କଟକ/୧୧/୩/୨୦୨୬/(ଆଧାର ମିଡ଼ିଆ/କଟକରୁ ପରମେଶ୍ବର ପରିଡ଼ା)-କଟକ ଜିଲ୍ଲା ବିଜେପି ଗ୍ରାମୀଣ ଉପସଭାପତି ହିମାଂଶୁ ମହାନ୍ତିଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ବୀମାସଖି ସମ୍ବର୍ଦ୍ଧନା ଓ ଏକ ବିଶାଳ ମହିଳା ସମାବେଶ କଟକ ଜିଲ୍ଲାର ସାଲେପୁର ମଧୁମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଯାଇଛି |ଏହି ମହିଳା ସମାବେଶରେ ମୁଖ୍ୟ ଅତିଥି ଭାବେ କଟକ ଜିଲ୍ଲା ବିଜେପି ଗ୍ରାମୀଣ ସଭାପତି ରାମ ନାରାୟଣ ମହାନ୍ତି ଯୋଗ ଦେଇଥିଲେ.
ସୂଚନା ଅନୁସାରେ ନରେନ୍ଦ୍ର ମୋଦୀଙ୍କ ସରକାର ଏସ,ଏଚ,ଜି ମହିଳା ମାନଙ୍କୁ ପ୍ରଧାନମନ୍ତ୍ରୀ ବୀମାସଖି ଭାବେ ନିଯୁକ୍ତି କରିବା ସହ ମହିଳା ସଶକ୍ତିକରଣରେ ସଶକ୍ତ ନାରୀ ସମୃଦ୍ଧ ଭାରତ ଗଠନରେ ମୋଦୀ ସରକାରଙ୍କ ଏକ ଐତିହାସିକ ପଦକ୍ଷେପ ନେଉଥିବା ବେଳେ ଏହି ପଦକ୍ଷେପକୁ ଆଗେଇ ନେବାପାଇଁ ଟାଙ୍ଗୀ ସାଲେପୁର ନିର୍ବାଚନ ମଣ୍ଡଳୀର ଯୁବ ନେତା ହିମାଂଶୁ ମହାନ୍ତି ସାଲେପୁର ନିର୍ବାଚନୀ ମଣ୍ଡଳୀର ମହିଳା ବୀମାସଖି ମାନଙ୍କୁ ସମ୍ବର୍ଦ୍ଧନା କରିବା ସହ ବିଶ୍ବ ମହିଳା ଦିବସ ଅବସରରେ ଆଜି ଏକ ମହିଳା ସମାବେଶ ସାଲେପୁର ସ୍ଥିତ ମଧୁମଣ୍ଡପ ଠାରେ ଆୟୋଜିତ କରିଥିଲେ.ଏହି କାର୍ଯ୍ୟକ୍ରମରେ ଶତାଧିକ ମା ମାନେ କୁଆଁପାଳ ରୋଡ଼ରୁ ଏକ ବିରାଟ ରାଲିରେ ବାଜା ବଜାଇ ନାଚି ମୁଖ୍ୟ ଅତିଥି ଶୂ ମହାନ୍ତିଙ୍କୁ ମଧୁମଣ୍ଡପକୁ ପାଛୋଟି ନେଇଥିଲେ.
ତେବେ ଡବଲଇଞ୍ଜିନ ସରକାରରେ ମା ମାନଙ୍କୁ ତୃଣମୂଳ ସ୍ତରରୁ ସଶକ୍ତି କରଣ ପାଈଁ ଯେଉଁ ସବୁ ଯୋଜନା ମାନ କରିଛନ୍ତି ସେଥିପାଇଁ ଯଶ୍ୱସୀ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ମୁଖ୍ୟ ଅତିଥି ଏବଂ ଅନ୍ୟ ଅତିଥିମାନେ ଧନ୍ୟବାଦ ଦେଇଥିଲେ.ଶେଷରେ ପ୍ରଧାନମନ୍ତ୍ରୀ ବୀମାସଖି ମାନଙ୍କୁ ମାନପତ୍ର ଦେଇ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ. ଅନ୍ୟ ପଟେ ଏହି ସମାବେଶରେ ଜୀବନବୀମା ଅଧିକାରୀ ଏବଂ କଟକ ଗ୍ରାମୀଣ ଜିଲ୍ଲା ବିଜେପି ର ପଦାଧିକାରୀ ମାନଙ୍କ ସହ ସାଲେପୁର ନିର୍ବାଚନୀ ମଣ୍ଡଳ ଅନ୍ୟ କର୍ମକର୍ତ୍ତା ମାନେ ଯୋଗ ଦେବା ସହ ବହୁ ସଂଖ୍ୟକ ମହିଳା ଯୋଗ ଦେଇଥିଲେ |
Recent Comments