logo
add image
ତାଳଚେର ସୁପର ଥର୍ମାଲ ୱାର୍କର୍ସ ୟୁନିୟନର ବାର୍ଷିକ ଶ୍ରମିକ ସମାବେଶ।

ତାଳଚେର ସୁପର ଥର୍ମାଲ ୱାର୍କର୍ସ ୟୁନିୟନର ବାର୍ଷିକ ଶ୍ରମିକ ସମାବେଶ।

କଣିହାଁ/୨୨/0୨/୨0୨୬/(ଆଧାର ମିଡ଼ିଆ /ରିପୋର୍ଟ ଟୁନା ସାହୁ)-ଅନୁଗୋଳ ଜିଲା କଣିହାଁ ଏଆଇୟୁଟିୟୁସି  ସହବନ୍ଧିତ ତାଳଚେର ସୁପର ଥର୍ମାଲ ଓ୍ବାର୍କର୍ସ ୟୁନିୟନ (ଏନ୍.ଟି.ପି.ସି ) ଉଦ୍ଯୋଗରେ ରବିବାର ଦିନ ଗଦାଶିଳାସ୍ଥ ୟୁନିୟନ ଅଫିସରେ ଏକ ବାର୍ଷିକ ଶ୍ରମିକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ୟୁନିୟନର ସଂପାଦକ ପ୍ରହ୍ଲାଦ ଚ଼ନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶ୍ରମିକ ସମାବେଶରେ ମୁଖ୍ଯ ବକ୍ତା ଭାବେ ଏଆଇୟୁଟିୟୁସି  ଓଡ଼ିଶା ରାଜ୍ଯ ସମ୍ପାଦକ  ତଥା ତାଳଚେର ସୁପର ଥର୍ମାଲ ଓ୍ବାର୍କର୍ସ ୟୁନିୟନ (ଏନ୍.ଟି.ପି.ସି )ର ସଭାପତି ଜୟସେନ ମେହେର ଯୋଗ ଦେଇ  ସରକାରଙ୍କ ଶ୍ରମିକମାରଣ ନୀତି ଆଜି ଚରମ ସୀମାରେ ପହଞ୍ଚିଥିବା ପ୍ରକାଶ କରିଥିଲେ,କଳକାରଖାନାର ମାଲିକମାନଙ୍କ  ସର୍ବୋଚ୍ଚ ଲାଭପାଇଁ ଶ୍ରମିକମାନଙ୍କୁ ସେମାନଙ୍କ ସର୍ବନିମ୍ନ ନ୍ୟାଯ୍ୟ ପ୍ରାପ୍ଯରୁ ବଞ୍ଚିତ କରାଯାଉ ଥିବା ପ୍ରକାଶ କରିଥିଲେ ଏଆଇୟୁଟିୟୁସିର ପ୍ରତିଷ୍ଠାତା କମ୍ରେଡ ଶିବଦାସ ଘୋଷଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସୁସଂଗଠିତ ହେବାକୁ ଆହ୍ୱାନ ଦେଇଥିଲେ।
ଅନ୍ୟତମ ବକ୍ତାଭାବେ ଏଆଇୟୁଟିୟୁସିର ଅନୁଗୋଳ  ଜିଲ୍ଲା ସଂପାଦକ ବ୍ରଜବନ୍ଧୁ ସାହୁ, ଏଆଇପିଏଫ୍  ଓଡିଶା ରାଜ୍ୟ ସଂପାଦକ ଦୁଃଖିଶ୍ୟାମ ମଲ୍ଲିକ, ୟୁନିୟନର ଯୁଗ୍ମସଂପାଦକ ଟୁନା ନାଏକ, କାର୍ଯ୍ୟକାରୀ କମିଟି ସଭ୍ଯ  ପ୍ରତାପ ପ୍ରଧାନ ପ୍ରମୁଖ ଯୋଗ ଦେଇ କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ଶ୍ରମିକ- କର୍ମଚାରୀ ମାରଣ ନୀତି ବିରୁଦ୍ଧରେ  ଏବଂ ନ୍ଯାୟସଂଗତ ଦାବୀରେ ଶକ୍ତିଶାଳୀ ଐକ୍ୟବଦ୍ଧ ଶ୍ରମିକ ଆନ୍ଦୋଳନ ସଙ୍ଗଠିତ କରିବାକୁ ଆହ୍ବାନ ଦେଇଥିଲେ। ଏହି ସମାବେଶରେ ଏନ.ଟି.ପି.ସି. ଠିକା ଶ୍ରମିକ ପ୍ରତିନିଧି, ସ୍ଥାୟୀ କର୍ମଚାରୀ ପ୍ରତିନିଧି, ପିଜିସିଆଇଏଲ, ଏମ.ସି.ଏଲ.ର ଶ୍ରମିକ ପ୍ରତିନିଧି ମାନେ ଯୋଗଦେଇ ୟୁନିୟନକୁ ଶକ୍ତିଶାଳୀ କରିବା ସହିତ ଆଗାମୀ କାର୍ଯ୍ୟପନ୍ଥା ସଂପର୍କରେ ମତାମତ ପ୍ରଦାନ କରିଥିଲେ।

Recent Comments

Leave Comments

Top