logo
add image
ପ୍ଳାଷ୍ଟିକ ଆବର୍ଜନା ସଂଗ୍ରହ କରିବାରେ ପିତାମ୍ବରଙ୍କ ଭୂମିକା

ପ୍ଳାଷ୍ଟିକ ଆବର୍ଜନା ସଂଗ୍ରହ କରିବାରେ ପିତାମ୍ବରଙ୍କ ଭୂମିକା

ନୂଆପଡା/୨୩/୦୩/୨୦୨୬/(ଆଧାର ମିଡ଼ିଆ-ସୁଜିତ କୁମାର ପ୍ରଧାନ)- ପ୍ଳାଷ୍ଟିକ ଆବର୍ଜନା ହେଉଛି ସମଗ୍ର ଜୀବଜଗତ ପାଇଁ ବିଷାକ୍ତ। ଏହି ବିଶାକ୍ତ ଆବର୍ଜନାକୁ ଦୁରେଇ ସମଗ୍ର ଜିଲ୍ଲାକୁ ପ୍ଳାଷ୍ଟିକ ମୁକ୍ତ ଗଠନ କରିବାରେ ଜିଲ୍ଲା ଶାସନ ନୁଆପଡାର ଏକ ଅଭିନବ ପ୍ରୟାସ। ଜିଲ୍ଲାପାଳଙ୍କ କାର୍ଯ୍ୟ ଓ ସଚେତନ ବାର୍ତ୍ତାରେ ଅନୁପ୍ରାଣିତ ହୋଇ ବୋଡେନ ବ୍ଲକ  ପୀତାମ୍ବର ଦୀପ ନିଜ ଅଞ୍ଚଳର ଗ୍ରାମ ଗୁଡିକର ସୁନ୍ଦର ପରିବେଶ ଗଠନ କରିବା ଦିଗରେ ଏକକ ବ୍ୟବହୃତ ପ୍ଳାଷ୍ଟିକ ଆବର୍ଜନାକୁ ସଂଗ୍ରହ କରିବାରେ ଖଟୁଛନ୍ତି। ଏତତ୍ ବ୍ୟତୀତ ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ଭେଟି ପ୍ଳାଷ୍ଟିକକୁ ଦୂରେଇବା ଦିଗରେ ସଚେତନ ବାର୍ତ୍ତା ପ୍ରଦାନ କରିଛନ୍ତି।
ପିତାମ୍ବରଙ୍କ ଏହି ଅଭିନବ ପ୍ରୟାସରେ ଜିଳ୍ଲାପାଳ ସନ୍ତୁଷ୍ଟ ହୋଇ ପିତାମ୍ବରଙ୍କୁ ଟ୍ରଫି ସହିତ ପ୍ରଶଂସା ପତ୍ର ପ୍ରଦାନ କରି ତାଙ୍କୁ ଉତ୍ସାହିତ କରିଛନ୍ତି। ପିତାମ୍ବର ବୋଡେନ ବ୍ଳକର ଜଣେ ସରକାରି ଶିକ୍ଷକ। ସେ ସକାଳ ୬ ରୁ ୮ ଓ ସନ୍ଧ୍ୟା ୫ ଟାରୁ ୭ ଟାଯାଏଁ ଏହି କାର୍ଯ୍ୟକ୍ରମ କରିଥାନ୍ତି। ଗାଁ ଗୁଡିକର ମହିଳା ସଙ୍ଘ,ଯୁବକ ଗୋଷ୍ଠୀ ବୁଦ୍ଧିଜୀବୀଙ୍କୁ ଭେଟି ପରିବେଶ ସୁନ୍ଦର କରିବା ଦିଗରେ ଆଳୋଚନା କରି ସ୍ୱଚ୍ଛତା ଦିଗରେ କାର୍ଯ୍ୟକରି ଏକକ ବ୍ୟବହୃତ ପ୍ଳାଷ୍ଟିକ ମୁକ୍ତ ପରିବେଶ ଗଠନଦିଗରେ ଆଶା ବାନ୍ଧିଛନ୍ତି। ଶିକ୍ଷକଙ୍କ ଏହି କାର୍ଯ୍ୟକ୍ରମ ଦେଖି ଅଞ୍ଚଳରେ ମଧ୍ଯ ପ୍ରସଂଶା କରାଯାଉଛି।

Recent Comments

Leave Comments

Top