ଖୋର୍ଦ୍ଧା/୧୮/୦୩/୨୦୨୬/(ଆଧାର ମିଡ଼ିଆ)-ଖୋର୍ଦ୍ଧା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଜାତୀୟ ସମ୍ମିଳିତକର୍ମଜୀବି ସାମ୍ବାଦିକ ସଂଘର ଜିଲ୍ଲା ସଭାପତିଙ୍କ ବିରୁଦ୍ଧରେ ମିଥ୍ୟା ଆରୋପ ଲଗାଇବା ସହିତ ସଂଘପ୍ରତି ଅବମାନନା ପ୍ରଶାସନକୁ ମହଙ୍ଗା ପଡିଲା। ପୂର୍ବ ଚିଠିକୁ ପ୍ରତ୍ୟାହାର କରି ଜିଲ୍ଲା ସଭାପତି ପ୍ରକାଶ ହାତୀ ପୂର୍ବ ପରି କାର୍ଯ୍ୟକରିବା ସମ୍ପର୍କରେ ନିର୍ଦ୍ଦେଶନାମା ଜାରି କରିଥିଲେ ।
ସୂଚନା ଅନୁଯାୟୀ ଗତ ୧୩ତାରିଖରେ ଖୋର୍ଦ୍ଧା ଜିଲ୍ଲାରେ ଆତ୍ମ ଘୋଷିତଅଣ ସାମ୍ବାଦିକଙ୍କ କୁଚକ୍ରିରେ ମିଥ୍ୟା ପ୍ରରେଚନାରେ ପଡ଼ି ଜିଲ୍ଲା ପ୍ରଶାସନପକ୍ଷରୁ ଜାତୀୟ କର୍ମଜୀବି ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ପ୍ରକାଶ ଚନ୍ଦ୍ର ହାତୀଙ୍କ ବିରୁଦ୍ଧରେ ଏକ ମିଥ୍ୟା ନିର୍ଦ୍ଦେଶନାମା ଜାରି କରିଥିଲେ । ଯାହାକୁ ନେଇ ଜିଲ୍ଲା ସାମ୍ବାଦିକ ମହଲରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା ।ଏହାର ପ୍ରତିବାଦରେ ରାଜ୍ୟ କର୍ମଜୀବୀ ସାମ୍ବାଦିକ ସଂଘର ନେତୃତ୍ୱରେ ବିଭିନ୍ନ ଜିଲ୍ଲାରୁ ଶତାଧିକ ସାମ୍ବାଦିକ ଏକଜୁଟ ହୋଇ ବିରାଟ ଶୋଭାଯାତ୍ରାରେ ଖୋର୍ଦ୍ଧା ବଜାର ପରିକ୍ରମା କରିବା ସହିତ ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟରେ ନାରାବାଜି କରି ମିଥ୍ୟା ଆରୋପର ଏକ ପ୍ରତିବାଦ ଦାବିପତ୍ର ପ୍ରଦାନ କରିଥିଲେ ।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାସହ ପ୍ରଶାସନର ଚତୁର୍ଥ ସ୍ତମ୍ବପ୍ରତି ଅବମାନନା ବିରୁଦ୍ଧରେ ନାରା ବାଜି ଦେଇଥିଲେ। ଜିଲ୍ଲାପାଳ ଅନୁପସ୍ଥିତ ରହିଥିବାରୁ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଧାରଣା ସ୍ଥଳକୁ ଆସି ଆଲୋଚନା କରିଥିଲେ। ଜାତୀୟ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘର ସଭାପତି ପୀତବାସ ମିଶ୍ର ଏବଂ ରାଜ୍ୟ ସଭାପତି ଭାଗବତ ତ୍ରିପାଠୀ ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ।
କୌଣସି ପ୍ରକାର କାରଣ ନଥାଇ ଜିଲ୍ଲା ସଭାପତି ପ୍ରକାଶ କୁମାର ହାତୀଙ୍କ ସମ୍ପର୍କରେ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀଙ୍କ ଦ୍ଵାରା ପ୍ରେରିତ ପତ୍ରକୁ ଭୁଲ ବୋଲି ଦର୍ଶାଇଥିଲେ। ଏ ସଂପର୍କରେ ଜିଲ୍ଲାପାଳ ଅମ୍ରୀତ୍ ରୁତ୍ୟରାଜଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେଉରା ସହ ସାମ୍ବାଦିକମାନଙ୍କ ବିରୁଦ୍ଧରେ ହୋଇଥିବା ପତ୍ର ସମ୍ପର୍କରେ ଅବଗତ ହେବା ସହ ତୁରନ୍ତ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀଙ୍କ ଦ୍ଵାରା ପ୍ରେରିତ ପତ୍ରକୁ ତୁରନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତ୍ୟାହାର କରାଗଲା ବୋଲି ନିର୍ଦ୍ଦେଶନାମା ଜାରି କରିଥିଲେ।
ସାମ୍ବାଦିକ ମାନଙ୍କ ସହ କଂଗ୍ରେସ ନେତ୍ରୀ ସୋନାଲି ସାହୁ ଯୋଗ ଦେଇଥିବା ବେଳେ ବୋଲଗଡ ପ୍ରେସକ୍ଲବ ସଭାପତି ପ୍ରସନ୍ନ କୁମାର ସ୍ବାଇଁ,ସମ୍ପାଦକ ଦିଲ୍ଲୀପ କୁମାର ଚୌଧୁରୀ,ସନ୍ତୋଷ ଚୌଧୁରୀ,ଅଶୋକ ନାୟକ,ରାକେଶ ପାଢ଼ୀ ମାନସ ରଞ୍ଜନ ପାଣିଗ୍ରାହୀ,ସୁନାଖଳା ସାମ୍ବାଦିକ ସଂଘ ସଭାପତି ଜିତେନ୍ଦ୍ର ସାହୁ,ଅଶୋକ ପ୍ରଧାନ,ନିରଞ୍ଜନ ସେଠୀ,ରବୀନ୍ଦ୍ର ଦୋରା, ଯଦୁନାଥ ସାମନ୍ତରାୟ ,ପ୍ରବୀଣ ଭଞ୍ଜ ପ୍ରମୁଖ ଶତାଧିକ ସାମ୍ବାଦିକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
Recent Comments