logo
add image
ଜଗନ୍ନାଥ ଦର୍ଶନ ଯୋଜନା ଅଧୀନରେ ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରାର ଶୁଭାରମ୍ଭ। 

ଜଗନ୍ନାଥ ଦର୍ଶନ ଯୋଜନା ଅଧୀନରେ ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରାର ଶୁଭାରମ୍ଭ। 

ସୁବର୍ଣ୍ଣପୁର/୧୭/୦୩/୨୦୨୬/(ଆଧାର ମିଡ଼ିଆ)-ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ମାଧ୍ୟମରେ ଆଜି ସନ୍ଧ୍ୟା ୭ ଟାରେ ସୁବର୍ଣ୍ଣପୁର ସଂସ୍କୃତି ଭବନରୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ସୁବର୍ଣ୍ଣପୁର ଜିଲ୍ଲାର ୭୪ ଜଣ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀଙ୍କ ଶୁଭ ତୀର୍ଥ ଯାତ୍ରାକୁ ଓଡ଼ିଶା ରାଜ୍ୟ ପରିବହନ ନିଗମର ଦୁଇଗୋଟି ଶୀତତାପ ନିୟନ୍ତ୍ରିତ ଭଲ୍ଭୋ  ବସକୁ ଅତିରିକ୍ତ ଜିଲ୍ଲାପାଳ,ରାଜସ୍ବ, ସୁବର୍ଣ୍ଣପୁର,ଅତିରିକ୍ତ ଜିଲ୍ଲାପାଳ,ସାଧାରଣ,ସୁବର୍ଣ୍ଣପୁର,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧକାରୀ,ଜିଲ୍ଲାପରିଷଦ,ଶ୍ରୀ ଅଶ୍ୱିନୀ କୁମାର ମେହେର,ଉପ ଜିଲ୍ଲାପାଳ,ଶ୍ରୀମତି ସୌମ୍ୟାରୂପା ରଥ ଜିଲ୍ଲା ପର୍ଯଟନ ଅଧିକାରୀ ଶ୍ରୀ ରାଜେଶ କୁମାର, ଜିଲ୍ଲା ସାଧାରଣ ପରିଚାଳକ, ଓଡ଼ିଶା ରାଜ୍ୟ ପରିବହନ ନିଗମଙ୍କ ଦ୍ଵାରା ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା।
ଏହି ତୀର୍ଥ ଯାତ୍ରାରେ ୬ ଜଣ ସୁରକ୍ଷାଦାତାଙ୍କ ସହିତ,ଯେଉଁଥିରେ ୨ ଜଣ ଚିକିତ୍ସା ଅଧିକାରୀ ମଧ୍ୟ ଅନ୍ତର୍ଭୁକ୍ତ,୨ଟି ଏସି ବସରେ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି।ଏହି ଅବସରରେ ବିଭିନ୍ନ ସମ୍ବାଦପତ୍ର ଗୁଡିକର ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ପୁରୀ ଜିଲ୍ଲା ପ୍ରଶାସନ ଏବଂ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ସହଯୋଗରେ ସେମାନେ ଆସନ୍ତାକାଲି ଶ୍ରୀ ଜଗନ୍ନାଥ ଦର୍ଶନ ସାରି ସନ୍ଧ୍ୟାରେ ପୁନର୍ବାର ସୁବର୍ଣ୍ଣପୁର ଫେରିବେ।ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ତୀର୍ଥ ଯାତ୍ରୀଙ୍କ ସୁରକ୍ଷା ପାଇଁ ପ୍ରୟୋଜନୀୟ ବ୍ୟବସ୍ଥା କରାଯାଇଛି ଏବଂ ପ୍ରତ୍ୟାବର୍ତନ ପରେ ସେମାନଙ୍କୁ ସୁରକ୍ଷିତ ଭାବେ ଗ୍ରାମକୁ ପହଞ୍ଚାଯିବା ର ସୁବ୍ୟବସ୍ଥା ଜିଲ୍ଲା ପ୍ରଶାସନ ଦ୍ବାରା କରାଯାଇଥିବାର ପର୍ଯ୍ୟଟନ ଅଧିକାରୀ ପ୍ରକାଶ କଲେ।

Recent Comments

Leave Comments

Top