ବାଲିଗୁଡା/୦୫/୦୩/୨୦୨୬/(ଆଧାର ମିଡ଼ିଆ-ସଞ୍ଜୟ କୁମାର ପାଣିଗ୍ରାହୀ)-କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀ ସ୍ଥିତ ମହାସିଙ୍ଗ ଠାରେ ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ଉତ୍ସବ ମହା ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି l ଏହି ଅବସରରେ ଜିଲ୍ଲା ବିଜେଡି ଉପସଭାପତି ଟୁନା ଦାସଙ୍କ ନେତୃତ୍ୱ ରେ ଆୟୋଜିତ ସଭାରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଫୋଟୋ ଚିତ୍ରରେ ଦୀପ ଧୂପ ପ୍ରଜ୍ବଳନ ପୂର୍ବକ ପୁଷ୍ପ ମାଲ୍ୟାର୍ପଣ କରି ବିଜେଡିର ସଂଗଠନକୁ ଅଧିକ ମଜବୁତ କରିବା ସହ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବାକୁ ଶପଥପାଠ କରିଥିଲେ ବିଜେଡି କର୍ମୀ l
ବିଜେପି ସରକାରର କୋଡିଏ ମାସ ମଧ୍ୟରେ କୌଣସି ପ୍ରତିଶୃତି ପାଳନ କରିନାହିଁ ବିଜେପି l ବରଂ ବିଜେପିସରକାରରେ ନାରୀ ନିର୍ଯାତନା ବୃଦ୍ଧି ପାଇବାସହ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିଛି, ଚାଷୀ ଆଜି ହତାଶ ହୋଇଛନ୍ତି ବୋଲି ବିଜେଡି ଜିଲ୍ଲା ଉପସଭାପତି ଟୁନାଦାସ କହିଛନ୍ତି l ବାଲିଗୁଡା ନିର୍ବାଚନ ମଣ୍ଡଳୀରେ ଜବର ଦଖଲ ଉଛେଦ,ଚାଷୀଙ୍କ ସମସ୍ୟା ପରି ଅନେକ ସମସ୍ୟା ନେଇ ଜନସାଧାରଣଙ୍କ ପାଇଁ ବିଜେଡି ସଦାସର୍ବଦା ଲଢେଇ ଜାରୀ ରଖିବ l ଆବଶ୍ୟକ ପଡିଲେ ଲୋକଙ୍କ ନ୍ୟାର୍ଯ୍ୟ ଦାବିସହ ହକପାଇଁ ରାଜ ରାସ୍ତାକୁ ମଧ୍ୟ ଓଲ୍ହାଇବ ବୋଲି ଆହ୍ୱାନ ଦେଇଛନ୍ତି ବିଜେଡି ଜିଲ୍ଲା ଉପସଭା ପତି ଟୁନାଦାସ l
ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଳିକ, ପୂର୍ବତନ ବିଧାୟକ ରାଜୀବ ପାତ୍ର, ବରିଷ୍ଠ ବିଜେଡି ନେତା ପ୍ରମୋଦ ସାହୁ, ବାଲିଗୁଡା ନଗର ବିଜେଡି ସଭାପତି ଏମଡି ସାବେଜ ଉଦିନ, ବାଲିଗୁଡା ବ୍ଲକ ବିଜେଡି ସଭାପତି ଅବନୀକାନ୍ତ ନାୟକଙ୍କ ସମେତ ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ଚାରି ଗୋଟି ବ୍ଲକ ର ବିଜେଡି ନେତା ଓ କର୍ମୀ ପ୍ରମୁଖ ଯୋଗ ଦେଇନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ l
Recent Comments