logo
add image
ହିନ୍ଦୁ ନବବର୍ଷ ପାଳନ 

ହିନ୍ଦୁ ନବବର୍ଷ ପାଳନ 

ଖଡ଼ିଆଳ/୧୯/୦୩/୨୦୨୬/(ଆଧାର ମିଡ଼ିଆ-ସୁଜିତ କୁମାର ପ୍ରଧାନ)-ନୂଆପଡ଼ା ଜିଲ୍ଲା ଖଡିଆଳରେ ହିନ୍ଦୁ ନବବର୍ଷ ପାଳନ କମିଟି ପକ୍ଷରୁ ଗୁରୁବାର ପବିତ୍ର ହିନ୍ଦୁ ନବବର୍ଷ ପାଳିତ ହୋଇ ଯାଇଛି। ଏହି ଅବସରରେ ଭବ୍ୟ ସାଂସ୍କୃତିକ ଶୋଭାଯାତ୍ରା ଖଡ଼ିଆଳ ବଡ ଦଧିବାମନ ମନ୍ଦିରରୁ ବାହାରି ଖଡିଆଳ ସହର ପରିକ୍ରମା ପରେ ଉଗ୍ରେସନ ଭବନ ଠାରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ସାଂସ୍କୃତିକ ସଭାରେ ପାଳନ କମିଟି ଅଧ୍ୟକ୍ଷ ବିନୋଦ ବିହାରୀ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟବକ୍ତା ଭାବରେ ପରମାନନ୍ଦ ସରସ୍ୱତୀ ଯୋଗ ଦେଇଥିବା ବେଳେ ସମ୍ପାଦକ କୌସିକ ସରାଫ, ସହ ସମ୍ପାଦକ ବିଭୁତି ଭୂଷଣ ବିଶି, ଉପ ସଭାପତି ରଶ୍ମିରଞ୍ଜନ ଚଲାନ, ଖଡ଼ିଆଳ ନଗର ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା, ବିନୋଦ ଅଗ୍ରୱାଲ, ଦିଲୀପ ତ୍ରିବେଦୀ, ବିକାଶ ବଂଶାଲ, ରତ୍ନାକର ସାହୁ, ପୁସ୍ତମ୍ ସୁନାନୀ, ସିଦ୍ଧାର୍ଥ ମହାପାତ୍ର, ପ୍ରବୀଣ ତ୍ରିବେଦୀ, ଆହ୍ବାନ ଯୋଷୀ, ବିନ୍ଦିଆ ଅଗ୍ରୱାଲ, ସଜ୍ଜନ ଅଗ୍ରୱାଲ, ଅଜିତ କିଶୋର ଚଳାନ, ସୁଜିତ ପାତ୍ର, ଗଙ୍ଗା ମହାଉତି, ଶ୍ୟାମା ଅଗ୍ରୱାଲ, ପ୍ରିୟା ଠାକୁର, ପ୍ରଦୀପ କିଶୋର ଖମାରି, ନରେଶ ଛାବଡ଼ିଆ, ସହ ବହୁ ନାଗରିକ ଯୋଗ ଦେଇଥିଲେ।
ଗୁରୁବାର ଚୈତ୍ର ପ୍ରତିପଦା ଦିନ ନୂତନ ହିନ୍ଦୁ ପଞ୍ଜିକା ଆରମ୍ଭ ହେବ ଓ ଏହି ପଞ୍ଜିକା ଅନୁଯାୟୀ ସମସ୍ତ ହିନ୍ଦୁମାନଙ୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ମତ ବ୍ୟକ୍ତ କରିଥିଲେ। ଆଜିର ଦିନରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମ ଚନ୍ଦ୍ରଙ୍କ ରାଜ୍ୟା ଭିଷେକର ଅନୁଷ୍ଠିତ ହୋଇଥିଲା। ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଖଡ଼ିଆଳ ସହର ମଧ୍ୟରେ ଥିବା ବିଭିନ୍ନ ସ୍କୁଲ ଓ ସଂଘଠନ ପକ୍ଷରୁ ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବିଭିନ୍ନ ସ୍କୁଲରେ ଚିତ୍ର।ଙ୍କନ, ଝୋଟି ଓ ଗୀତ ପ୍ରତିଯୋଗୀ ଅନୁଷ୍ଠିତ ହୋଇ ଏଥିରେ କୃତି ପ୍ରତିଯୋଗୀ ମାନଙ୍କୁ ସଂମ୍ମାନୀତ କରିଥିଲେ।
 

Recent Comments

Leave Comments

Top