logo
add image
ଟିବିମୁକ୍ତ ପାଇଁ ୨୬ ପଞ୍ଚାୟତକୁ ପଦକ ପ୍ରଦାନ. ଜନସଚେତନତା ପାଇଁ ବଡ଼ଦାଣ୍ଡରେ ଶୋଭାଯାତ୍ରା 

ଟିବିମୁକ୍ତ ପାଇଁ ୨୬ ପଞ୍ଚାୟତକୁ ପଦକ ପ୍ରଦାନ. ଜନସଚେତନତା ପାଇଁ ବଡ଼ଦାଣ୍ଡରେ ଶୋଭାଯାତ୍ରା 

ପୁରୀ/୨୫/୦୩/୨୦୨୬/(ଆଧାର ମିଡ଼ିଆ)-ବିଶ୍ଵ ଯକ୍ଷ୍ମାଦିବସ ଅବସରରେ ଟିବିମୁକ୍ତ ଓଡ଼ିଶା ପାଇଁ ପୁରୀ ସହର ସମେତ ଜିଲ୍ଲାର ବିଭିନ୍ନ ବ୍ଲକରେ ଜନସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲ ଓ ଜାତୀୟ ସ୍ବାସ୍ଥ୍ୟ ମିଶନର ମିଳିତ ସହଯୋଗରେ ଗୁଣ୍ଡିଚା ମନ୍ଦିର ନିକଟରୁ ଆରମ୍ଭ ହୋଇଥିବା ଶୋଭାଯାତ୍ରାକୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅକ୍ଷୟ କୁମାର ଶତପଥୀ,ଡିଟିଓ ଡାକ୍ତର ଲଲାଟେନ୍ଦୁ ମିଶ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ସହନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ବିଭାଗୀୟ ପ୍ରଫେସର ସୁଦର୍ଶନ ପୋଥାଳ,ମେଡିକାଲ ସୁପରିଟେଡେଣ୍ଟ ଡାକ୍ତର ରବୀନ୍ଦ୍ର କୁମାର ମିଶ୍ର,ଡିପିଏଚଓ ଓ ଡାକ୍ତର ସଂଜୁ କୁମାର,ସଦସ୍ୟ ଡ ବଦ୍ରିମିଶ୍ର ଏହି ଶୋଭାଯାତ୍ରାକୁ ଉଦଘାଟନ କରିଥିଲେ।
ପରେପରେ ମୁଖ୍ୟ ଚିକିତ୍ସାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ଉତ୍ସବରେ ଅତିଥି ମାନେ ଯୋଗଦେଇ ବିଗତ ବର୍ଷ ଜିଲ୍ଲାରେ ୫୧୯୧୫ଜଣଙ୍କ ନମୁନା ପରୀକ୍ଷା କଲାପରେ ତନ୍ମଧ୍ୟରୁ  ୧୨୭୭ ଜଣ ଯକ୍ଷ୍ମାରୋଗୀ ଚିହ୍ନଟ ହେବା ସହ ତନ୍ମଧ୍ୟରୁ ୧୧୬୫ ଜଣ ନିୟମିତ ଚିକିତ୍ସା ପରେ ସୁସ୍ଥହେବା କମ୍ କଥାନୁହେଁ ବୋଲି ମତପ୍ରକାଶ କରିଥିଲେ। ଏଥିସହିତ ସରକାର ତଥା ସ୍ବାସ୍ଥ୍ୟ ବିଭାଗର ସହଯୋଗ କାରଣରୁ ଏବେ ଯକ୍ଷ୍ମାଜନିତ ମୃତ୍ୟୁହାର ଦୁଇ ପ୍ରତିଶତକୁ ଆସିବା ଓଡ଼ିଶାରେ ରେକର୍ଡ ବୋଲି ପ୍ରକାଶ କରିଥିଲେ।
ଯକ୍ଷ୍ମାମୁକ୍ତ ଓଡ଼ିଶା ପାଇଁ ଆରମ୍ଭ ହୋଇଥିବା ଶହେଦିନିଆ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରୋଗୀମାନଙ୍କୁ ପୃଷ୍ଟିକର ଖାଦ୍ୟ ପ୍ରଦାନ,ନିୟମିତ ଔଷଧ ସେବନ ଓ ଏଥିରେ ଜନଗଣଙ୍କ ସହଯୋଗ ଉପରେ ଅତିଥିମାନେ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଯକ୍ଷ୍ମାମୁକ୍ତ ଦଶଟି ପଞ୍ଚାୟତ ସରପଞ୍ଚଙ୍କୁ ସ୍ବର୍ଣ୍ଣ ପଦକ ଓ ୧୬ଟି ପଞ୍ଚାୟତର ସରପଞ୍ଚଙ୍କୁ ରୌପ୍ୟପଦକ ସହ ଗାନ୍ଧୀଜୀଙ୍କ ମୂର୍ତ୍ତି ପ୍ରଦାନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଡିଟିଓ ଡାକ୍ତର ଲଲାଟେନ୍ଦୁ ମିଶ୍ରଙ୍କ ସୁପରିଚାଳନା ରେ ୧୭ ଜଣ ଯକ୍ଷ୍ମାରୋଗୀଙ୍କୁ ସ୍ବତନ୍ତ୍ର ଯକ୍ଷ୍ମା କିଟ୍ ଓ ପୃଷ୍ଟିକର ଖାଦ୍ୟସାମଗ୍ରୀ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଦେବାଶିଷ ମର୍ଦ୍ଦରାଜ, ଦୈତାରୀ ପଟ୍ଟନାୟକ, କେଦାରନାଥ ମହାପାତ୍ର, ପ୍ରତାପ କେଶରୀ ରଥ ଓ ସୁଦର୍ଶନ ଜେନା।

Recent Comments

Leave Comments

Top