୍ରହରାଜଙ୍କ ପୌରହିତ୍ୟରେ ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ କନ୍ୟା ସନ୍ତାନ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ବ୍ୟାପକ ସଚେତନତା ଜାଗରଣ କରିବା ନିମନ୍ତେ ଏକ ସପ୍ତାହ ବ୍ୟାପି ୧୭ ଜାନୁୟାରୀ ଠାରୁ ୨୪ ଜାନୁୟାରୀ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ସ୍କୁଲ,କଲେଜ ଗୁଡିକରେଚିତ୍ରାଙ୍କନ,ନିବନ୍ଧବକ୍ତୃତା ଓ ଅନ୍ୟାନ୍ୟ ପ୍ରତିଯୋଗିତାମାନ ଆୟୋଜିତ କରାଯାଇଥିଲା l
ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିଲ୍ଲୀପ କୁମାର ହିଆଲ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ବାଣୀଶ୍ରୀ ପଟ୍ଟନାୟକ, ଆରକ୍ଷୀ ନିରୀକ୍ଷକ ମମତା ପତି ଯୋଗଦେଇଥିଲେ l ଜାତୀୟ କନ୍ୟା ସନ୍ତାନ ଦିବସ ପାଳନର ଉଦେଶ୍ୟ ଓ ଆଭି ମୁଖ୍ୟ,କନ୍ୟା ସନ୍ତାନ ମାନଙ୍କର ଅଧିକାର ଏବଂ ସେମାନଙ୍କ ଶଶକ୍ତିକରଣ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ମୁଖ୍ୟ ଅତିଥି ଶ୍ରୀ ବେଉରା ବିସ୍ତୃତ ଭାବେ ବକ୍ତବ୍ୟ ପ୍ରଦାନ କରିଥିଲେ l ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ପ୍ରହାରାଜ ଅତିଥି ପରିଚୟ ଦେଇଥିଲେ l
ଏହି କାର୍ଯ୍ୟକ୍ରମରେ ବି ଡି ଓ ଟାଙ୍ଗୀ, ଚିଲିକା,ଏ ବି ଡି ଓ, ବୋଲଗଡ଼, ସମସ୍ତ ବ୍ଲକର ଶିଶୁ ଉନ୍ନୟନ ପ୍ରକଳ୍ପ ଅଧିକାରୀ, ଅଙ୍ଗନୱାଡ଼ି ସୂପର ଭାଇଯାର, ଶକ୍ତି ସଦନ,ଓ ଏସ ସି, ସ୍ବେଛାସେବୀ ସଂଗଠନ, କିଶୋରୀ ବାଳିକା ପ୍ରମୁଖ ଲାଇନ୍ ଡିପାର୍ଟମେଣ୍ଟ ଅଧିକାରୀ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାସ୍ତରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା କନ୍ୟା ଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ l ପରିଶେଷରେ ଜିଲ୍ଲା ସଂଯୋଜିକା, ହବ, ସସ୍ମିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l
Recent Comments