କନ୍ଧମାଳ/୨୦/୦୩/୨୦୨୬/(ଆଧାର ମିଡ଼ିଆ-ସଞ୍ଜୟ କୁମାର ପାଣିଗ୍ରାହୀ):ରାୟଗଡ଼ା-କଳାହାଣ୍ଡି-କନ୍ଧମାଳ ଜଙ୍ଗଲ ସୀମାନ୍ତିରେ ମାଓନେତା ଶୁକ୍ରୁକୁ ଘେରିରହିଛି ସୁରକ୍ଷା ବାହିନୀ । ଚାଲିଛି ଜୋରଦାର୍ ଅପରେସନ । ଆସନ୍ତା ୩୧ ତାରିଖ ସୁଦ୍ଧା ଓଡିଶାରୁ ନିପାତ ହେବେ ମାଓବାଦୀ । ହାର୍ଡକୋର୍ ଶୁକ୍ରୁ ଠାରେ ହିଁ ଶେଷହେବ ମାଓ ଅପରେସନ । ମାଓ ଅପରେସନ ଏବେ ଶେଷ ପର୍ଯ୍ୟାୟରେ ବୋଲି ସୂଚନା ଦେଇଛନ୍ତି ଡିଜିପି ୱାଇ.ବି. ଖୁରାନିଆ । ସେପଟେ ମାଓ ବାଦୀଙ୍କୁ ଡିଜିପିଙ୍କ ଶେଷ ଚେତାବନୀ । ବନ୍ଧୁକ ଛାଡି ମୁଖ୍ୟ ସ୍ରୋତରେ ସାମିଲ ହୁଅ । ହିଂସାଛାଡି ଅହିଂସାର ରାସ୍ତା ଆପଣାଅ । ନହେଲେ ଯେସାକୁ ତେସା ନୀତି ଆପଣାଇବା ଓଡିଶା ପୋଲିସ ।
କେନ୍ଦ୍ର ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ମାଓ ଦମନ ଅଭିଯାନର ସମୟସୀମା ମାର୍ଚ୍ଚମାସ ୨୦୨୬ ରେ ସରିବାକୁ ଯାଉଥିବାବେଳେ ମାଓ ଅପରେସନକୁ ଆହୁରି ଜୋରଦାର କରାଯାଇଛି। ସରକାରଙ୍କ ପକ୍ଷରୁ ଯେଉଁ ପୁନର୍ବାସ ଯୋଜନା କରାଯାଇଛି ତାର ଫାଇଦା ନେବାକୁ ଅପିଲ କରିଛନ୍ତି ପୋଲିସ ଡିଜି । ଏହାସହ ହତିୟାର ନେଇ ଆତ୍ମ ସମର୍ପଣ କଲେ ମିଳିବ ସରକାରୀ ସହାୟତା । କିନ୍ତୁ ହିଂସା ପଥ ଆପଣାଇଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଚେତାବନୀ ଦେଇଛନ୍ତି ଡିଜିପି ୱାଇ.ବି.ଖୁରାନିଆ ।
Recent Comments