logo
add image
ଏଲ ପି ଜି ସିଲିଣ୍ଡର ଦର ବୃଦ୍ଧିକୁ ନେଇ ଜିଲ୍ଲା କଂଗ୍ରେସ କମିଟି ତରଫରୁ ବିକ୍ଷୋଭ ପ୍ରଦର୍ଶନ।    

ଏଲ ପି ଜି ସିଲିଣ୍ଡର ଦର ବୃଦ୍ଧିକୁ ନେଇ ଜିଲ୍ଲା କଂଗ୍ରେସ କମିଟି ତରଫରୁ ବିକ୍ଷୋଭ ପ୍ରଦର୍ଶନ।    

ସୁବର୍ଣ୍ଣପୁର/୧୩/୦୩/୨୦୨୬/(ଆଧାର ମିଡ଼ିଆ)-ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ୍ କମିଟି ତରଫରୁ ଜିଲ୍ଲାରେ ଏଲପିଜି ସିଲିଣ୍ଡରର ଅଭାବ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀର ବୃଦ୍ଧି ପାଉଥିବା ମୂଲ୍ୟ ଏବଂ କଳାବଜାରୀ ରୋକିବା ପାଇଁ ତୁରନ୍ତ ହସ୍ତକ୍ଷେପ କରିବାକୁ ଜିଲ୍ଲାପାଳଙ୍କୁ ଅବଗତ କରିଛନ୍ତି। ବର୍ତ୍ତମାନର ଯୁଦ୍ଧ ପରିସ୍ଥିତି ଯୋଗୁଁ, ଏଲପିଜି ରନ୍ଧନ ଗ୍ୟାସର ଯୋଗାଣ ଯଥେଷ୍ଟ ହ୍ରାସ ପାଇଛି ବୋଲି ଜଣାପଡିଛି।
ପୂର୍ବରୁ ପ୍ରାୟ ୧୫ଦିନ ସମୟ ନେଉଥିବା ରିଫିଲିଂ ଚକ୍ର ବର୍ତ୍ତମାନ ପ୍ରାୟ ୨୫ଦିନ କିମ୍ବା ତା'ଠାରୁ ଅଧିକ ବୃଦ୍ଧି ପାଇଛି, ଯାହା ପରିବାର ପାଇଁ ଗମ୍ଭୀର ଅସୁବିଧା ସୃଷ୍ଟି କରୁଛି। ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ସମ୍ପ୍ରତି ପ୍ରାୟ ₹୬୦ବୃଦ୍ଧି ପାଇଛି,ଏବଂ ୟୁପିଏ ସମୟରେ ପ୍ରାୟ ୪୩୭ମୂଲ୍ୟ ଥିବା ମୂଲ୍ୟ ଏବେ ପ୍ରାୟ ୯୫୦ପ୍ରତି ସିଲିଣ୍ଡର ଉପରେ ପହଞ୍ଚିଛି, ଯାହା ସାଧାରଣ ପରିବାର ଉପରେ ଏକ ବିରାଟ ଆର୍ଥିକ ବୋଝ ସୃଷ୍ଟି କରିଛି।
ସେହିପରି,ବାଣିଜ୍ୟିକ ଏଲପିଜି ସିଲିଣ୍ଡର (୧୯.୫ କିଲୋଗ୍ରାମ)ର ମୂଲ୍ୟ ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ଏହି ପରିସ୍ଥିତି ହୋଟେଲ,ରେଷ୍ଟୁରାଣ୍ଟ,ଛୋଟ ଖାଦ୍ୟ ଦୋକାନ,ରାସ୍ତାପାର୍ଶ୍ୱ ଖାଦ୍ୟ ବିକ୍ରେତା ଏବଂ କ୍ୟାଟରିଂ ବ୍ୟବସାୟକୁ ଗୁରୁତର ଭାବରେ ପ୍ରଭାବିତ କରୁଛି । ସନ୍ଧ୍ୟା ସମୟରେ ଜିଲ୍ଲା କଂଗ୍ରେସ୍ କମିଟି ତରଫରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକରେ ଚୁଲି ଜାଳି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବିଜେପି ବିରୁଦ୍ଧରେ ନାରାବାଜି କରିଥିବା ଦେଖିବାକୁ ମିଳିଛି। ଏହି ସବୁ କାର୍ଯ୍ୟକ୍ରମ ଜିଲ୍ଲା କଂଗ୍ରେସ୍ ସାଧାରଣ ସମ୍ପାଦକ ସୁଧୀର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ହୋଇଥିବା ବେଳେ ବରିଷ୍ଠ କଂଗ୍ରେସ୍ ନେତା ଜିତେନ୍ଦ୍ର ପଟ୍ଟନାୟକ,ପ୍ରିୟବ୍ରତ ସାହୁ,ମାଧବ କୁମ୍ଭାର,ପ୍ରମୋଦ ଗୁରୁ,ରଞ୍ଜିତ ରାଏ,ନିମାଇଁ ପାଣିଗ୍ରାହୀ, ବରୁଣ ସୁନା,ତରଣି ବାରିକ,ଭରତ ଜେନା,ଅମିତ ନାୟକ ପ୍ରମୁଖ ଯୋଗଦାନ କରିଥିଲେ।
 

Recent Comments

Leave Comments

Top