ପିପିଲି/୧୯/୩/୨୦୨୬/(ଆଧାର ମିଡ଼ିଆ)-ପୁରୀଜିଲ୍ଲା ପିପିଲି ବ୍ଲକ ଅଧୀନ ସରସ୍ୱତୀପୁର ମେଳଣ ଶୋଭାଯାତ୍ରାରେ ବେଆଇନ ଭାବେ ବାଜୁଥିବା ଡିଜେକୁ ଜବତ କରିଛି ବଳଙ୍ଗା ପୋଲିସ। ଜବତ ସମୟରେ ପୋଲିସ ଟିମକୁ ମେଳଣ କମିଟି ପକ୍ଷରୁ ପ୍ରତିବାଦ କରିବା ସହ ଦୁର୍ବ୍ୟବହାର କରାଯାଉଥିଲା। ତେବେ ପ୍ରବଳ ବିରୋଧ ସତ୍ତ୍ଵେ ଥାନା ଅଧିକାରୀଣୀ ସସ୍ମିତା ସାହୁ ଡିଜେସହ ଗାଡ଼ିକୁ ଜବତକରି ଥାନାକୁ ଆଣିଥିଲେ। ଏ ସଂପର୍କରେ ଥାନାରେ ଏକ ମାମଲା ରୁଜୁ କରା ଯାଇଛି।
ସୁଚନା ମୁତାବକ ଡିଜେପାଇଁ ବିଭିନ୍ନ ମେଳଣ ଶୋଭାଯାତ୍ରାରେ ଗଣ୍ଡଗୋଳ ହେବାସହ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେଉଥିବା କାରଣରୁ ଚଳିତବର୍ଷ ବଳଙ୍ଗା ମେଳଣରେ ଡିଜେ ବାଦ୍ୟ ଉପରେ ସମ୍ପୂର୍ଣ ରୋକ ଲଗାଯାଇଥିଲା । ତେବେ ଗତ ମଙ୍ଗଳବାର ରାତିରେ ସରସ୍ଵତୀପୁର ମେଳଣ ଅନୁଷ୍ଟିତ ହେଉଥିଲା ବେଳେ ସେଠାରେ ବେଆଇନ ଭାବେ ଡିଜେ ବ୍ୟବହାର ହେଉଥିବା ନେଇ ଥାନା ଅଧିକାରୀ ଶ୍ରୀମତୀ ସାହୁଙ୍କୁ ସୁଚନା ମିଳିଥିଲା। ସୁଚନା ଆଧାରରେ ପୋଲିସ ଟିମ ଘଟଣା ସ୍ଥଳରେ ପହଁଚି ଡିଜେବାଜାକୁ ବନ୍ଦକରି ଉକ୍ତଗାଡିକୁ ଜବତ କରିଥିଲା। ଘଟଣା ସ୍ଥଳରେ ଉପସ୍ଥିତ ଥିବା ମେଳଣ କମିଟିପକ୍ଷରୁ ପୋଲିସ ଟିମକୁ ବିରୋଧ କରାଯାଉଥିଲା।
ଆଗକୁ ବଳଙ୍ଗା ଥାନା ଅର୍ନ୍ତଗତ ବିଭିନ୍ନ ଗ୍ରାମରେ ମେଳଣ ହେବାକୁ ଥିବାବେଳେ ମେଳଣ ଶୋଭାଯାତ୍ରାରେ ଡିଜେ ବ୍ୟବହାର ନକରିବାକୁ ବଳଙ୍ଗା ପୋଲିସ ପକ୍ଷରୁ ନିବେଦନ କରାଯାଇଛି। ଯଦିକେହି ଅମାନ୍ୟ ହୁଏ ଏଥିପ୍ରତି ଆଇନ ଗତ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଥାନା ଅଧିକାରୀଣୀ ଶ୍ରୀମତୀ ସାହୁ ସୁଚନା ଦେଉଛନ୍ତି।ଯଦି କୌଣସି ଅନୁଷ୍ଠାନ ଉଲଂଘନ କରନ୍ତି ତେବେ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜାଣିବାକୁ ମିଳି ଅଛି. ଅନ୍ୟପଟେ ମେଳଣ ଶୋଭାଯାତ୍ରାରେ ଡିଜେ ବାଜୁ ଥିବା ବେଳେ ସେହି ସମୟରେ ଯୁବ ପିଢ଼ି ଉପରେ ଅନେକ ହିଂସା ଦେଖା ଦେଉଛି. ଥାନା ଅଧିକାରିଣୀଙ୍କ ଏଭଳି ଦକ୍ଷତା ସଚେତନତା ପ୍ରତି ବଳଙ୍ଗା. ନିମାପଡା ପିପିଲି ଏବଂ ସତ୍ୟବାଦୀ ଅଞ୍ଚଳର ବୁଦ୍ଧିଜୀବୀ ମାନେ ପ୍ରଶଂସାକରି ଧନ୍ୟବାଦ ଜଣାଉଥିବା ସୂଚନା ମିଳିଛି,
Recent Comments