ଖଡ଼ିଆଳ/୦୫/୦୨/୨୦୨୬/(ଆଧାର ମିଡ଼ିଆ-ସୁଜିତକୁମାର ପ୍ରଧାନ)-ନୂଆପଡା ଜିଲ୍ଲା ଖଡ଼ିଆଳ ରାଜା ଅର୍ତ୍ତତ୍ରାଣ ହାଇ ସ୍କୁଲଠାରେ ହେଉଥିବା ଖଡ଼ିଆଳ ମହୋତ୍ସବ ୨୦୨୬ ଦ୍ୱିତୀୟ ସନ୍ଧ୍ୟା। ଏହି ମହୋତ୍ସବରେ ଖଡ଼ିଆଳ ଅଞ୍ଚଳର ସଂସ୍କୃତି, ସାହିତ୍ୟ,ଐତିହ୍ୟ କଳା ଆଦିର ଏନ୍ତୁଡିଶାଳ ଖଡିଆଳର ଏକ ସ୍ଵତନ୍ତ୍ରତା ରହିଛି। ଏ ଅବସରରେ ଖଡ଼ିଆଳ ମହୋତ୍ସବ ଗୁରୁବାର ସକାଳ ୧୦ ଘଣ୍ଟା ଲୋକ ସ୍ୱୟଂସାଶୀତ କଲେଜରେ ପଡ଼ିଆରେ ଭଳିବଲ,କ୍ୟାରମ (ଡବଲ) ଓ ଚେଶ ପ୍ରତିଯୋଗିତା,ସାସ୍କୃତିକ ଅନୁଷ୍ଠାନରେ ଲୋକ ବାଦ୍ୟ, ଲୋକଗୀତ ପ୍ରତିଯୋଗିତା ଓ ରାଜା ଅର୍ତ୍ତତ୍ରାଣ ହାଇ ସ୍କୁଲରେ ଚିତ୍ରଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ଅପରାହ୍ନ ୩ ରୁ ୬ ଘଣ୍ଟା ବିଭିନ୍ନ ସ୍କୁଲର ଦଳଗତ ନୃତ୍ୟ ଓ ଫେସନ ସୋ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାତ୍ରରେ ସାଂସ୍କୃତିକ ସଭାର ସଭାପତିତ୍ୱ କରିଥିଲେ ସହ ସମ୍ପାଦକ ମହୋତ୍ସବ କମିଟି ଗିରିଧାରୀ ବିଭାର, ମୁଖ୍ୟ ଅତିଥି ମନ୍ତ୍ରୀ ମାସ୍ଥ୍ୟ ଓ ପଶୁ ସମ୍ପଦ ବିଭଗ ଗୋକୁଳାନନ୍ଦ ମଲ୍ଲିକ, ବିଶିଷ୍ଟ ଅତିଥି କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ସଂମ୍ମାନୀତ ଖଡ଼ିଆଳ ବିଡ଼ିଓ ମିଳନ କୁମାର ଝଙ୍କାର,ଖରିଆରରୋଡ ଏନଏସି ଅଧ୍ୟକ୍ଷ। ଡ଼ ସୋନିଆ ଗୋଳଡ୍ଡୀ ଜୈନ, ନୂଆପଡା ଏନଏସି ଅଧ୍ୟକ୍ଷ ମହମ୍ମଦ ଆଦମ,ଜିଲ୍ଲା ଶିକ୍ଷା ଅଧିକାରୀ ନୂଆପଡା ପ୍ରଶାନ୍ତ କୁମାର ମହାନ୍ତି, ଜିଲ୍ଲାଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ,ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଖଡ଼ିଆଳ ସ୍ୱାଧୀନ କେତନ ମହାରଣା,ବୋଡେ଼ନ ବିଡ଼ିଓ ସୁଶାନ୍ତ ରଣା, ମୁଖ୍ୟବକ୍ତା ଲବ୍ଧ ପ୍ରତିଷ୍ଠିତ କବି ନୀଳଲୋହିତ ସିଂ ଦେବ ଥିବାବେଳେ ସ୍ୱାଗତ ସମ୍ଭାସଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଉପଦେଷ୍ଟା ସୁନୀଲ ସାହୁ, ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ ଆଦର୍ଶ ବିଦ୍ୟାଳୟ ବାଦୀ, ଧନ୍ୟବାଦ ଅର୍ପଣ କରିଥିଲେ ଉପ ସଭାପତି ସୁଶାନ୍ତ ତାଣ୍ଡି।
ସଭା ଶେଷରେ ସାସ୍କୃତିକ କାର୍ଯ୍ୟକ୍ରମ ଓଡ଼ିଶୀ, ନଟରାଜ ଡ୍ୟାନ୍ସ ଏକାଡେମୀ କଟକ, ଦୁରୁଆ, ଆଦର୍ଶ ଆଦିବାସୀ ନୃତ୍ୟକଳା, ରଣପା, ପ୍ରଗତି କଳା କେନ୍ଦ୍ର ଛତ୍ରପୁର ଗଞ୍ଜାମ ବଜାସାଲ, ଜୟମାତାଦୀ ସାଂସ୍କୃତିକ ଅନୁଷ୍ଠାନ, ପୋଲ ଡ୍ୟାନ୍ସ, ଆବୁ ଜୁହାଡ଼ ମାଲଖମ ଏକ ଟଙ୍କିଆ ସଂଗୀତ ବିଦ୍ୟାଳୟ ପଦ୍ମପୁର,ବଜାସାଲ,ଫୁଲଗଜରା କଳା ପରିଷଦ ବରଗଡ଼, ଆଦିବାସୀ ଲୋକନୃତ୍ୟ,ଛତିଶଗଡ଼ ସରକାର ସାସ୍କୃତିକ କାର୍ଯ୍ୟକ୍ରମ ପରିଚାଳନ କରିଥିଲେ.
Recent Comments