ବଲାଣି/ବଡବିଲ/୬/୩/୨୬/(ଆଧାର ମିଡ଼ିଆ/ରିପୋର୍ଟ-ରାଜେନ୍ଦ୍ର ନନ୍ଦ)-କେନ୍ଦୁଝର ଜିଲ୍ଲା ସୀମାନ୍ତ ଖଣିଅଞ୍ଚଳ ବଲାଣି ଟାଉନ୍ ସିପ ସ୍ଥିତ ହନୁମାନ ମନ୍ଦିରରେ ୨୫ତ୍ତମ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି। ଏହି ଅବସରରେ ତିନି ଦିନିଆ ଧାର୍ମିକ ଅନୁଷ୍ଠାନର ଆୟୋଜନ କରାଯାଇଥିଲା।ପ୍ରଥମ ଦିନ ଶତାଧିକ ମହିଳା କାରୋ ନଦୀରୁ କଳଶରେ ପବିତ୍ର ଜଳ ନେଇ ନଗର ପରିକ୍ରମା କରି ହନୁମାନ ମନ୍ଦିରକୁ ଆଣିଥିଲେ।
ଦ୍ୱିତୀୟ ଦିନ ପୂଜା ଅର୍ଚ୍ଚନା ସହ ଯଜ୍ଞ ଓ ହବନର କାର୍ଯ୍ୟକ୍ରମ କରଯାଇଥିଲା।ଏହି ଅବସରରେ ମନ୍ଦିର ପରିସରରେ ଭକ୍ତମାନଙ୍କ ଦ୍ୱାରା ଅଖଣ୍ଡ ରାମଚରିତମାନସ ପାଠ କରାଯାଇଥିଲା। ଏହା ବ୍ୟତୀତ ତିନୋଟି ଭିନ୍ନ ସ୍ଥାନରୁ ଆସିଥିବା କୀର୍ତନ ମଣ୍ଡଳୀମାନେ ଅଷ୍ଟପ୍ରହରୀ ରାମନାମ କୀର୍ତନ କରାଇଥିଲା । ସନ୍ଧ୍ୟାରେ ଶହ ଶହ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ରୂପେ ଭୋଜନ ବଣ୍ଟନ କରାଯାଇଥିଲା।ଧାର୍ମିକ ଅନୁଷ୍ଠାନର ତୃତୀୟ ଦିନ ଶତାଧିକ ଭକ୍ତଙ୍କ ଦ୍ୱାରା ଯଜ୍ଞର ପୂର୍ଣ୍ଣାହୁତି ଦିଆଯାଇଥିଲା। ଉକ୍ତ ବାର୍ଷିକ ଉତ୍ସବ ଖୁବ ଆନନ୍ଦର ପାଳିତ କରାଯାଇଥିବାର ଦେଖିବାକୁ ମିଳିଛି।
Recent Comments