ସମର୍ପଣ ମନୋଭାବ ରଖି ସମାଜ ହିତରେ କାମ କରିବାକୁ ବିଧାୟକଙ୍କ ପରାମର୍ଶ
କଣିହାଁ/୧୧।୦୨/୨0୨୬/(ଆଧାର ମିଡ଼ିଆ /ରିପୋର୍ଟ ଟୁନା ସାହୁ)-ଅନୁଗୋଳ ଜିଲ୍ଲା କଣିହାଁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟତିଥି ଅବସରରେ ବୁଧବାର ବିଜେପି ପକ୍ଷରୁ ସମର୍ପଣ ଦିବସ ପାଳିତ ହୋଇଯାଇଛି।ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ଶୁସ୍ଥ ସମାଜ ଗଠନ ଦିଗରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଦୂରଦୃଷ୍ଟି ତଥା ସାଂସ୍କୃତିକ ରାଷ୍ଟ୍ରବାଦ ଏବଂ ଅନ୍ତ୍ୟୋଦୟ ପ୍ରାରମ୍ଭ ବିଷୟରେ ମୁଖ୍ୟଅତିଥି ଶ୍ରୀ ମହାନ୍ତି ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କୁ ଅବଗତ କରିଥିଲେ।
ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜୀ ଙ୍କ ପୁଣ୍ୟତିଥି କୁ ସମର୍ପଣ ଦିବସ ଭାବେ ପାଳନ କରାଯାଉଛି ଏଣୁ ସର୍ବଦା ସମର୍ପଣ ମନୋଭାବ ରଖି ଦେଶ ବିକାଶ ତଥା ସମାଜ ହିତରେ ନିଜକୁ ନିୟୋଜିତ ରହି କାର୍ଯ୍ୟ କରିବାକୁ ବିଧାୟକ ଶ୍ରୀ ମହାନ୍ତି ଦଳୀୟ କାର୍ଯ୍ୟକର୍ତ୍ତା ଙ୍କୁ ପରାମର୍ଶ ଦେଇଥିଲେ। ଏପରିକି ଆବଶ୍ୟକସ୍ଥଳେ ଶାରୀରିକ, ଆର୍ଥିକ ସାହାଯ୍ୟ କରି ନିଜକୁ ସମର୍ପଣ କରିବାକୁ ଶ୍ରୀ ମହାନ୍ତି ଆହ୍ବାନ ଦେଇ ଥିଲେ। କଣିହାଁ ମଣ୍ଡଳ ବିଜେପି ସଭାପତି ସୁଶାନ୍ତ ସାମଲ, ପ୍ରାକ୍ତନ ସଭାପତି ଦେବେନ୍ଦ୍ର ବାରିକ, ରେଙ୍ଗାଳି ବିଜେପି ମଣ୍ଡଳ ସଭାପତି ହରେକୃଷ୍ଣ ପ୍ରଧାନ, ବରିଷ୍ଠ ଆଇନଜୀବୀ ତ୍ରିପୁରାରୀ ପ୍ରଧାନ, ଯୁବନେତା ସୁଲେନ କୁମାର ଧର,ସୁମନ୍ତ କୁମାର ପ୍ରଧାନ, ଦିଲ୍ଲୀପ କୁମାର ନାଏକ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
ପ୍ରକାଶ ଥାଉକି,ପଣ୍ଡିତ ଦୀନଦୟାଲ ଏକାଧାରରେ ଜଣେ ଦାର୍ଶନିକ, ଅର୍ଥନୀତିଜ୍ଞ, ସମାଜବିତ୍,ଐତିହାସିକ ଓ ବିଚକ୍ଷଣ ରାଜନୈତିଜ୍ଞ ଥିଲେ । ଭାରତୀୟ ଜନସଂଘର ପ୍ରମୁଖ ନେତା ଥିବାବେଳେ ବିଜେପିର ପ୍ରତିଷ୍ଠାତା ଭାବରେ ବେଶ ଜଣା ଶୁଣା ଥିଲେ। ସନ ୧୯୧୬ ମସିହା ସେପ୍ଟେମ୍ବର ୨୫ ତାରିଖରେ ମଥୁରା ଜିଲ୍ଲାର ଚନ୍ଦ୍ରଭାନ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମବାର୍ଷିକୀ ପାଳନପାଇଁ ପ୍ରତିବର୍ଷ ଭାରତରେ 'ଅନ୍ତ୍ୟୋଦୟ ଦିବସ' ପାଳନ କରାଯାଏ। ଏହା ତାଙ୍କ ଜୀବନ ଏବଂ ଉତ୍ତରାଧିକାରର ସ୍ମୃତି ଏବଂ ଉତ୍ସବର ଦିନଅଟେ। ସେ ଭାରତର ରାଜନୈତିକ ଇତିହାସର ଅନ୍ୟତମ ପ୍ରମୁଖ ବ୍ୟକ୍ତିଥିଲେ। ସେ ମଧ୍ୟ ଜଣେ ଆର୍ଏସ୍ଏସ୍ର ଜୀବନବ୍ୟାପୀ ପ୍ରଚାରକ ଥିଲେ। ଅନ୍ତ୍ୟୋଦୟ ଦିବସରେ ତାଙ୍କର ଜନ୍ମବାର୍ଷିକୀ ପାଳନ କରାଯାଏ, ଯାହାର ଅର୍ଥ ହେଉଛି 'ସମାଜର ଶେଷ ବ୍ୟକ୍ତିର ବୃଦ୍ଧି ଏବଂ ଉତ୍ଥାନ'।
Recent Comments