logo
add image
ଏନଟିପିସି କଣିହାଁରେ ସାଧାରଣ ଧର୍ମଘଟ ସଫଳ ରାସ୍ତାଘାଟ ଶୂନଶାନ

ଏନଟିପିସି କଣିହାଁରେ ସାଧାରଣ ଧର୍ମଘଟ ସଫଳ ରାସ୍ତାଘାଟ ଶୂନଶାନ

କଣିହାଁ/୧୨/0୨/୨0୨୬/(ଆଧାର ମିଡ଼ିଆ/ରିପୋର୍ଟ ଟୁନା ସାହୁ)-ଅନୁଗୋଳ ଜିଲା କଣିହାଁ ଅଞ୍ଚଳରେ ଭାରତ ବନ୍ଦର ଡାକରା,କଣିହାଁ,ଏନଟିପିସି ଅଞ୍ଚଳରେ ତାର ପ୍ରଭାବଦେଖିବାକୁ ମିଳିଛି,ରାସ୍ତାଘାଟ ଦୁକାନ ବଜାର ସବୁ ଶୂନଶାନ ହୋଇଯାଇଥିଲା l ଟ୍ରେଡ ୟୁନୀୟନ ଗୁଡିକର ଦାବୀଥିଲା, ଶ୍ରମିକ କର୍ମଚାରୀ ବିରୋଧୀ ୪ଟି ଶ୍ରମ କୋଡ୍ ବାତିଲ, ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ବନ୍ଦ,ବିଦ୍ୟୁତ୍ ସଂଶୋଧନ ବିଲ ୨୦୨୫ ବାତିଲ,ପ୍ରିପେଡ ସ୍ମାର୍ଟ ବିଦ୍ୟୁତ୍ ମିଟର ଲଗାଇବା ବନ୍ଦ,ସର୍ବନିମ୍ନ ମଜୁରୀ ମାସିକ ୨୬ହଜାର ଟଙ୍କା ନିର୍ଦ୍ଧାରଣ କରିବା,ପୁରୁଣା ପେନସନ ସ୍କିମ ପୁନଃପ୍ରଚଳନ କରିବା,ସର୍ବନିମ୍ନ ପେନସନ ମାସିକ ୧୦ହଜାର ଟଙ୍କା କରିବା,ନିତ୍ଯ ବ୍ଯବହାର୍ଯ୍ଯ ଜିନିଷ ପତ୍ରର ଦରବୃଦ୍ଧି ବନ୍ଦକରିବା, ଖୁଚୁରା ବ୍ୟବସାୟରେ ଏଫ୍.ଡି.ଆଇ ବନ୍ଦକରିବା,ପାଚିକା-ସହାୟିକା,ଆଶା,ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକାଙ୍କୁ ସରକାରୀ କର୍ମଚାରୀର ମାନ୍ଯତା ଦେବା ଏବଂ ପି.ଏଫ୍,ବୋନସ, ଇଏସ୍ଆଇସି କ୍ଷେତ୍ରରେ ସର୍ବୋଚ୍ଚ ମଜୁରୀ ସୀମା(ସିଲିଂ) ଉଛେଦ କରିବା ଆଦି ଦାବିରେ ଏହି ସାଧାରଣ ଧର୍ମଘଟ ଅନୁଷ୍ଠିତ ହେଉଛି ବୋଲି ଶ୍ରମିକ ସଂଗଠନର ନେତାମାନେ ପ୍ରକାଶ କରିଥିଲେ।
ଏନ.ଟି.ପି.ସି ଶ୍ରମିକ ସଂଘ, ସାଧାରଣ ସଂପାଦକ  ସତ୍ୟାନନ୍ଦ ସାହୁ, କାର୍ଯ୍ୟକାରୀ ସଭାପତି ଜଗବନ୍ଧୁ ପ୍ରଧାନ,ସଞ୍ଜୟ କୁମାର ସାହୁ,ଏନଟିପିସି ଏମ୍ପ୍ଲୋଇଜ ୟୁନିୟନ ସାଧାରଣ ସଂପାଦକ ସୁଶୀଲ ବେହେରା, ଶିବରାମ ଦାସ, ବିମଳ କୁମାର ପ୍ରଧାନ,ଦୁଃଖବନ୍ଧୁ ନାଏକ,ବିଜୟ ନାଏକ,ଏଚ୍ ଏମ୍ ଏସ୍ ନେତା ପ୍ରସନ୍ନ କୁମାର ପାଣି ,ଏଆଇୟୁଟିୟୁସି ଜିଲ୍ଲା ସଭାପତି ପ୍ରହ୍ଲାଦ ଚନ୍ଦ୍ର ସାହୁ, ୟୁନାଇଟେଡ ଏମ୍ପ୍ଲୋଇଜ ୟୁନିୟନର ସାଧାରଣ ସଂପାଦକ ପ୍ରତାପ ଚ଼ନ୍ଦ୍ର ସାହୁ, ଦୁଃଖିଶ୍ୟାମ ମଲ୍ଲିକ,ପ୍ରଦୀପ କୁମାର ପ୍ରଧାନ,ଟୁନା ନାଏକ,ପ୍ରତାପ ଚନ୍ଦ୍ର ପ୍ରଧାନ,ଗନ୍ଧର୍ବ ନାଏକ,ସୁନିଆ ନାଏକ,ନିଳାମ୍ବର ତିରିଆ,ପ୍ରମୁଖଙ୍କ ନେତୃତ୍ବରେ ଏନଟିପିସି କଣିହାଁ ମେନ ଗେଟ୍ ସମ୍ମୁଖ ବାଇପାସ ଛକଠାରେ ସକାଳ ୬ଟାରୁ ଏହି ଧର୍ମଘଟ ସଂଗଠିତ ହୋଇଥିଲା।
ଏହି ଧର୍ମଘଟରେ ଏନଟିପିସି କଣିହାଁର ସ୍ଥାୟୀ କର୍ମଚାରୀ ଓ ଠିକାଶ୍ରମିକମାନେ ସାମିଲ ଥିଲେ। ଫଳରେ ଏନଟିପିସି କାରଖାନାକୁ ଭାରୀଯାନ ଚଳାଚଳ ବନ୍ଦ ଥିବାବେଳେ ଶ୍ରମିକ କର୍ମଚାରୀ ମାନେ କାରଖାନା ଭିତରକୁ ଯିବା ବାଧାପ୍ରାପ୍ତ ହୋଇଥିଲା। ଏହି ଧର୍ମଘଟକୁ କୃଷକ ସଂଗଠନ, ଏନଟିପିସି ବଣିକ ସଂଘ, ପିଟିଏସ,ସାପ୍ତାହିକ ମାର୍କେଟ, ଛାତ୍ର , ଯୁବକ, ମହିଳା ସମର୍ଥନ କରିଥିବାରୁ ଏଆଇୟୁଟିୟୁସି ଜିଲ୍ଲା ସଭାପତି ପ୍ରହ୍ଲାଦ ଚନ୍ଦ୍ର ସାହୁ ଓ ଆଇଏନଟିୟୁସି ନେତା ସତ୍ୟାନନ୍ଦ ସାହୁ ଧନ୍ୟବାଦ ଦେଇଛନ୍ତି ।

Recent Comments

Leave Comments

Top