logo
add image
ବାଲିଗୁଡାରେ ଗ୍ୟାସ୍‌ ସମସ୍ୟା:ଅଧିକାଂଶ ଫାଷ୍ଟଫୁଡ୍‌-ହୋଟେଲ, ଚା 'ଦୋକାନ ବନ୍ଦ

ବାଲିଗୁଡାରେ ଗ୍ୟାସ୍‌ ସମସ୍ୟା:ଅଧିକାଂଶ ଫାଷ୍ଟଫୁଡ୍‌-ହୋଟେଲ, ଚା 'ଦୋକାନ ବନ୍ଦ

ବାଲିଗୁଡା/୨୦/୦୩/୨୦୨୬/(ଆଧାର ମିଡ଼ିଆ-ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ସହରରେ  କିଛିଦିନ ହେବ ଜାଳେଣି ଗ୍ୟାସ ସମସ୍ୟା ଦେଖାଦେଇଛି । ଲୋକଙ୍କୁ ମିଳୁନି ଗ୍ୟାସ୍‌। ଫଳରେ ଖାଉଟି ତଥା ଗ୍ୟାସ୍‌ ଉପଭୋକ୍ତାଙ୍କ ମଧ୍ୟରେ ଘୋର ଅସନ୍ତୋଷ ବୃଦ୍ଧି ପାଉଥିବା ଜଣାପଡ଼ିଛି। ଏଥିସହ ଗ୍ୟାସ କଳାବଜାର ହେଉଥିବା ମଧ୍ୟ ଅଭିଯୋଗ ହୋଇଛି। ଗୋଟେ ସିଲିଣ୍ଡରକୁ ୧୭ ଶହ ଟଙ୍କାରୁ ୨ ହଜାର ଟଙ୍କାରେ କିଣୁଛନ୍ତି ଲୋକେ। ଅନ୍ୟପଟେ ଏହି ଜାଳେଣି ଗ୍ୟାସ ମିଳୁ ନଥବା ଯୋଗୁଁ  ସହରର ଅଧାରୁ ଅଧିକ ଫାଷ୍ଟଫୁଡ୍‌ ଦୋକାନ ଓ ହୋଟେଲ,ଚା ଦୋକାନ ଆଦି ବନ୍ଦ ରହୁଥିବା ଦେଖିବାକୁ ମିଳିଛି। ଜଣେ ହିତାଧିକାରୀଙ୍କୁ ଗୋଟେ ଖାତାପିଛା ୨୫ ଦିନ ବ୍ୟବଧାନରେ ଗୋଟିଏ ମାତ୍ର ସିଲିଣ୍ଡର ମିଳବ ବୋଲି ସରକାର ଘୋଷଣା କରିଥିବାରୁ ଖାଉଟି ମହଲରେ ଭାଳେଣି ପଡ଼ିଲାଣି l ଏଥିପ୍ରତି ଯୋଗାଣ ବିଭାଗ ଦୃଷ୍ଟି ଦେବାକୁ ଦାବୀ ହୋଇଛି l

Recent Comments

Leave Comments

Top