logo
add image
ଜାଳେଣି ଗ୍ୟାସପାଇଁ ଲୋକେ ହତସନ୍ତ.

ଜାଳେଣି ଗ୍ୟାସପାଇଁ ଲୋକେ ହତସନ୍ତ.

ଭୁବନେଶ୍ୱର/ଓଡିଶା/୨୬/୦୩/୨୦୨୬/(ଆଧାର ମିଡ଼ିଆ)-ଜାଳେଣି ଗ୍ୟାସର ଅଭାବରୁ ରାଜ୍ୟର ଜନତା ହତସନ୍ତ ହେଉଥିବାର ଦେଖିବାକୁ ମିଳୁଛି.ସଖାଳୁ ଆସି ଲାଇନରେ ଛିଡ଼ାହୋଇ ସନ୍ଧ୍ୟାବେଳେ ଯିବାକୁ ପଡୁଛି.ଅନେକ ହୋଟେଲ ବନ୍ଦ ହୋଇଯାଇଥିବା ବେଳେ କିଛି ମାତ୍ରାରେ ବଡ ହୋଟେଲ ଖୋଲି ଥିବାର ଦେଖିବାକୁ ମିଳିଛି. କୌଣସି କାମରେ ଦୂର ଦୂରାନ୍ତରୁ ଆସୁଥିବା ଲୋକମାନେ ଖାଇବାକୁ ନପାଇ ହନ୍ତ ସନ୍ତ ହେଉଛନ୍ତି .ପେଟ୍ରୋଲ ଓ ଡିଜେଲର ଅଭାବରେ ଲୋକମାନେ ଘରୁ ବାହାରିବା କଷ୍ଟ ହୋଇପଡୁଛି,ଜଣେ ବରିଷ୍ଠ ନାଗରିକ ଗ୍ୟାସ ପାଇଁ ଲାଇନରେ ଛିଡା ହୋଇଥିବାର ଦେଖି ଆମ୍ଭ ପ୍ରତିନିଧି ସେଠାକୁ ଯାଇ ପଚାରିବାରୁ କ୍ରୋଧରେ ପ୍ରକାଶ କରିଥିଲେ ଯେ ମୋର ପିଲାମାନେ ବାହାରେ ରହୁଛନ୍ତି ଘରେ ଗ୍ୟାସ ଡେଲିଭରି ନ ମିଳିବାରୁ ବାଧ୍ୟହୋଇ ମୂଁ ଏଠାରେ ଲାଇନରେ ଛିଡା ହୋଇଛି.ଗ୍ୟାସ ନହେଲେ ଘରେ ରୋଷେଇ ବନ୍ଦରହିବ.ଆହୁରି ମଧ୍ୟ ପ୍ରକାଶ କରିଥିଲେ ଯେ ମୋର ଜୀବନ କାଳ ଭିତରେ ଏମିତି କେଭେ ହୋଇନଥିଲା.ଏ ଲକ୍ଷ୍ମୀଛଡ଼ା ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବାଦିନଠୁ ମଣିଷ ଜୀନା ହାରାମି ହୋଇପଡିଲେଣି.ବୃଦ୍ଧ ଲୋକଟି କିଛି ନଖାଇ ଖରାରେ ଛିଡା ହୋଇଥିବାରୁ ଆମ୍ଭର ପ୍ରତିନିଧି କିଛି ବିସ୍କୁଟ ଓ ଗୋଟିଏ ପାଣି ବୋତଲ ଦେଇଥିଲେ.ଏବଂ ଏକ ଗଛ ଛାଇରେ ବସି ଖାଇବାକୁ କହି ନିଜେ ଲାଇନରେ ଛିଡ଼ାହୋଇ ବୃଦ୍ଧ ଲୋକଟିକୁ ସାହାଯ୍ୟ କରିଥିଲେ.         

Recent Comments

Leave Comments

Top