କନ୍ଧମାଳ/୦୬/୦୨/୨୦୨୬/(ଆଧାର ମିଡ଼ିଆ-ସଞ୍ଜୟ କୁମାର ପାଣିଗ୍ରାହୀ):ରାଜ୍ୟର ୩ଟି କୋର୍ଟକୁ ବୋମାଧମକ ମିଳିଛି । ଏହି ଧମକ ଫୁଲବାଣୀ,ପୁରୀ ଓ କଟକ ଜିଲା ଦୌରାଜଜ୍ କୋର୍ଟକୁ ଆସିଛି । ଏହି ଧମକ ଅଜଣା ଇ-ମେଲ୍ ଜରିଆରେ ଦିଆଯାଇଛି। ଫୁଲବାଣୀ କୋର୍ଟକୁ ଧମକ ମିଳିବା ପରେ ସମଗ୍ର କନ୍ଧମାଳ ଜିଲ୍ଲାରେ ଭୟର ବାତାବରଣ ସୃଷ୍ଟି ହୋଇଛି ।ଧମକ ଆସିବା ପରେ ପୋଲିସ ପକ୍ଷରୁ ଛାନଭିନ ଜୋରଦାର କରାଯାଉଛି। କୋର୍ଟ ପରିସର ମଧ୍ୟରେ ଭୟର ବାତା ବରଣ ଖେଳିଯାଇଛି।
କୋର୍ଟ ପରିସରକୁ ପୁରା ଖାଲି କରାଯାଇଛି, ସିସିଟିଭି ଯାଞ୍ଚ ସହିତ ବମ୍ ସ୍ମାର୍ଡ, ଡଗ୍ ସ୍ମାର୍ତ ପହଞ୍ଚି ଯାଞ୍ଚ କରୁଛନ୍ତି । ପୁଲିସ ସନ୍ଧାନୀ କୁକୁର ନେଇ ଯାଞ୍ଚ କରାଯାଉଛି । ଇ-ମେଲରେ ବୋମା ଧମକ ଆସିବା ପରେ ଛାନଭିନ୍ ଆରମ୍ଭ ହୋଇଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଧମକ ଇ-ମେଲ୍ ବାହାର ଦେଶରୁ ଆସୁଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ ଆଜି କୋର୍ଟ କାର୍ଯ୍ୟ ଆରମ୍ଭ ହେବାର ମାତ୍ର ୧୦ରୁ ୧୫ମିିନିଟ୍ ପରେ ଏକ ବୋମା ଧମକ ଆସିଥିଲା । ଏହାପରେ ଛାନଭିନ୍ ଜୋରଦାର କରାଯାଇଛି । ଯେଉଁମାନେ ଏଭଳି ଧମକ ଦେଉଛନ୍ତି ଓ ଏଭଳି କାର୍ଯ୍ୟ କରୁଛନ୍ତି ସେମାନଙ୍କୁ କଡାଦଣ୍ଡ ଦେବାକୁ ଆଇନଜୀବୀମାନେ ଦାବି କରିଛନ୍ତି ।
Recent Comments