logo
add image
ଡୁମାଲ ସମାଜ ସହରାଞ୍ଚଳ ବଲାଙ୍ଗୀରର ମେଗା ରକ୍ତଦାନ ଶିବିର

ଡୁମାଲ ସମାଜ ସହରାଞ୍ଚଳ ବଲାଙ୍ଗୀରର ମେଗା ରକ୍ତଦାନ ଶିବିର

​ବଲାଙ୍ଗିର ୨୪/୩/୨୦୨୬/(ଆଧାର ମିଡ଼ିଆ):ସ୍ଥାନୀୟ ସାମ୍ବାଦିକ ଭବନରେ ଡୁମାଲ ସମାଜ ସହରାଞ୍ଚଳ ତରଫରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ନାଟ୍ୟ ଭୂଷଣ ଜଗଦାନନ୍ଦ ଛୁରିଆ, ସମ୍ମାନିତ ଅତିଥି ବଲାଙ୍ଗୀର ଜିଲ୍ଲା ଡୁମାଲ ସମାଜ ସଭାପତି ଶରତ ମହାକୁର, ରାଜ୍ୟ ଯୁବ ଡୁମାଲ ସମାଜ ସଭାପତି ଦୟାନିଧି ଖମାରୀ ଯୋଗଦାନ କରିଥିଲେ ।ସଭାପତି ଶ୍ରୀ ସଞ୍ଜୟ ମହାକୁରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ୩୨  ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।
ସହରାଞ୍ଚଳ ବଲାଙ୍ଗୀରର ସମସ୍ତ ସଭ୍ୟ ବୁଡୁ କରନ, ପିଙ୍କୁ ମହାକୁର, ଦୀନବନ୍ଧୁ ଡାଙ୍ଗ, ବୃନ୍ଦାବନ ମହାକୁର, ଭୋନାଥ ଗୁରାଣ୍ଡି, ରାଧେଶ୍ୟାମ ଗଡ଼ୁଆ, ପଲଉ ଚାଉଲିଆ, ସୁରେଶ କମ୍ପ, ପାର୍ଥ କର୍ଣ୍ଣ  ସୁଶୀଲ ମହାକୁର, ଥବୀର କର୍ମୀ, ଗଣନାଥ ମହାକୁର, ସନ୍ତୋଷ ଦନ୍ତା ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ । ଏହା ସହିତ ମାହେଶ୍ୱରୀ ସେନାର ସଦସ୍ୟ ମନୋଜ କରନ, ରମାକାନ୍ତ ମେଶୁଆ , ମଂଟୁ କରନ, ଜିତୁ ଚାଉଲିଆ, ପ୍ରଦୀପ ଥାଟି, ବିକାଶ ଚାଉଲିଆ, ଜ୍ୟୋତିରଞ୍ଜନ ଦାନ୍ତା ସହଯୋଗ କରିଥିଲେ । ଶିବିରରେ ରହି ସହଯୋଗ କରିଥିବା ସମସ୍ତ ସଦସ୍ୟ ଏବଂ ରକ୍ତଦାନ କରିଥିବା ବ୍ୟକ୍ତିଙ୍କୁ ସହରାଞ୍ଚଳ ସମ୍ପାଦକ ରବିକାନ୍ତ କର୍ମୀ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ମୁଖ୍ୟ ଅତିଥି ମାନଙ୍କ ଦ୍ୱାରା ରକ୍ତଦାନ କରିଥିବା ସମସ୍ତଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ।

Recent Comments

Leave Comments

Top