logo
add image
କଂଗ୍ରେସ ପକ୍ଷରୁ ପଞ୍ଚାୟତ ସ୍ତରୀୟ ନୂତନ ସଭାପତିଙ୍କ ନାମ ଘୋଷଣା 

କଂଗ୍ରେସ ପକ୍ଷରୁ ପଞ୍ଚାୟତ ସ୍ତରୀୟ ନୂତନ ସଭାପତିଙ୍କ ନାମ ଘୋଷଣା 

ବାଲିଗୁଡା/୨୫/୦୩/୨୦୨୬/(ଆଧାର ମିଡ଼ିଆ-ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ କଂଗ୍ରେସ ସଭାପତି ରବୀନ୍ଦ୍ର ନାୟକଙ୍କ ତତ୍ୱାବଧାନରେ କୁଇ କୁଳସମିତି କାର୍ଯ୍ୟାଳୟ ପରିସରରେ ନୂତନ ବ୍ଲକ କମିଟି ଗଠିତ ହେବାସହ ପଞ୍ଚାୟତ ସଭାପତିଙ୍କ ନାମ ଘୋଷଣା ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଛି l ରାଜ୍ୟ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦେଶ ଅନୁଯାଇ ଵିଧିବଦ୍ଧ ଭାବେ କ.ନୂଆଗାଁରେ ଥିବା ୧୩ଟିପଞ୍ଚାୟତର ସଭାପତି ଓ ନୂତନ ବ୍ଲକ କମିଟି ସଦସ୍ୟଙ୍କ ନାମ ଉକ୍ତ ବୈଠକରେ ବ୍ଲକ ସଭାପତି ରବିନ୍ଦ୍ର ନାୟକ ନାମ ଘୋଷଣା କରିବା ସହ ନୂତନ ସଭାପତିଙ୍କୁ ପୁଷ୍ପ ଗୁଚ୍ଛଦେଇ ଦାୟିତ୍ୱ ପ୍ରଦାନ କରିଥିଲେ l
 ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ ଯେଉଁଭଳି ବ୍ଲକ ଅଧ୍ୟକ୍ଷ ପଦ ହାତେଇବ ସେନେଇ ଆଲୋଚନା କରାଯାଇଥିଲା l ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ସିର୍ତ୍ତିଗୁଡ଼ା ସଭାପତି ସନ୍ତୋଷ ବେହେରା,ଲେତିଙ୍ଗିଆ ସଭାପତି ପ୍ରମୋଦ ମଲିକ, କୁଡୁତୁଲି ସଭାପତି ଅସବ ଦିଗାଲ,ସାଇନପଡା ସଭାପତି ଜିମା ଦିଗାଲ,ମହାସିଂ ସଭାପତି ଚିତ୍ତରଞ୍ଜନ ବେହେରା  ଦଳାଇ,ଆଡ଼ିମାହା ସଭାପତି ଶିବରାମ ଦିଗାଲ,ଗୁଞ୍ଜିବାଡି ସଭାପତି ବିଦ୍ୟାଧର ଦିଗାଲ,ବଣ୍ଡଗୁଡ଼ା ସଭାପତି ପ୍ରଦୀପ କୁମାର ଦଳବେହେରା, ବାଲିଗାଡ଼ା ସଭାପତି ସାମସନ ପ୍ରଧାନ, ଛାଞ୍ଚେଡି ସଭାପତି ବନସାହୁ ନାୟକ, ଜିରିଡିକିଆ ସଭାପତି କାମ ରାଜ ଦିଗାଲ, ସାରାଙ୍ଗଡ଼ ସଭାପତି ଦିଲିପ ସାହୁ, କଞ୍ଜାମେଣ୍ଡି ସଭାପତି ସୁନ୍ଦର ସିଂ ପ୍ରଧାନ, ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ଓ ପିସିସି ସଭାପତି  ଭକ୍ତ ଚରଣ ଦାସ ଓ ଜିଲ୍ଲା ସଭାପତି  ଚନ୍ଦ୍ରଶେଖର ପରିଡ଼ା ଏବଂ ବ୍ଲକ ସଭାପତି  ରବୀନ୍ଦ୍ର ନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ୧୩ଟି ପଞ୍ଚାୟତର କୁଇ କୁଳ ସମିତି ସଭାପତି ସିନାଲା ପ୍ରଧାନ ଏବଂ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ l

Recent Comments

Leave Comments

Top