ବଲାଣି/ବଡବିଲ/୧୦/୩/୨୬/(ଆଧାର ମିଡ଼ିଆ/ରିପୋର୍ଟ-ରାଜେନ୍ଦ୍ର ନନ୍ଦ)-କେନ୍ଦୁଝର ଜିଲ୍ଲା ବଲାଣି ସ୍ଥିତ କେନ୍ଦ୍ରୀୟ ସୁରକ୍ଷା ବଳ ( ସି ଆଇ ଏସ ଏଫ୍ ୟୁନିଟ) ର କ୍ୟାମ୍ପ ପରିସରରେ ମଙ୍ଗଳବାର ଦିନ ସୁରକ୍ଷା ବଳର ୫୭ତମ ସ୍ଥାପନା ଦିବସ ପାଳିତ ହୋଇଯାଇଛି lଏହି କାର୍ଯ୍ୟକ୍ରମ ଅବସରରେ ବଲାଣି ଲୌହ ଖଣିର ମହାପ୍ରବନ୍ଧକ ରାହୁଲ ରାଜ ମଣ୍ଡଳ (ପ୍ରୋଜେକ୍ଟ ) ମୁଖ୍ୟଅତିଥି ଭାବେ ଉପସ୍ଥିତ ଥିଲେ l
ଏହି କାର୍ଯ୍ଯକ୍ରମ ବଲାଣି ସି ଆଇ ଏସ ଏଫ୍ ୟୁନିଟ୍ ର ଉପ କୋମାଣ୍ଡେଣ୍ଟ ଦୀପକ ରାୟ, ୟୁନିଟ୍ ର ସମସ୍ତ ଯବାନ, କର୍ମୀ, ବଲାଣି ଲୌହ ଖଣି ର ବିଭିନ ବିଭାଗୀୟ ଅଧିକାରୀ, ଶିକ୍ଷକ ତଥା ଡି ଏ ଭି ପୁବ୍ଲିକ୍ ସ୍କୁଲର ଏନ୍ ସି ସି ଛାତ୍ର ଛାତ୍ରୀଙ୍କ ଉପସ୍ଥିତିରେ ଆୟୋଜିତ କରାଯାଇଥିଲା।କାର୍ଯ୍ୟକ୍ରମ ସମାରୋହ ଆରମ୍ଭ କରିବା ପୂର୍ବରୁ ସି ଆଇ ଏସ ଏଫ୍ କର୍ମୀ ମାନଙ୍କ ଦ୍ଵାରା ଏକ ଭବ୍ୟ ପ୍ୟାରେଡ କରିବା ସହ ବଳ ର ଯବାନ ମାନେ ନିଜ ତତ୍ପରତା ଓ ଅନୁଶାସନ ର ଉତ୍ତମ ପ୍ରଦର୍ଶନ କରିଥିଲେ l ଯେଉଁ କର୍ମୀ ମାନେ ନିଜ କର୍ତ୍ତବ୍ୟ ରେ ଉତ୍କୃଷ୍ଟା ଦେଖାଇଥିବା ଏବଂ ନିଜ ସେବା ଯୋଗୁଁ ପ୍ରଶଂସା ପ୍ରାପ୍ତ କରିଥିବା କର୍ମୀମାନଙ୍କୁ ସମ୍ମାନିତ କରାଯାଇଥିଲା l
ଏହି ଅବସରରେ ମୁଖ୍ୟ ଅତିଥି ରାହୁଲ ରାଜ ମଣ୍ଡଳ ଏହି ସ୍ଥାପନା ଦିବସର ମହୋତ୍ଵକୁ ପ୍ରକାଶ କରିବା ସହ ସୁରକ୍ଷା ବଳ ପ୍ରତି ପ୍ରଶଂସା ବ୍ୟକ୍ତକରି କହିଥିଲେ ଯେ ସି ଆଇ ଏସ ଏଫ୍ ର ଯବାନ ମାନଙ୍କ ଦ୍ଵାରା କରାଯାଇଥିବା କାର୍ଯ୍ୟ କେବଳ ସୁରକ୍ଷା ପ୍ରଦାନ କରିବା ନୁହଁ ବରଂ ଦେଶ ର ବିକାଶ କ୍ଷେତ୍ରରେ ଯବାନ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ l
ମୁଖ୍ୟ ଅତିଥି ଦ୍ଵାରା ୩/୩/୨୬ ରୁ ୧୦/୩/୨୬ ପର୍ଯ୍ୟନ୍ତ ଆୟୋଜିତ ସି ଆଇ ଏସ ଏଫ୍ ସପ୍ତାହରେ ସି ଆଇ ଏସ ଏଫ୍ ୟୁନିଟ୍ ବଲାଣି ଦ୍ଵାରା ଆୟୋଜିତ କୁଇଜ୍ ପ୍ରତିଯୋଗୀତା ଏବଂ ୟୁ ଏ ସି ଶ୍ରେଣୀରେ ଭାଗ ନେଇଥିବା ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।ଶେଷ ପର୍ଯ୍ୟାୟରେ ଡିପ୍ତ୍ତି କମାଣ୍ଡେଣ୍ଟ ଶ୍ରୀ ଦୀପକ ରାୟ ନିଜ ଦୃଢ଼ ସାହାସ ଓ କାର୍ଯ୍ୟ ପ୍ରତି ପ୍ରତିବଦ୍ଧତା ରେ ପରିଚିତ ଉପସ୍ଥିତ ଅତୁଥିଗଣଙ୍କୁ ଧନ୍ୟବାଦ୍ ଜଣାଇଥିଲେ।ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ୟୁନିଟ ର ସମସ୍ତ କର୍ମୀ ମାନେ ସହୋଯୋଗ କରିଥିଲେ l
Recent Comments