logo
add image
ସୁବର୍ଣ୍ଣପୁର ଜିଲ୍ଲାରେ ଜନଗଣନା ୨୦୨୭ର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ।

ସୁବର୍ଣ୍ଣପୁର ଜିଲ୍ଲାରେ ଜନଗଣନା ୨୦୨୭ର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ।

ସୁବର୍ଣ୍ଣପୁର/୧୩/୦୩/୨୦୨୬/(ଆଧାର ମିଡ଼ିଆ)-ଗତ ତା ୧୧.୦୩.୨୦୨୬ ରିଖ ଠାରୁ ୧୩.୦୩.୨୦୨୬ ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲାର ଜନଗଣନା ୨୦୨୭ ର ପ୍ରଥମ ପର୍ଯ୍ୟାୟ କ୍ଷେତ୍ର ପ୍ରଶିକ୍ଷକଙ୍କ ତାଲିମ କାର୍ଯକ୍ରମ ଜିଲ୍ଲାପାଳଙ୍କ କାର୍ଯାଳୟର ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ତଥା ପ୍ରମୁଖ ଜନଗଣନା ଅଧିକାରୀ ସୁବର୍ଣ୍ଣପୁରଙ୍କ ଦ୍ୱାରା ଆୟୋଜିତ  ଅନୁଷ୍ଠିତ ହୋଇଯାଇଛି ।
ଏହି ତାଲିମ କାର୍ଯକ୍ରମରେ ରାଜ୍ୟସ୍ତରୀୟ ମାଷ୍ଟର ଟ୍ରେନର ଶ୍ରୀ ପ୍ରଫୁଲ୍ଲ ଦାସ ଓ ଉପ ଜିଲ୍ଲାପାଳ ସୋନପୁର ଡ଼ ସୌମ୍ୟରୁପା ରଥ ପୁଙ୍ଖାନୁପୁଙ୍ଖ କ୍ଷେତ୍ର କ୍ଷେତ୍ର ପ୍ରଶିକ୍ଷକ ମାନଙ୍କୁ କିପରି ଘର ତାଳିକା ପ୍ରସ୍ତୁତି ଓ ଘର ଗଣନା କରାଯିବ ସେ ବିଷୟରେ ତିନିଦିନ ଧରି ତାଲିମ ପ୍ରଦାନ କରିଥିଲେ । ଏହି ତାଲିମ କାର୍ଯକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ ଉପସ୍ଥିତ ରହି ତଦାରଖ କରିଥିଲେ । ଶ୍ରୀ ଶିବମ ଜୟଶ୍ୱାଳ, ଜିଲ୍ଲା ସଂଯୋଜକ ଭାବେ ରାଜ୍ୟ ସ୍ତରରୁ ତିନିଦିନ ବ୍ୟାପି ଯୋଗଦାନ କରିଥିଲେ । ଜିଲ୍ଲାସ୍ତରରୁ ଡେପୁଟି କଲେକ୍ଟର ଶ୍ରୀ ଆଜାଦ ସାହୁ ତାଲିମ କାର୍ଯକ୍ରମ ପରିଚାଳନା କରିଥିଲେ । ଏହି କ୍ଷେତ୍ର ପ୍ରଶିକ୍ଷକ ତାଲିମ କାର୍ଯକ୍ରମରେ ସର୍ବମୋଟ ୨୪ ଜଣ କ୍ଷେତ୍ର ପ୍ରଶିକ୍ଷକ ତିନିଦିନ ବ୍ୟାପି ଯୋଗଦାନ କରିଥିଲେ । ଉଭୟ ସମ୍ମିଳନୀ କକ୍ଷରେ ତାଲିମ ଗ୍ରହଣ କରିବା ସହିତ କ୍ଷେତ୍ର ସ୍ତରରେ ବିଭିନ୍ନ ଗାଁ ଗୁଡିକ ପରିଦର୍ଶନ କରି ବ୍ୟବହାରିକ ଓ ପ୍ରାୟୋଗିକ ତାଲିମ ଗ୍ରହଣ କରିଥିଲେ।
ଏହି ତାଲିମ କାର୍ଯ୍ୟକ୍ରମରେ ଉଭୟ ଉପଜିଲ୍ଲାପାଳଙ୍କ ସହକାରୀ ଓ ଡେପୁଟି କଲେକ୍ଟର, ତହସିଲ କାର୍ଯାଳୟର ରେଭି ନ୍ୟୁ ସୁପରଭାଇଜର,ବିଭିନ୍ନ ବ୍ଲକର ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ,ବ୍ଲକ ମତ୍ସ୍ୟ ଅଧିକାରୀ,ଅତିରିକ୍ତ ପ୍ରୋଗ୍ରାମ ଅଧିକାରୀ ଓ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକ ବୃନ୍ଦ ପ୍ରଶିକ୍ଷକ ଭାବେ ଯୋଗଦାନ କରିଥିଲେ । ଆଜି ଶେଷ ଦିନରେ  ସମାପନ ସମୟରେ ବିଭିନ୍ନ ସମ୍ବାଦପତ୍ର ଗୁଡିକର ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦାନ କରିଥିଲେ।

Recent Comments

Leave Comments

Top