ଯୋଡ଼ା/କେନ୍ଦୁଝର/୨୦/୩/୨୦୨୬(ଆଧାର ମିଡ଼ିଆ//ରିପୋର୍ଟ-ଟଙ୍କଧର ପାତ୍ର)କଳିଙ୍ଗ ଟିଭି ର ସ୍ୱତନ୍ତ୍ର କାର୍ଯ୍ୟକ୍ରମ (ପ୍ରଗତି ପଥେ ଓଡିଶା) ତରଫରୁ ଗୁରୁବାର ଭୁବନେଶ୍ୱର ଠାରେ ଯୋଡ଼ା ଅଞ୍ଚଳ ର ବିଶିଷ୍ଟ ସମାଜସେବୀ ତଥା ବିଶ୍ୱ ହିନ୍ଦୁ ପରିଷଦ ଯୋଡ଼ା ନଗର ର ସଭାପତି ଶ୍ରୀଯୁକ୍ତ ରଞ୍ଜିତ ମହାକୁଡ଼ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ଜଣା ପଡିଛି । ସୂଚନା ଅନୁଯାୟୀ ଗତ ୨୦୨୨ ମସିହା ରେ କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକାରେ ପ୍ରତ୍ୟେକ ବର୍ଷ ପରି ରାମ ନବମୀ ଉତ୍ସବ କୁ ଖୁବ ଧୁମ୍ ଧାମର ସହିତ ପାଳନ କରଯାଇଥିଲା କିନ୍ତୁ ୪ ନମ୍ବର ୱାର୍ଡ଼ ଆର ଏମ ସି ବଜାର ଠାରେ ଥିବା ଶିବ ମନ୍ଦିର ରେ ହନୁମାନ ଧ୍ଵଜା ସ୍ଥାପନା କୁ ନେଇ ଦୁଇ ସମ୍ପ୍ରଦାୟ ହିନ୍ଦୁ ଓ ମୁସଲିମ ମଧ୍ୟରେ ଝଗଡ଼ା ସୃଷ୍ଟି ହୋଇଥିଲା। ଯାହାଫଳରେ ଯୋଡ଼ା ସହର ରେ କିଛି ଦିନ ପାଇଁ ଅଶାନ୍ତିର ବାତାବରଣ ସୃଷ୍ଟି ମଧ୍ୟ ହୋଇଥିଲା। ଏହାପରେ କେନ୍ଦୁଝର ଜିଲ୍ଲା ପୋଲିସ ପ୍ରଶାସନ,ଓ ବିଶ୍ୱ ହିନ୍ଦୁ ପରିଷଦ ଯୋଡ଼ା ମାଧ୍ୟମ ରେ ଯୋଡ଼ା ସହରରେ ବସବାସ କରୁଥିବା ଦୁଇ ସମ୍ପ୍ରଦାୟ ଭିତରେ ସୁସମ୍ପର୍କ ଓ ରାମ ନବମୀ ଉତ୍ସବ କିପରି ଶାନ୍ତି ଶୃଙ୍ଖଳା ଭାବେ କରାଯାଇପାରିବ ତାହା ପାଇଁ ଚିନ୍ତା କରାଯାଇ ଯୋଡ଼ା ସହର ରେ ଶାନ୍ତି ଶୃଙ୍ଖଳା ର ସହିତ ରାମ ନବମୀ ଉତ୍ସବ ପାଳନ ର ଦାୟିତ୍ୱ ଶ୍ରୀଯୁକ୍ତ ରଞ୍ଜିତ ମହାକୁଡ଼ ଙ୍କୁ ଦାୟିତ୍ଵ ନିର୍ବାହ କରାଯାଇଥିଲା ଥିଲା | ତେବେ ଶ୍ରୀ ମହାକୁଡ଼ ଏହାକୁ ଗୁରୁତ୍ୱ ର ସହିତ ଗ୍ରହଣ କରି ସମସ୍ତ ଦାୟିତ୍ଵ ଭାର ନିଜେ ତୁଲାଇଥିଲେ,ଫଳ ସ୍ୱରୂପ ଗତ ଦୁଇ ବର୍ଷ ଧରି ଶାନ୍ତି ଶୃଙ୍ଖଳା ର ସହିତ ରାମ ନବମୀ ଉତ୍ସବ ପାଳନ ହୋଇ ଆସୁଅଛି । ଏଥିରେ ମୁଖ୍ୟ ଭୂମିକା ରେ ଯୋଡ଼ା ର ବଜରଙ୍ଗଦଳ , ନନ୍ଦୀ ଗୋ ସେବା କମିଟି,ଦୁଇ ଗୋଟି ହନୁମାନ ମନ୍ଦିର ର ପରିଚାଳନା କମିଟି ଓ ଗାୟତ୍ରୀ ପାରିବାର ର ମଧ୍ୟ ସହଯୋଗ ରହିଥିଲା । ତେଣୁ ଗତକାଲି ଗୁରୁବାର ଭୁବନେଶ୍ୱର ଠାରେ କଳିଙ୍ଗ ଟିଭି ଦ୍ଵାରା ଆୟୋଜିତ ପ୍ରଗତି ପଥେ ଓଡ଼ିଶା ନାମକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ରେ ଶ୍ରୀଯୁକ୍ତ ରଣଜିତ ମହାକୁଡ଼ ଙ୍କୁ ଶାନ୍ତି ର ଦୂତ ଭାବେ ସମ୍ମାନୀତ କରାଯାଇଥିଲା।ଏହି ଖବର କଳିଙ୍ଗ ଟିଭି ରେ ପ୍ରସାରଣ ହେବା ପରେ ସମଗ୍ର ଯୋଡ଼ା ଅଞ୍ଚଳରେ ସନାତନୀ ପ୍ରେମୀ ଙ୍କ ଭିତରେ ଖୁସିର ଲହରୀ ଖେଳି ଯାଇଛି ।
Recent Comments