ବାଲିଗୁଡା/୨୮/୦୨/୨୦୨୬/(ଆଧାର ମିଡ଼ିଆ-ସଞ୍ଜୟ କୁମାର ପାଣିଗ୍ରାହୀ)-କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ବାରଖମା ଠାରୁ ରେବିଙ୍ଗିଆ ରାସ୍ତାଟି ଦୀର୍ଘଦିନ ହେଲା ମରଣଯନ୍ତା ପାଲଟି ଯାଇଛି l ବାରମ୍ବାର ଅଞ୍ଚଳ ବାସୀ ବିଭା ଗୀୟ ଅଧିକାରୀଙ୍କୁ ଅବଗତ ପରେ ମଧ୍ୟ ସୁଧୁରିନାହିଁ lବାରଖମା ଠାରୁ ରେବିଙ୍ଗିଆ ଭାୟା ସୀତାପଡି ଦୀର୍ଘ ୧୫ କିମି ରାସ୍ତାକୁ ୧୮ କୋଟିରୁ ଅଧିକ ବ୍ୟୟରେ କରାଯାଇ ପ୍ରାୟ ବର୍ଷେହେଲା କାମ ଆରମ୍ଭ ହୋଇଥିଲେ ହେଁ ସରିବାର ନା ଗନ୍ଧ ଧରୁନି । ଏହି ରାସ୍ତାଟି ସମ୍ପୂର୍ଣ୍ଣ ତିଆରି ହୋଇଗଲେ ବାରଖମା ଓ ରେବିଙ୍ଗିଆ ପଞ୍ଚାୟତକୁ ସଂଯୋଗ କରିବା ସହ ଦୁଇ ପଞ୍ଚାୟତର ଶତାଧିକ ଜନସାଧାରଣ ଉପକୃତ ହୋଇପାରନ୍ତେ ବୋଲି ଗ୍ରାମବାସୀ ମାନେ କହିଛନ୍ତି l
ବାରଖମା ଓ ରେବିଙ୍ଗିଆ ଏହି ଦୁଇ ପଞ୍ଚାୟତର ସମସ୍ତ ଗ୍ରାମବାସୀ ଏହି ରାସ୍ତାଦେଇ ପ୍ରତିଦିନ ଛାତ୍ରଛାତ୍ରୀ ସ୍କୁଲ, କଲେଜ,ବାରଖମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ସମେତ କୋର୍ଟ,କଚେରୀ,ଆଦି ସମସ୍ତ ସରକାରୀ କାର୍ଯ୍ୟ ପାଇଁ ବାରଖମା ଓ ବାଲିଗୁଡା ଉପରେ ଭରସା କରୁଛନ୍ତି । ରାସ୍ତା ଶୋଚନୀୟ ଥିବା ଯୋଗୁଁ ଯାତା ୟାତରେ ଅସୁବିଧା ହେବା ସହ ପ୍ରତିଦିନ ଛୋଟବଡ ଦୁର୍ଘଟଣା ମାନ ଘଟୁଛି ।
ରାସ୍ତାକାମ କରୁଥିବା ଠିକା ସଂସ୍ଥା ଏହି ରାସ୍ତାକୁ ଖୋଳି ମରଣଯନ୍ତା କରି ପକାଇଛନ୍ତି। ତୁରନ୍ତ କାମ ହେଉନି ଯାହା ଫଳରେ ଲୋକେ ହନ୍ତସନ୍ତ ହେଉଛନ୍ତି । ଏ ବାବଦରେ ପୂର୍ତ୍ତ ବିଭାଗର ଯନ୍ତ୍ରୀ ବୁଲୁ ପାଳଙ୍କୁ ପଚାରିବାରୁ ସେ କହିଛନ୍ତି ଯେ,ରାସ୍ତାକାମ କରୁଥିବା ଠିକାଦାରଙ୍କୁ ତୁରନ୍ତ କାମ ଶେଷ କରିବାକୁ ବାରମ୍ବାର କୁହାଯାଉଛି । କିନ୍ତୁ ସେ କାମ ନକରି ବିଳମ୍ବ କରୁଛନ୍ତି । ଠିକାଦାରଙ୍କ ନିକଟକୁ ଅଧୂକାଂଶ ଥର ଚିଠି ମଧ୍ୟ କରାଯାଇଛି । ତଥାପି ଚେଷ୍ଟା ଆମେ ଚେଷ୍ଟା ଜାରୀ ରଖିଛୁ, ତୁରନ୍ତ ରାସ୍ତାକାମ ଶେଷ କରିବାକୁ । ଅନ୍ୟପଟେ ରାସ୍ତା ଶୀଘ୍ର କରାନଗଲେ ଅଞ୍ଚଳବାସୀ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଘେରାଉ କରିବା ସହ ରାଜ ରାସ୍ତା କୁ ଓଲ୍ହାଇବାକୁ ବାଧ୍ୟ ହେବୁବୋଲି କହିଛନ୍ତି ।
Recent Comments