logo
add image
ଖଣି ଅଞ୍ଚଳର ସୁନା ନଦୀ ର ସୁରକ୍ଷା କୁ ନେଇ ସମୀକ୍ଷା କଲେ ବିଶିଷ୍ଟ ପରିବେଶବିତମାନେ

ଖଣି ଅଞ୍ଚଳର ସୁନା ନଦୀ ର ସୁରକ୍ଷା କୁ ନେଇ ସମୀକ୍ଷା କଲେ ବିଶିଷ୍ଟ ପରିବେଶବିତମାନେ

ଯୋଡ଼ା/କେନ୍ଦୁଝର/୨୮/୨/୨୦୨୬(ଆଧାର ମିଡ଼ିଆ//ରିପୋର୍ଟ-ଟଙ୍କଧର ପାତ୍ର)ପ୍ରାକୃତିକ ପରିବେଶ କୁ ନେଇ ବେଶ ତତ୍ପରତା ଦେଖିବାକୁ ମିଳୁଛି।ଏହି ପରିପ୍ରେକ୍ଷୀରେ ଖଣି ଅଞ୍ଚଳରେ ଖଣି କମ୍ପାନୀ ଜଙ୍ଗଲ,ଜଳ, ଜମୀକୁ ନଷ୍ଟ କରି ପରିବେଶର ସନ୍ତୁଳନ ବିଗାଡୁଥିବାରୁ ବିଶିଷ୍ଟ ପରିବେଶବିତ ମାନଙ୍କ ଦ୍ଵାରା ପ୍ରାକୃତିକ ସମ୍ପଦ ସୁରକ୍ଷା ନିମନ୍ତେ ଲୋକ ଅଧିକାର ଯାତ୍ରା ଅଭିଯାନ ୨୫ ଫେବୃଆରୀ ରୁ ୨୯ ମାର୍ଚ୍ଚ ପର୍ୟ୍ୟନ୍ତ ଚଲେଇଛନ୍ତି। ବିଶେଷ କରି ଖଣି ଅଞ୍ଚଳରେ କମ୍ପାନୀ ମାନଙ୍କ ଦ୍ଵାରା ନଦୀ ଗୁଡ଼ିକ ପ୍ରଦୂଷିତ ହେଉଥିବାରୁ ଏହାକୁ କିପରି ରୋକାଯାଇପରିବ ତାହା ବିଶିଷ୍ଟ ପରିବେଶବିତ ମାନେ ଆଗକୁ ଆସିଛନ୍ତି।ଯୋଡ଼ା ପୌରପାଳିକା ର ଜୀବନ ରେଖା ବୋଲାଉଥିବା ସୁନା ନଦୀ ର ସମୀକ୍ଷା ପାଇଁ ପରିବେଶବିତ୍ ମାନେ ସୁନା ନଦୀ କୂଳରେ ଆଜି ପହଞ୍ଚିଥିଲେ। ମୁଖ୍ୟ ବଜାର ନିକଟରେ ଥିବା ନଦୀ ପାଖକୁ ଯାଇ ସମୀକ୍ଷା କରଯାଇଥିଲା। ଏଥିରୁ ସ୍ପଷ୍ଟ ବାରି ହେଉଥାଏ ଯେ ସୁନା ନଦୀର ଜଳସ୍ତର ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି ଏହା ସହିତ ନଦୀରେ ବିଭିନ୍ନ ଆବର୍ଜନା ,ଖଣି କମ୍ପାନୀର ଦୂଷିତ ରାସାୟନିକ ପଦାର୍ଥ ମିଶୁଥିବାରୁ ନଦୀ ଜଳ ମଧ୍ୟ ଦୂଷିତ ହେଉଛି ଯାହାଫଳରେ ସାଧାରଣ ଲୋକ ଏହି ଜଳ କୁ ବ୍ଯବହାର କରିବା ସମ୍ଭବ ହୋଇ ପାରୁନାହିଁ। ଏହିସବୁ ରୋକା ଯାଇନପାରିଲେ ଆଗାମୀ ଭବ୍ୟସତ ରେ ସୁନା ନଦୀ ସଂପୂଣ୍ଣ ଲୋପ ପାଇଯିବ ବୋଲି ପରିବେଶବିତ ମାନେ ମତ ପ୍ରକାଶ କରିଛନ୍ତି।ଏହାପାରେ ସେମାନେ ସୁନ୍ଦରଗଡ଼ ଜିଲ୍ଲା କୋଇଡା ଖଣି ଅଞ୍ଚଳକୁ ଯାତ୍ରା କରିଥିଲେ।ଲୋକ ଅଧିକାର ଯାତ୍ରାରେ ଗ୍ରୀନ ନୋବେଲ ପୁରସ୍କାର ବିଜେତା ତଥା ପରିବେଶବିତ ପ୍ରଫୁଲ୍ଲ ସାମନ୍ତରା ଙ୍କ ସହିତ ଲୋକ ଅଧିକାର ସଂଯୋଜକ ଡାକ୍ତର ବିଶ୍ୱଜିତ, ଯୁବନେତା ଲକ୍ଷ୍ମଣ ନାୟକ, ସୁଶାନ୍ତ ମହାନ୍ତି,ରାଜୀବ କୁମାର,ସୁକାନ୍ତ ପ୍ରଧାନ,ସର୍ବେଶ୍ଵର ସାହୁ,ସାଂସ୍କୃତିକ କର୍ମୀ ରାଜକିଶୋର ସୁନାନି,ଏସଆର ମିନିମେଣ୍ଟ ବିରୋଧୀ ମଞ୍ଚର ମନୋଜ କୁମାର ସାହୁ,ବିକାସ କୁମାର ସାହୁ,ସନ୍ତୋଷ ବେହେରା,ମଧୁସୂଦନ ସାହୁ, ପରେଶ୍ ଦେହୁରୀ, ରମେଶ ମୂର୍ମୁଁ, ବୁଧୁରାମ ମାଝୀ, ସନାତନ ,ବାସୁଦେବ ଦାସ, ପରେମଶ୍ବର ହସଦା ସହିତ ଅନ୍ୟମାନେ ସାମିଲ୍ ଥିଲେ।

Recent Comments

Leave Comments

Top