କଟକ/୨୨/୩/୨୦୨୬/(ଆଧାର ମିଡ଼ିଆ-ପରମେଶ୍ବର ପରିଡ଼ା)-ଆଜି ଲୋକସେବା ଫାଉଣ୍ଡେସନ ଆନୁକୂଲ୍ୟରେ ସାଲେପୁର ମଧୁସ୍ମୃତି ମଣ୍ଡପ ଠାରେ ପଖାଳଦିବସ ପାଳନ କରାଯାଇଛି।ଓଡ଼ିଆ ଘରର ପ୍ରିୟଖାଦ୍ୟ ପଖାଳ।ଗରିବ ଦିନ ମଜୁରିଆ ଠାରୁ ଆରମ୍ଭ କରି ବଡ଼ ବଡିଆ ପର୍ଯ୍ୟନ୍ତ ସମସ୍ତଙ୍କ ପ୍ରିୟଖାଦ୍ୟ ପଖାଳ । ସେ କୁଡିଆ ଘର ହେଉ କି ସୌଖିନ ହୋଟେଲ ସବୁଠି ଆସର ଜମେ ପଖାଳ ଦିବସରେ। ବିଶ୍ବ ପଖାଳ ଦିବସ ଅବସରରେ କଟକ ଜିଲ୍ଲା ସାଲେପୁର ବ୍ଲକ୍ ଚନ୍ଦ୍ରାଦେଇ ପୁର ମଧୁସ୍ମୃତି ମଣ୍ଡପ ଠାରେ ଲୋକସେବା ଫାଉଣ୍ଡେସନ ପକ୍ଷରୁ ଯୁବନେତା ତଥା ଯୁବ ସମାଜସେବୀ ହିମାଂଶୁ ମହାନ୍ତିଙ୍କ ନେତୃତ୍ୱରେ ବିଶ୍ଵ ପଖାଳଦିବସ ଉପଲକ୍ଷେ ପ୍ରାୟ ଏକହଜାର ଉର୍ଦ୍ଧ୍ବ ଲୋକଙ୍କୁ ଏକାଠି କରି ବିଭିନ୍ନ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତକରି ସମସ୍ତଙ୍କୁ ପଖାଳ ଖୁଆଇ ଆତ୍ମସନ୍ତୋଷ ଲାଭ କରାଇବା ସହ ଓଡ଼ିଆ ଜାତିର ଇତିହାସକୁ ପୁନଃଜୀବିତ କରାଇଥିଲେ।
ତେବେ ଓଡ଼ିଆ ଜାତିର ମଉଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମଧ୍ୟ ଆମ ଓଡ଼ିଆଙ୍କ ଭଳି ନିତି ଘିଅ ପଖାଳ ଖାଇଥାନ୍ତି। ସେହିପରି ଆମ ଓଡ଼ିଆଙ୍କ ଦୈନନ୍ଦିନ ଜୀବନରେ ବହୁ ପୁରାତନ ଓ ପାରମ୍ପରିକ ଖାଦ୍ୟ ‘ପଖାଳ’ର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥାଏ। ଏହା କେବଳ ଆମ ଓଡ଼ିଆଙ୍କ ପାଇଁ ଏକ ଖାଦ୍ୟନୁହେଁ ବରଂ ଏହିଖାଦ୍ୟପ୍ରତି ଥିବା ଆମର ଭଲ ପାଇବା, ଶ୍ରଦ୍ଧା ଓ ସଦିଚ୍ଛାର ଏକ ନିଚ୍ଛକ ପ୍ରମାଣ ବୋଲି ଦର୍ଶାଇ ଥାଏ।ଏହା ଆମ ଓଡ଼ିଆ ମାନଙ୍କ ଖାଦ୍ୟ ନୁହେଁ ବରଂ ଓଡ଼ିଆ ଘରର ପ୍ରାଣ ।
.
Recent Comments