logo
add image
ମାସିକ ସଡ଼କସୁରକ୍ଷା କମିଟି ବୈଠକଅନୁଷ୍ଠିତ

ମାସିକ ସଡ଼କସୁରକ୍ଷା କମିଟି ବୈଠକଅନୁଷ୍ଠିତ

ସୁବର୍ଣ୍ଣପୁର/୨୧/୦୨/୨୦୨୬/(ଆଧାର ମିଡ଼ିଆ)-ଆଜି ଆପରାହ୍ନ ୩.୩୦ରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଞ୍ଚଳିକ ପରିବହନ କାର୍ଯାଳୟ ଦ୍ୱାରା ସଡ଼କ ସୁରକ୍ଷା କମିଟି ବୈଠକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାରେ ଘଟୁଥିବା ଦୁର୍ଘଟଣା ସଂଖ୍ୟା ହ୍ରାସ ଓ ଶୂନ୍ୟ ଦୁର୍ଘଟଣା ଲକ୍ଷ୍ୟରେ ନିଆଯାଇଥିବା ପଦକ୍ଷେପ ସହ ଗତ ବୈଠକର ସମୀକ୍ଷା କରାଯାଇଥିଲା ଏବଂ ମୋଟର ଯାନ ଯାଞ୍ଚପ୍ରକ୍ରିୟା କୁ ତ୍ୱରାନ୍ୱିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।  
ବୈଠକକୁ ଆଞ୍ଚଳିକ ପରିବହନ ଅଧିକାରୀ ଅକ୍ଷୟ କୁମାର ଜେନା ପରିଚାଳନା କରିଥିଲେ। ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଉଷାରଣୀ ଦାସ,ମୁନିସିପାଲଟି ନିର୍ବାହୀ ଯନ୍ତ୍ରୀ ଋଷି ମାଝୀ, ଓଡିଶା ମୋଟର ଯାନ ବିଭାଗର ଅଧିକାରୀ,ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଓ ଜିଲ୍ଲା ବସ୍ ଆସୋସିଏସନର ସଦସ୍ୟମାନେ ଏବଂ ସାମ୍ବାଦିକ ସ୍ୱାଧୀନ  ମେହେର ଓ ସାମ୍ବାଦିକ ମୃତ୍ୟୁଞ୍ଜୟ ଶତପଥି ଉପସ୍ଥିତ ଥିଲେ।
ଜାନୁଆରୀ ମାସରେ ମୋଟର ଯାନ ଯାଞ୍ଚ ସମୟରେ ମୋଟ ୯୭ଟି ଚାଲାଣ ରଦ୍ଧ ହୋଇଥିବାବେଳେ ୯୦୭ଟି ଚାଲାଣ ବକେୟା ରହିଛି। ଏହି ସମୟରେ ୧୩,୯୧,୮୧୫ ଟଙ୍କା ଅର୍ଥଦଣ୍ଡ ସଂଗ୍ରହ କରାଯାଇଛି ଏବଂ ୧୧୯ଟି ଡ୍ରାଇଭିଂ ଲାଇ ସେନ୍ସ ରଦ୍ଧ କରାଯାଇଛି। ଜାନୁଆରୀରେ ୧୧ଟି ସଡ଼କ ଦୁର୍ଘଟଣା ଘଟିଥିବାବେଳେ ସେଥିରୁ ୨ଟି ଦୁର୍ଘଟଣା ଦ୍ରୁତଗତି ଓ ଅବହେଳା ଯୋଗୁ ଘଟିଥିବା ଜଣାପଡିଛି।ଅନ୍ୟ ଦୁର୍ଘଟଣାମାନଙ୍କର କାରଣ ଅସ୍ପଷ୍ଟ ରହିଛି।
ଏହା ସହ ୪୮୪ଟି ଗାଡି ଚାଳକ ହେଲମେଟ ନପିନ୍ଧିଥିବା ଚିହ୍ନଟ ହୋଇଥିବାବେଳେ ୩୪୭ଟି ଗାଡିକୁ ଦ୍ରୁତ ଗତିରେ ଚଳାଇବା ପାଇଁ ଚାଲାଣ କରାଯାଇଛି। ୩୯ଜଣ ଚାଳକ ଗାଡି ଚଳାଇବା ସମୟରେ ଫୋନ୍ ବ୍ୟବହାର କରୁଥିବା ଧରାପଡିଛନ୍ତି। ଜିଲ୍ଲାରେ ୧୦ଟି ବ୍ଲାକସ୍ପଟ ଚିହ୍ନଟ କରାଯାଇଛି।

Recent Comments

Leave Comments

Top