ବୌଦ୍ଧ/୨୪/୦୩/୨୦୨୬/(ଆଧାର ମିଡ଼ିଆ)-ବୌଦ୍ଧ ମଡେଲ ଡିଗ୍ରି କଲେଜରେ ଆଜି ଏକ ମାନସିକ ସ୍ୱାସ୍ଥ୍ୟ ସଚେତନତା ଏବଂ ଆତ୍ମହତ୍ୟା ପ୍ରତିରୋଧ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ କଲେଜର ଅଧ୍ୟକ୍ଷ ରବୀନ୍ଦ୍ର କୁମାର ସାହୁ ସଭାପତିତ୍ୱ କରିଥିଲେ ଏବଂ ଆତ୍ମହତ୍ୟା ସମସ୍ୟାର ସମାଧାନ ନୁହେଁ ବୋଲି ନିଜର ଅଭିଭାଷଣରେ ପରାମର୍ଶ ଦେଇ ଥିଲେ। ବିଷୟ ବିଶେଷଜ୍ଞ ଭାବେ ଡିଏସ୍ଆର୍ସି ଏବଂ ଡିଆଇଏସ୍ ବୌଦ୍ଧର କାଉନସେଲର ପ୍ରମୋଦ କୁମାର ମହାରଣା ନିଜର ଅଭିଭାଷଣରେ ସକାରାତ୍ମକ ଦୃଷ୍ଟିଭଙ୍ଗୀ ଏବଂ ଅସଫଳତାରୁ ଶିକ୍ଷା ଗ୍ରହଣ କରିବା ଉପରେ ଗୁରୁତ୍ଵ ଦେବା ସହ ଆତ୍ମହତ୍ୟା ନ କରିବା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।
ପଞ୍ଚାୟତ କଲେଜର ଡକ୍ଟର ପ୍ରବୀର କୁମାର ଦାସ ମନୋପରାମର୍ଶର ଗୁରୁତ୍ୱ, ସକାରାତ୍ମକ ମନୋଭାବ ଗଢ଼ି ତୋଳିବା, ବିଫଳତାରୁ ଶିଖିବା ଏବଂ କେବେ ହାର ନମାନିବା ବିଷୟରେ ଆଲୋଚନା କରିଥିଲେ। ବୌଦ୍ଧ ମହିଳା କଲେଜର ଅଧ୍ୟକ୍ଷ ଶ୍ରୀ ରବୀନ୍ଦ୍ରନାଥ ଗୁରୁ ମନୋସ୍ୱାସ୍ଥ୍ୟ ସମସ୍ୟାରେ ସହାୟତା ନେବାକୁ ନେଇ ଥିବା କୁସଂସ୍କାରକୁ ଦୂର କରିବାର ଆବଶ୍ୟକତା ଉପରେ ଆଲୋକ ପାତ କରିଥିଲେ। ଏହି ଶିବିରକୁ କଲେଜର ପ୍ରଶାସନିକ ଅଧିକାରୀ ପ୍ରମୋଦ କୁମାର ମେହେର ପରିଚାଳନା କରିଥିବା ବେଳେ ମହିଳା ମହାବିଦ୍ୟାଳୟର କାଉନ୍ସେଲର ଉତ୍ତମ କୁମାର ବେହେରା,ପଞ୍ଚାୟତ କଲେଜର କାଉନସେଲର ତ୍ରିନାଥ ରଣା, ଭୈରବୀ ଡିଗ୍ରି କଲେଜର ଜିଲା ନୋଡାଲ ଅଫିସର ଏବଂ କାଉନସେଲର ସୁରେଶ୍ୱର ଜୋଶୀ ଏବଂ ମଡେଲ ଡିଗ୍ରି କଲେଜର ଶିକ୍ଷକ ଏବଂ ଶିକ୍ଷ୍ୟାର୍ଥୀ ସମେତ ଅନ୍ୟ କାଉନସେଲର ଡକ୍ଟର ଦେବସ୍ମିତା ନାଏକ ଏବଂ ସୁଶ୍ରୀ ପ୍ରଜ୍ଞା ପାରମିତା ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।
Recent Comments