ପଦ୍ମପୁର/ବରଗଡ/୧୧/୩/୨୦୨୬/(ଆଧାର ମିଡ଼ିଆ/ଡିଲେଶ୍ୱର ବାଗ):ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ର ଜମଲା ପକ୍ଷରୁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପୁରେନା ଠାରେ ମନୋରୋଗୀ ବ୍ୟକ୍ତିମାନଙ୍କ ପାଇଁ ମାନସିକ ସ୍ୱାସ୍ଥ୍ୟ ସ୍କ୍ରିନିଂକ୍ୟାମ୍ପ ଆୟୋଜନ କରାଯାଇଥିଲା।ଏହି ଶିବିରର ଉଦ୍ଦେଶ୍ୟ ଥିଲା ମନୋସ୍ୱାସ୍ଥ୍ୟ ସମସ୍ୟାର ପ୍ରାରମ୍ଭିକ ଚିହ୍ନଟ, ପରାମର୍ଶ ଓ ଚିକିତ୍ସା ସୁବିଧା ଯୋଗାଇବା ।
ଶିବିରରେ ଡାକ୍ତର ହରିପ୍ରିୟା ମହାନ୍ତି (ମାନସିକ ରୋଗ ବିଶେଷଜ୍ଞ,ଡି.ଏଚ.ଏଚ ଝାରସୁଗୁଡ଼ା) ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀମାନେ ରୋଗୀମାନଙ୍କୁ ପରୀକ୍ଷା କରି ଆବଶ୍ୟକ ଔଷଧ ଓ ପରାମର୍ଶ ପ୍ରଦାନ କରିଥିଲେ।ଏହି ଶିବିରରେ ମୋଟ ୪୨ ଜଣ ରୋଗୀ ଯୋଗଦେଇ ମନୋସ୍ୱାସ୍ଥ୍ୟ ସ୍କ୍ରିନିଂ କରାଇଥିଲେ। ଆବଶ୍ୟକତା ଅନୁଯାୟୀ ରୋଗୀମାନଙ୍କୁ ଚିକିତ୍ସା ସହାୟତା ଓ ଫଲୋ-ଅପ୍ ପାଇଁ ପରାମର୍ଶ ଦିଆଯାଇଥିଲା।ଏହି କାର୍ଯ୍ୟକ୍ରମ ସଫଳ କରିବାରେ ଶେଖ ୱାସୀମ ରାଜା (ବି.ପି.ଏମ ସି.ଏଚ.ସୀ ଜମଳା), ଦୀପକ କୁମାର ସାହୁ (ସି.ଏଚ.ଓ ପୁରେନା), ଜିତେନ୍ଦ୍ର ପଟେଲ (ସି.ଏଚ.ଓ ଲୋହାରପାଳି), ରାଜଶ୍ରୀ ସ୍ୱାଇଁ (ସି.ଏଚ.ଓ ବରିକେଲ), ଦେବଶ୍ରୀ ଏକ୍କା (ସି.ଏଚ.ଓ ବୁଡାମାଳ), ଆଶାକର୍ମୀମାନେ ସକ୍ରିୟ ସହଯୋଗ କରିଥିଲେ।
Recent Comments