ବଲାଙ୍ଗିର/୦୨/୦୩/୨୦୨୬/(ଆଧାର ମିଡ଼ିଆ-ଶରତ ମହାକୁର)-ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷପାଇଁ ରାଜ୍ୟ ବଜେଟ ଆଗତ କରିଛନ୍ତି I ଏହି ବଜେଟରେ ପଶ୍ଚିମ ଓଡ଼ିଶା ବିକାଶ ପରିଷ ଦକୁ ପାଞ୍ଚଶହ କୋଟି ଓ କେବିକେ ଅଞ୍ଚଳର ବିକାଶ ପାଇଁ ସ୍ବତନ୍ତ୍ର ଭାବରେ ୨୫୦ କୋଟିଟଙ୍କା ଅନୁଦାନ ବଜେଟ ବ୍ୟବ ସ୍ଥା କରା ଯାଇଛି। ଏଥି ସହିତ ଝାରସୁଗୁଡ଼ା ଠାରେ ଏକ ବିଶ୍ଵ ବିଦ୍ୟାଳୟ,ସମ୍ବଲପୁର ଠାରେ ୱାଲ୍ଡସ୍କୁଲ ସେଣ୍ଟର୍ ସ୍ଥାପନ, ବଲାଙ୍ଗୀର ଠାରେ ଏକ ସରକାରୀ ଇଞ୍ଜିନିୟରିଂ କଲେଜ ସ୍ଥାପନ,ବୁର୍ଲା ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଏକ Burn ୟୁନିଟ ସ୍ଥାପନ କରିବାକୁ ଘୋଷଣା କରା ଯାଇଛି।
ଏହା ଛଡା ବଲାଙ୍ଗୀର ଠାରେ କୃଷି ମହାବିଦ୍ୟାଳୟ ସ୍ଥାପନ କରାଯିବାକୁ ଘୋଷଣା କରାଯାଇଛି। ବଲାଙ୍ଗୀର ଠାରେ ସରକାରୀ ଇଞ୍ଜିନିୟରିଂ କଲେଜ ଖୋଲିବା କିମ୍ବା ଝାରସୁଗୁଡ଼ା ଠାରେ ବିଶ୍ବବିଦ୍ୟାଳୟ ସ୍ଥାପନ କରିବା ଏକ ସ୍ବାଗତ ଯୁକ୍ତ ପଦକ୍ଷେପ ଅଟେ। କିନ୍ତୁ ପୂର୍ବ ସରକାରଙ୍କ ସମୟରେ ଘୋଷିତ ରାଜ୍ୟର ଦ୍ଵିତୀୟ କୃଷି ବିଶ୍ବବିଦ୍ୟାଳୟ ସ୍ଥାପିତ ହେବା ପରିବର୍ତ୍ତେ,କୃଷି ମହାବିଦ୍ୟାଳୟ ସ୍ଥାପନ କରିବାକୁ ସରକାର ଘୋଷଣା କରିବାରୁ ଏ ଅଞ୍ଚଳରେ ବ୍ୟାପକ ଜନ ପ୍ରତିକ୍ରିୟା ଦେଖା ଦେଇଛି।
ବାସ୍ତବରେ ଗତ ଏଗାରବର୍ଷା ତଳେ ତତ୍କାଳୀନ କୃଷିମନ୍ତ୍ରୀ ପ୍ରଥମେ କେବିକେ ଅଂଚଳରେ ରାଜ୍ୟର ଦ୍ଵିତୀୟ କୃଷି ବିଶ୍ବବିଦ୍ୟାଳୟ ଘୋଷଣା ପରେ ବଲାଙ୍ଗୀର ଠାରେ ପ୍ରବଳ ଜନ ଆନ୍ଦୋଳନ ହୋଇଥିଲା । ଏହାପରେ ବଲାଙ୍ଗୀର ଠାରେ ଦ୍ଵିତୀୟ କୃଷି ବିଦ୍ୟାଳୟ ସ୍ଥାପନ ପାଇଁ ଘୋଷଣା କରିଥିଲେ । କିନ୍ତୁ ପରେ ବିଗତ ସରକାର ତାଙ୍କର ପ୍ରତିଶ୍ରୁତି ଭୁଲିଗଲେ । ପରବର୍ତ୍ତୀ ସମୟରେ ବିଜେପି ସରକାର ଆସିବା ପରେ ଓ ପାଟଣାଗଡର ମାନ୍ୟବର ବିଧାୟକ ତଥା ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ମାନ୍ୟବର ଜନକ ବର୍ଦ୍ଧନ ସିଂହ ଦେଓ ରାଜ୍ୟର କୃଷି ମନ୍ତ୍ରୀତ୍ବ ପାଇଲା ପରେ ବଲାଙ୍ଗୀର ଠାରେ ରାଜ୍ୟର ଦ୍ଵିତୀୟ କୃଷି ବିଦ୍ୟାଳୟ ସ୍ଥାପନ ହେବବୋଲି ସମସ୍ତଙ୍କ ଆଶାଥିଲା I ଯାହା କି ଏବେ ଧୂଳିସାତ ହୋଇ ଯାଇଛି।
ବଲାଙ୍ଗୀର ଠାରେ କୃଷି ବିଶ୍ବବିଦ୍ୟାଳୟ ହେବାର ସମସ୍ତ ଆନୁଷଙ୍ଗିକ ସୁବିଧା ଥୁବାରୁ ଓ ଆଞ୍ଚଳିକ ବୈଷମ୍ୟ ଦୂରୀକରଣ ଓ ବିକାଶର ସମ ବଣ୍ଟନ ଦୃଷ୍ଟି କୋଣରୁ ଓଡ଼ିଶାର ମାନ୍ୟବର ମୁଖ୍ୟ ମନ୍ତ୍ରୀ ଓ କୃଷି ମନ୍ତ୍ରୀ ନିଷ୍ପରିର ପୁନର୍ବିଚାର କରନ୍ତୁ। ବଲାଙ୍ଗୀର ଠାରେ ଦ୍ଵିତୀୟ କୃଷି ବିଶ୍ବବିଦ୍ୟାଳୟ କିମ୍ବା ଭାରତୀୟ ଅନୁସନ୍ଧାନ ପରିଷଦ (ICAR) ସ୍ଥାପନ କରିବା ପାଇଁ ପଦକ୍ଷେପ ନିଅନ୍ତୁ ବୋଲି କୋଶଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ଯକ୍ଷ ପ୍ରମୋଦ ମିଶ୍ର ଦାବି କରିଛନ୍ତି , ଆଜିର ଏହି ସାମ୍ବାଦିକ ସମ୍ବିଲନୀ ରେ ରଣରାଜ ସିଂଦେଓ ,ରବି ଶଙ୍କର ମିଶ୍ର,ଶରତ ଚନ୍ଦ୍ର ହୋତା ପ୍ରମୁଖ ଉପସ୍ଥିତ ଥିଲେ
Recent Comments