logo
add image
ଜିଲ୍ଲା ପରିବହନ ବିଭାଗ ଓ ଟିକାବାଲି ପୋଲିସର ମିଳିତ ଉଦ୍ୟମରେ ଯାନବାହାନ ଯାଞ୍ଚ୍ 

ଜିଲ୍ଲା ପରିବହନ ବିଭାଗ ଓ ଟିକାବାଲି ପୋଲିସର ମିଳିତ ଉଦ୍ୟମରେ ଯାନବାହାନ ଯାଞ୍ଚ୍ 

ବାଲିଗୁଡା/୨୫/୦୩/୨୦୨୬/(ଆଧାର ମିଡ଼ିଆ-ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ପରିବହନ ବିଭାଗ ଓ  ଟିକାବାଲି ପୋଲିସର ମିଳିତ ଉଦ୍ୟମରେ ୧୫୭ ନଂ. ଜାତୀୟ ରାଜପଥ କୋଚିଲାଗଡ ଠାରେ ପରିବହନ ଅଧିକାରୀ ଶିବାନୀ ମାଝୀଙ୍କ ନେତୃତ୍ୱରେ ଯାନବାହାନ ଯାଞ୍ଚ୍ କରାଯାଇଛି । ଯାଞ୍ଚ ବେଳେ ଚାଳକଙ୍କ ଲାଇସେନ୍ସ, ସିଟ୍ ବେଲଟ୍, ହେଲମେଟ,ଇନସୁରାନ୍ସ ,ହାଇସିକ୍ୟୁରିଟ ନମ୍ବର ପ୍ଲେଟ୍, ପଲ୍ୟୁସନ,ଆଦି କାଗଜ ପତ୍ର ଯାଞ୍ଚ କରାଯାଇଥିବା ବେଳେ ମାଦକ ଦ୍ରବ୍ୟ ସେବନ କରି ଯାନବାହାନ ଚଳାଚଳ କରୁଥିବା ଚାଳକ ମାନଙ୍କୁ ମଧ୍ୟ ଯାଞ୍ଚ କରାଯାଇଥିଲା ।ଏଥିରେ ୨୫ଟି ଚାଲାଣ କଟାଯାଇ ଦୁଇଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ନେଇ ପରିବହନ ଅଧୂକାରୀ ଶ୍ରୀ ମାଝୀ ସୂଚନା ଦେଇଛନ୍ତି ।ଏହି ଯାଞ୍ଚ କାର୍ଯ୍ୟକ୍ରମ ଆଗାମୀ ଦିନରେ କଡାକଡି କରାଯିବ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି । ଏଥିରେ ଟିକାବାଲି ପୋଲିସ କର୍ମଚାରୀ ଓ ପରିବହନ ବିଭାଗ କର୍ମଚାରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Recent Comments

Leave Comments

Top